ବନ୍ଧୁଗଣ, ଜ୍ୟୋତିଷଶାସ୍ତ୍ର ରେ ନାରୀ ମାନଙ୍କ ଉପରେ ବହୁତ ପ୍ରକାରର ବିବରଣୀ ବର୍ଣ୍ଣିତ ଅଛି । ନାରୀ କେତେ ପ୍ରକାରର ତଥା ସେମାନଙ୍କର କଣ ସବୁ ଲକ୍ଷଣ ରହିଥାଏ ? ସେମାନଙ୍କ ସ୍ଵଭାବ କିଭଳି ହୋଇଥାଏ ? ଏହିପରି ଅନେକ ପ୍ରକାରର କଥା ବର୍ଣ୍ଣିତ ଅଛି । ତେବେ ଆସନ୍ତୁ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା । ଶାସ୍ତ୍ର ଅନୁସାରେ ନାରୀ ମାନଙ୍କୁ ୪ ଭାଗରେ ବିଭକ୍ତ କରାଯାଇଅଛି । ତାହା ହେଉଛି,- ପଦ୍ମିନୀ, ଚିତ୍ରିଣୀ, ଶଙ୍ଖିନୀ ଏବଂ ହସ୍ତିନୀ ।
୧- ପଦ୍ମିନୀ, ଏମାନଙ୍କୁ ଶାସ୍ତ୍ର ଅନୁସାରେ ସର୍ବୋତ୍ତମ ମାନ୍ୟତା ଦିଆଯାଇଅଛି । ଏବଂ ଏହି ନାରୀ ମାନେ ସଂସାରରେ ବହୁତ କମ ମଧ୍ୟ ଅଛନ୍ତି । ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଏହି ନାରୀ ଶୁଖିନୀ, ଧର୍ମ ଏବଂ ପୂଜାପାଠରେ ବହୁତ ବିଶ୍ଵାସ କରିଥାନ୍ତି । ଏହା ସହିତ ଗୁରୁ ତଥା ବ୍ରାହ୍ମଣ ମାନଙ୍କୁ ସେବା ମଧ୍ୟ କରିଥାନ୍ତି । ଏମାନେ ମାତା ତଥା ପିତା ଙ୍କର ମଧ୍ୟ ସେବା କରିଥାନ୍ତି ।
ବାପ ଘର ଏବଂ ଶାଶୁ ଘରର ହିତ କାରିଣୀ ହୋଇଥାନ୍ତି ।ଦେଖିବାକୁ ଅତି ସୁନ୍ଦର ମଧ୍ୟ ହୋଇଥାନ୍ତି । ଏମାନଙ୍କ ଶରୀରରୁ ପଦ୍ମ ଫୁଲ ର ମହକ ବାହାରି ଥାଏ । ଏମାନଙ୍କ କେଶ ଅତ୍ୟନ୍ତ ଲମ୍ବା, ଘନ ଏବଂ କଳା ହୋଇଥାଏ । ଏମାନଙ୍କ କଥା ଶୈଳୀ ନମ୍ର ଏବଂ ମଧୁର ହୋଇଥାଏ । ଏହି ନାରୀମାନେ ପତିପରାୟଣ ହୋଇଥାନ୍ତି ।
୨- ଚିତ୍ରିଣୀ, ଏମାନେ ସାଧାରଣତ ପତୀବ୍ରତା ହୋଇଥାନ୍ତି । ଏମାନେ ସମସ୍ତ କାର୍ଯ୍ୟ ଅତି ସୁନ୍ଦର ଏବଂ ଶୀଘ୍ର କରିଥାନ୍ତି । ଏମାନଙ୍କ ପାଖରେ ଭୋଗ ବିଳାସ ର ଇଛା କମ ହୋଇଥାଏ । ଶୃଙ୍ଗାର ଅଥବା ବେଶବୁଷଣାରେ ଏମାନଙ୍କ ମନ ଅଧିକ ଥାଏ । ମାତ୍ର ଏମାନଙ୍କ କାମରେ ଅଧିକ ପରିଶ୍ରମ ଯୁକ୍ତ କାମ ହୋଇପାରିନଥାଏ । କିନ୍ତୁ ଏମାନେ ବିଚକ୍ଷଣ, ବୁଦ୍ଧିମତୀ, ଏବଂ ଚତୁରୀ ହୋଇଥାନ୍ତି ।
ଗୀତ ନୃତ୍ୟ ଏବଂ ଚିତ୍ର କଳା ଏମାନଙ୍କୁ ବହୁତ ପ୍ରିୟ ହୋଇଥାଏ । ଏମାନେ ଧାର୍ମିକ ଏବଂ ପୂଜାରିଣୀ ହୋଇଥାନ୍ତି । ଗୁରୁ ତଥା ବ୍ରାହ୍ମଣ ଙ୍କର ସେବା କରିବାରେ ଏମାନେ ଆନନ୍ଦ ପାଇଥାନ୍ତି । ଏମାନଙ୍କ ମସ୍ତକ ଗୋଲାକାର ଏବଂ ଅଙ୍ଗ କୋମଳ ହୋଇଥାଏ ଏବଂ ଆଖି ଚଞ୍ଚଳ ହୋଇଥାଏ । ଏହି ପ୍ରକାରର ନାରୀ ମଧ୍ୟ ବହୁତ କମ ଅଛନ୍ତି ।
୩- ଶଙ୍ଖିନୀ, ଏହି ନାରୀ ଅନ୍ୟ ମାନଙ୍କ ତୁଳନାରେ ଅତ୍ୟନ୍ତ ଲମ୍ବା ହୋଇଥାନ୍ତି । ଏମାନଙ୍କ ନାକ ମୋଟା ଏବଂ ଆଖି ଅସ୍ଥିର ହୋଇଥାଏ । ଏମାନେ ସର୍ବଦା ଅସନ୍ତୁଷ୍ଟ ଅଥବା ଅପ୍ରସନ୍ନ ଦେଖାଯାନ୍ତି । ଏମାନେ ବୀନା କାରଣରେ କ୍ରୋଧ କରିଥାନ୍ତି । ଏମାନେ ସ୍ଵାମୀ ଙ୍କ ଉପରେ ସର୍ବଦା ରୁଷ୍ଟ ହୋଇଥାନ୍ତି । ଏବଂ ସ୍ଵାମୀ ଙ୍କ କଥା ମାଣିବାକୁ ଏମାନେ ନିଜକୁ ଚାକରାଣୀ ସହିତ ତୁଳନା କରିଥାନ୍ତି । ଏମାନଙ୍କ ମନ ସର୍ବଦା ଭୋଗ ବିଳାସ ରେ ରହିଥାଏ । ଏମାନେ ପରିବାର ଠାରୁ ଅଲଗା ରହିବାକୁ ପସନ୍ଦ କରିଥାନ୍ତି । ଏହି ପ୍ରକାରର ନାରୀ ସଂସାରରେ ବହୁତ ଅଛନ୍ତି ।
୪- ହସ୍ତିନୀ, ଏମାନଙ୍କ ସ୍ଵଭାବ ସର୍ବଦା ପରିବର୍ତ୍ତନଶୀଳ ହୋଇଥାଏ । ଏମାନେ ପ୍ରତ୍ୟକ ସମୟରେ ରଙ୍ଗ ବଦଳାଇଥାନ୍ତି । ଏମାନଙ୍କୁ ସର୍ବଦା ଭୋଗ ବିଳାସ ରେ ରହିବା ପାଇଁ ଇଛା ଥାଏ । ଏମାନେ କଥା କଥା ରେ ହସି ଥାନ୍ତି । ଏମାନଙ୍କ ଶରୀର ବହୁତ ମୋଟା ହୋଇଥାଏ । ଏହା ସହିତ ଏମାନେ ଅଳସ ସ୍ଵଭାବର ହୋଇଥାନ୍ତି । ଏମାନେ କଥା କଥା ରେ ରାଗିଯାଇଥାନ୍ତି । ବେଳେ ବେଳେ ଏମାନେ ବହୁତ ନିଷ୍ଠୁର ମଧ୍ୟ ହୋଇଥାନ୍ତି ।
ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ