କେବଳ ଏହି ଏକ ପତ୍ର ଦ୍ଵାରା ଏକଜିମା ଭଳି ଚର୍ମରୋଗକୁ ଭଲ କରନ୍ତୁ, ସ୍କିନ ପ୍ରୋବ୍ଲେମ ସବୁ ଗାୟବ ! Home Remedy

ଏକଜିମା ଏକ ପ୍ରକାର ଚର୍ମ ଜନିତ ରୋଗ ହୋଇଥାଏ । ଶରୀରର କୌଣସି ଏକ ସ୍ଥାନରେ ଯଦି ବହୁ ଅଧିକ କୁଣ୍ଡାଇ ହେବ ସହ ରକ୍ତ ବାହାରିବାକୁ ଏକଜିମା କୁହାଯାଇଥାଏ । ପରିବାରରେ ଯଦି କାହାକୁ ଏକଜିମା ଭଳି ଚର୍ମ ଜନିତ ସମସ୍ଯା ରହିଥାଏ । ତେବେ ସେହି ପରିବାରର ଅନ୍ୟ ସଦସ୍ୟଙ୍କୁ ଚର୍ମ ଇନଫେକସାନ ହେବାର ସମ୍ଭାବନା ବହୁତ ଅଧିକ ରହିଥାଏ । ତେଣୁ ଯେଉଁ ମାନେ ଏକଜିମା ଭଳି ସମସ୍ଯାରେ ପୀଡିତ ଅଛନ୍ତି ।

ସେମାନେ ଆୟୁରଭେଦିକ ଉପାୟରେ ତାଙ୍କର ଏହି ସମସ୍ଯାକୁ ଭଲ କରିପାରିବେ । ଏକଜିମା ହେବାର ଅନେକ ଗୁଡିଏ କାରଣ ମଧ୍ୟ ରହିଛି । ତେବେ ଚାଲନ୍ତୁ ଏକଜିମା ପାଇଁ ଯେଉଁ ଉପଚାର ବିଷୟରେ ଆପଣଙ୍କୁ କହିବୁ ତାହାକୁ ଆଲୋଚନା କରି ଜାଣିବା । ଏହି ଘରୋଇ ଉପଚାରକୁପ୍ରସ୍ତୁତ କରିବା ପାଇଁ ଚାହୁଁଥିଲେ । ଆପଣଙ୍କୁ ପ୍ରଥମେ ପାଚିଲା ପଣଷ ପତ୍ରର ଆବଶ୍ୟକତା ପଡିପାରେ । ପ୍ରଥମେ ଗୋଟିଏ ପାଚିଲା ପଣଷ ପତ୍ର ସଂଗ୍ରହ କରନ୍ତୁ ।

ପରେ ତାହାକୁ ପୋଦି ତାହାର ଭସ୍ମ ପ୍ରସ୍ତୁତ କରନ୍ତୁ । ତେବେ ଭସ୍ମ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଗ୍ଯାସରେ ଏକ ଲୁହା କଡେଇ ବଶାନ୍ତୁ । ଏହାପରେ ତାହା ଭଲ ଭାବେ ଗରମ ହୋଇସାରିଲା ପରେ ପାଚିଲା ପଣଷ ପତ୍ରକୁ ପକାନ୍ତୁ । ତାପରେ ଏହା ଭଲ କରି ଜଳି ପାଉଁଶ ହୋଇଯିବ । ଯଦି ଆପଣ ଏହି ଭସ୍ମ ଅଧିକ ଦିନ କରିକି ରଖିବାକୁ ଚାହୁଁଛନ୍ତି । ତେବେ ଗୋଟିଏ ପତ୍ର ବଦଳରେ ଅଧିକ ପତ୍ରର ଭସ୍ମ ପ୍ରସ୍ତୁତ କରି କିଛି ଦିନ ପାଇଁ ରଖିପାରିବେ ।

ତାପରେ ସେହି ପଣଷ ପତ୍ରକୁ ଜାଳିସରିବା ପରେ ତାହାର ଭଲ ଭାବେ ଭସ୍ମ ଗୁଣ୍ଡ କରିଦିଅନ୍ତୁ । ସେହି ଗୁଣ୍ଡକୁ ଏକ ପାତ୍ରକୁ ନେଇ ଆସନ୍ତୁ । ତାପରେ ସେଥିରେ କିଛି ଜଡା ତେଲ ମିଶାଇବେ, ଯେପରି ତାହା ଏକ ପେଷ୍ଟ ପରି ପ୍ରସ୍ତୁତ ହୋଇଯିବ । ଯେଉଁ ବ୍ୟକ୍ତିର ଶରୀରରେ ଏକଜିମା ହେଉଥିବ । ସେ ଏହାକୁ ପ୍ରସ୍ତୁତ କରି ରାତିରେ ଶୋଇବା ସମୟରେ ଏହାକୁ ଏକଜିମା ସ୍ଥାନରେ ତୁଳା ସାହାଜ୍ଯରେ ପ୍ରସ୍ତୁତ ପେଷ୍ଟକୁ ଲଗାଇ ଶୋଇ ପଡନ୍ତୁ ।

ହେଲେ ପ୍ରଥମ ଥର ବୁଡାଇ ଥିବା ତୁଳାକୁ ଦିତୀୟ ଥର ପାଇଁ ସେହି ରେମିଡିରେ ପୁରାନ୍ତୁ ନାହିଁ । ଦରକାର ପଡିଲେ ପୁଣି ଏକ ତୁଳା ସାହାଜ୍ଯରେ ବୁଡାଇ ଲଗାନ୍ତୁ । ସକାଳୁ ଉଠି ଉଷୁମ ପାଣି ସହାୟତାରେ ଏହାକୁ ଭଲ କରି ଧୋଇ ଦିଅନ୍ତୁ । ଯଦି ନୂଆ ନୂଆ ଏକୀଜିମା ହେଉଥାଏ । ତେବେ ଏହାର 3 ରୁ 4 ଦିନ ବ୍ୟବହାର କରି ଦେଖନ୍ତୁ । ଯଦି ପୁରୁଣା ଏକ୍ଜିମା ଭଳି ଚର୍ମ ସମସ୍ଯା ହୋଇଥାଏ ।

ତେବେ କିଛି ଦିନ ପର୍ଯ୍ୟନ୍ତ ଏହି ରେମିଡି ପ୍ରସ୍ତୁତ କରି ତାହାକୁ ଲଗାଇ ଦେଖନ୍ତୁ । ବହୁତ ଶୀଘ୍ର ଏକଜିମା ଭଳି କୁଣ୍ଡିଆଣ ଚର୍ମ ରୋଗ ସଂପୂର୍ଣ୍ଣ ଭାବେ ଭଲ ହୋଇଯିବ । ଏହିଭଳି ପୋଷ୍ଟ ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *