Vastu Tips- ଏମିତି ମୂର୍ତ୍ତି ପୂଜା ଘରେ ଭୁଲରେ ବି ରଖିବେନି, ଲାଗିଥାଏ ଭୟଙ୍କର ଦୋଷ, ଦଡିଦ୍ରତାରେ କଟିଥାଏ ସାରା ଜୀବନ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକ ମନୁଷ୍ୟ ଭଗବାନଙ୍କର ଉପରେ ଅସ୍ତା ରଖିଥାନ୍ତି । ସେଥିପାଇଁ ସମସ୍ତଙ୍କ ବାସ ଗୃହରେ ଠାକୁର ସ୍ଥାପନା କରାଯାଇ ପୂଜା ଅର୍ଚନା କରାଯାଇଥାଏ । ଠାକୁର ଘର ବିଷୟରେ ଏପରି ଅନେକ କିଛି ତଥ୍ୟ ରହିଅଛି । ଯାହା ପାଳନ କରିବା ଦ୍ଵାରା ଘରେ ସୁଖ ଶ୍ରମୃଦ୍ଧି ବୃଦ୍ଧି ହୋଇଥାଏ । ନଚେତ ଯଦି ଆପଣଙ୍କ ଘରେ ଠାକୁରଙ୍କର ସଠିକ ଭାବେ ପୂଜା ଅର୍ଚନା କରାଯାଇନଥାଏ ।

ତେବେ ଏହାର ଫଳ ସ୍ୱରୂପ ବ୍ୟକ୍ତି ମାନଙ୍କ ଘରେ ଅଶୁଭତ୍ଵ ବୃଦ୍ଧି ପାଇଥାଏ । ଠାକୁର ଘର ପାଖରେ ରୋଷେ ଘର ରଖିବା ଉଚିତ ହୋଇନଥାଏ । ଏପରି ଅନେକ ଲୋକ ଅଛନ୍ତି । ଯେଉଁମାନେ  ରୋଷେଇ ଘରେ ଠାକୁର ରଖୀ ପୂଜା କରିଥାନ୍ତି । ଏହାଦ୍ବାରା ପୂଜା ସିଦ୍ଧି ପ୍ରାପ୍ତ ହୋଇନଥାଏ । ତେଣୁ କେବେ ମଧ୍ୟ ରୋଷେଇ ଘର ଲାଗିକରି ଠାକୁର ଘର କରିବା ଉଚିତ ହୋଇନଥାଏ ।

ଶୋଇବା ଘରେ ମଧ୍ୟ ଠାକୁର ରଖୀ ପୂଜା କରିବା ଉଚିତ ହୋଇନଥାଏ । ଏହା କରିବା ଦ୍ଵାରା ଘରେ ପାରିବାରିକ ଶାନ୍ତି, ସନ୍ତାନ ସୁଖ ଓ ଆର୍ଥିକ ସ୍ଥିତି ଖରାପ ହେବାର ସମ୍ଭାବନା ରହିଥାଏ । ତେଣୁ ଯଦି ଜାଗାର ଅଭାବ ରହିଥାଏ । ତେବେ ପଢା ଘରେ ଠାକୁର ରଖୀ ପୂଜା କରିବା ଉଚିତ ହୋଇଥାଏ ।

ଠାକୁରଙ୍କ ମୂର୍ତ୍ତି ଏପରି ସ୍ଥାନରେ କରିବ ଯାହାକି ପୂଜା କରୁଥିବା ବ୍ୟକ୍ତିଙ୍କ ମୁହଁ ଉତ୍ତର ପୂର୍ବ କୋଣକୁ ହୋଇବା ଉଚିତ । ଠାକୁର ଘର ସର୍ବଦା ଐଶାନ୍ୟ କୋଣରେ କରିବା ଉଚିତ । ଯାହା ଦ୍ଵାରା ଘରେ ସକାରାତ୍ମକ ଶକ୍ତି ବିକାଶ ହେବା ସହିତ ପୂଜା ସଫଳ ଭାବେ ସମ୍ପର୍ଣ୍ଣ ହୋଇଥାଏ । ଯାହାକି ଘର ପରିବାର ପାଇଁ ମଙ୍ଗଳ ହୋଇଥାଏ । କିଛି ଲୋକ ଐଶାନ୍ୟ କୋଣରେ ଆଲମାରୀ ରଖିଥାନ୍ତି ।

ଯେପରି ଜାଣିବାକୁ ପାଇଥାନ୍ତି । ଐଶାନ୍ୟ କୋଣରେ ଠାକୁର ଘର ହେବା ଉଚିତ । ସେଥିମଧ୍ୟରୁ କିଛି ଲୋକ ଆଲମାରୀକୁ ସେହି ଜାଗାରୁ ନକାଢି ସେହି ଆଲମାରୀ ଉପରେ ଠାକୁର ଘର ସ୍ଥାପନା କରିଥାନ୍ତି । ଧ୍ୟାନ ରଖିବେ ପୂଜା କରୁଥିବା ସମୟରେ ଆଲମାରୀ କୁ ହଲ୍ଚଲ କରିବା ଉଚିତ ହୋଇନଥାଏ । ଯଦି ସମ୍ଭବ ତେବେ ଐଶାନ୍ୟ କୋଣରୁ ଆଲମାରୀ କାଢି ସେହି ସ୍ଥାନରେ ସ୍ଥାୟୀ ଭାବରେ ଠାକୁର ପୂଜା ପାଇଁ ବ୍ୟବସ୍ତା କରନ୍ତୁ ।

ଠାକୁର ଘରେ ଥିବା ମୂର୍ତ୍ତି ଗୁଡିକ ଧାତୁ, ପଥର କିମ୍ବା ମାଟିର ହୋଇଥିବା ଆବଶ୍ୟକ । ମାଟି ମୂର୍ତ୍ତି ଅତି ଶୁଭ ହୋଇଥାଏ କିନ୍ତୁ ମୂର୍ତ୍ତି ଭିତରୁ ଫମ୍ପା ନହୋଇଥିବା ଆବଶ୍ୟକ । ଘରେ କୌଣସି ଛିଡା ହୋଇଥିବା ମୂର୍ତ୍ତି ରଖିବା ଉଚିତ ନୁହେଁ । ସର୍ବଦା ବସିଥିବା ମୂର୍ତ୍ତି ରଖୀ ପୂଜା କରିବା ଉଚିତ ହୋଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *