ବନ୍ଧୁଗଣ, ସାଧାରଣତ ବହୁତ ରୋଗୀ ଚିନ୍ତା କରିଥାନ୍ତି ଯେ ସବୁକିଛି ସଠିକ ରହୁଛି ମାତ୍ର ପ୍ରେଗନେନସି ରହୁନାହିଁ କଣ ପାଇଁ ? ମାତ୍ର ସବୁଠାରୁ ମହତ୍ଵପୂର୍ଣ୍ଣ କଥା ହେଉଛି ଯେ ଯେଉଁମାନେ କନ୍ସିଭ କରିବା ନିମନ୍ତେ ରହୁଛନ୍ତି ସେମାନଙ୍କର ଗୋଟିଏ କଥା ଜାଣିବା ଦରକାର ଯେ ସବୁ ସ୍ତ୍ରୀ ଲୋକ ଙ୍କ ପକ୍ଷରେ ପ୍ରତି ସାଇକେଲରେ ଇଣ୍ଟରକୋର୍ସ କଲେ, କେବଳ ୨୫ ପ୍ରତିଶତ ଚାନ୍ସ ରହିଅଛି ପ୍ରେଗନେଣ୍ଟ ହେବାର । ଏବଂ ଏହି ଚାନ୍ସ ଟା ବଢୁଛି କେତେବେଳେ ନା ମାନି ନିଅନ୍ତୁ ଯେ ଆପଣଙ୍କ ସାଇକେଲ ହେଉଛି ୨୮ ଦିନ କିମ୍ବା ୩୦ ଦିନ ।
ଏହି ୨୮ ଦିନରୁ ୧୪ ଦିନ ଯାଏଁ ଲାଷ୍ଟ ୧୪ ଦିନ ହେଉଛି ସବୁଠାରୁ ମହତ୍ଵପୂର୍ଣ୍ଣ । ଏହାକୁ କୁହନ୍ତି ଲୁଟିଏଲ ଫିଲ୍ଡ । ଗୋଟିଏ ମହିଳାଙ୍କର ଯଦି ସାଇକେଲ ରେଗୁଲାର ଅଛି ପ୍ରତି ୨୮ କୁ ୩୦ ଦିନ କୁ ଥରେ ସାଇକେଲ ହଉଛି, ତା’ ହେଲେ ଆମ୍ଭେ ମାନିନେବା ଯେ ତାଙ୍କର ଯେଉଁ ଓଭାରି ରୁ ଅଣ୍ଡା ବାହାରୁଛି ତାହା ୧୩ ରୁ ୧୫ ଦିନ ମଧ୍ୟରେ ବାହାରୁଛି ।
ତେବେ ଏଗ ର ସରଭାଇବିଲିଟି କ’ଣ ? ଯଦି ଆଜି ଜଣେ ମହିଳାଙ୍କ ଓଭାରି ରୁ ଅଣ୍ଡା ବାହାରିଲା ତେବେ ସେହି ଅଣ୍ଡା କେବଳ ୨୪ ଘଣ୍ଟା ହିଁ ସରଭାଇଭ କରିବ । ଏହାପରେ ସେହି ଅଣ୍ଡା ନଷ୍ଟ ହୋଇଯିବ । ତେବେ ଏହି ୨୪ ଘଣ୍ଟା ଆଗରୁ ସେ ଇଣ୍ଟରକୋର୍ସ କରିଲେ ତାଙ୍କ ପ୍ରେଗନେନସି ଚାନସେସ ବଢିଯାଏ ।
ତେବେ ଯଦି ଗୋଟିଏ ମହିଳାଙ୍କର ରେଗୁଲାର ସାଇକେଲ ରହୁଛି ତେବେ ତାଙ୍କ ପାଇଁ ଫର୍ଟିଲିଟି ୱିଣ୍ଡୋ ଅର୍ଥାତ କଉ ଭିତରେ ଇନ୍ଟରକୋର୍ସ କଲେ ପ୍ରେଗନେନସି ଚାନ୍ସସେସ ବଢିଯାଏ, ତାହା ୧୨ ରୁ ୧୭ ଦିନ ପର୍ଯ୍ୟନ୍ତ ହୋଇଥାଏ । ସେ ଯଦି ୧୨ ଦିନରୁ ଆରମ୍ଭ କରିବେ ଏବଂ ସବୁ ଅଲ୍ଟରନେଟ ଡେ ରେ ଇନ୍ଟରକୋର୍ସ ଜେଭଳି କି ୧୨ ଦିନ ୧୪ ଦିନ ୧୬ ଦିନ ଆଉ ବେଳେ ବେଳେ ୧୮ ଦିନ ।
ଯଦି ଏହି ୪ ଦିନ ଆପଣଙ୍କର ଯଦି ସାଇକେଲ ରେଗୁଲାର ଅଛି ଆଉ ଆପଣ କନ୍ସିଭ କରିବାକୁ ଚେଷ୍ଟା କରୁଛନ୍ତି ତେବେ ଆପଣଙ୍କ ମାକ୍ସିମମ ଚାନ୍ସସେସ ରହୁଛି ୧୨ ଦିନ ରୁ ୧୬, ୧୭ ଦିନ ପର୍ଯ୍ୟନ୍ତ । ଏହାପରେ ଆପଣ ଦେଖୁଛନ୍ତି ଯେ ଆପଣଙ୍କ ପିରିଅଡ ହେଲାନାହିଁ ଅର୍ଥାତ ପିରିଅଡ ଘୁଞ୍ଚିଗଲା ଏବଂ ଆପଣ ଆଶା ରଖିଛନ୍ତି ଯେ ୨୮ ଦିନ ବେଳକୁ ଆପଣଙ୍କ ପିରିଅଡ ହେବ ।
ତେବେ କିଛି ପାନିକ ହେବା ଦରକାର ନାହିଁ । ଆପଣ ବିଶେଷ କରି ଗୋଟିଏ ସପ୍ତାହ ଜଗିବେ । ଏହାପରେ ଆପଣ ୟୁରିନ ପ୍ରେଗନେନସି ଟେଷ୍ଟ କରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ