ଏହି ନଦୀ ଓଲଟା ପ୍ରବାହିତ ହେଉଛି! ଜାଣିଛନ୍ତି କି ଆପଣ

ସାଧାରଣ ଜ୍ଞାନ ପୁସ୍ତକରେ ଆପଣ ପଢିସାରିଥିବେ ଯେ ଆମ ଦେଶ ଭାରତର ଅଧିକାଂଶ ନଦୀ ଗୋଟିଏ ଦିଗରେ ପ୍ରବାହିତ ହୁଅନ୍ତି ଏବଂ ଏହା ହେଉଛି ପଶ୍ଚିମ ଦିଗରୁ ପୂର୍ବଦିଗ କୁ ପ୍ରବାହିତ ହେଇଥାଏ । ସମସ୍ତ ନଦୀର ପ୍ରବାହ ପଶ୍ଚିମରୁ ପୂର୍ବ ଦିଗକୁ ହେଇଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି କି, ଆମ ଦେଶର ଏପରି ଏକ ନଦୀ ଅଛି ଯାହା ପଶ୍ଚିମରୁ ପୂର୍ବକୁ ପ୍ରବାହିତ ନ ହୋଇ ପୂର୍ବରୁ ପଶ୍ଚିମକୁ ପ୍ରବାହିତ ହେଇଥାଏ । ବିପରୀତ ଦିଗରେ ପ୍ରବାହିତ ହେଉଥିବା ସେହି ନଦୀର ନାମ ହେଉଛି ନର୍ମଦା ନଦୀ ।

ଏହି ନଦୀର ଅନ୍ଯତମ ନାମ ରେବା ଅଟେ ।  ଏହି ନଦୀର ଓଲଟା ପ୍ରବାହିତ ହେବାର ଭୌଗଳିକ କାରଣ ଏହାର ରିଫ୍ଟ ବେଲି ଅଟେ, ଯାହାର ଗଡାଣିଆ ଭାଗ ବିପରୀତ ଦିଗରେ ହେଇଥାଏ । ଏହି କାରଣରୁ ଏହି ନଦୀର ପ୍ରବାହ ପୂର୍ବରୁ ପଶ୍ଚିମକୁ ହେଇଥାଏ । ସମସ୍ତ ନଦୀଙ୍କ ବିପରୀତ ଦିଗରେ ପ୍ରବାହିତ ହେଉଥିବା ନର୍ମଦା ନଦୀ ବିଷୟରେ ପୁରାଣରେ ଅନେକ କାହାଣୀ ବର୍ଣିତ ହେଇଛି ।

ଗଙ୍ଗା ସହିତ ଅନ୍ୟ ନଦୀ ସମୂହ ପଶ୍ଚିମରୁ ପୂର୍ବକୁ ପ୍ରବାହିତ ହେଇ ବଙ୍ଗୋପ ସାଗରରେ ପଡିଥାନ୍ତି, କିନ୍ତୁ ନର୍ମଦା ନଦୀ ପୂର୍ବରୁ ପଶ୍ଚିମକୁ ପ୍ରବାହିତ ହେଇ ବଂଗୋପ ସାଗରରେ ନ ପଡି ଆରବ ସାଗରରେ ପଡିଥାଏ । ନର୍ମଦା ନଦୀ ଭାରତର ମଧ୍ୟ ଭାଗରେ ପୂର୍ବରୁ ପଶ୍ଚିମକୁ ପ୍ରବାହିତ ହେଉଥିବା ମଧ୍ୟପ୍ରଦେଶ ଓ ଗୁଜୁରାଟର ଗୋଟେ ମୁଖ୍ୟ ନଦୀ ଅଟେ ।   ଯାହା ମେଖଳ ପର୍ବତର ଅମରକଣ୍ଟକ ପର୍ବତର ଶିଖରରୁ ଆସିଅଛି ।

ନର୍ମଦା ନଦୀ ବିଷୟରେ ବର୍ଣିତ ହେଇଥିବା ଏକ କାହାଣୀ ଅନୁସାରେ ନର୍ମଦା ନଦୀଙ୍କ ବିବାହ ସୋନଭଦ୍ର ନନ୍ଦଙ୍କ ସହ ହେଇଥିଲା । କିନ୍ତୁ ନର୍ମଦାଙ୍କ ବନ୍ଧୁ ଯୋହିଲାଙ୍କ କାରଣରୁ ଦୁହିଙ୍କ ସମ୍ପର୍କରେ ବିଭ୍ରାଟ ହେଇଥିଲା । ଏହି କାରଣରୁ କ୍ରୋଧିତ ହେଇ ନର୍ମଦା ଆଜୀବନ କୁମାରୀ ରହିବାସହ ବିପରୀତ ଦିଗରେ ପ୍ରବାହିତ ହେବାପାଇଁ ନିସ୍ପତି ନେଇଥିଲେ ।

ଏମିତିରେବି ଭୌଗଳିକ ଦୃଷ୍ଟିକୋଣରୁ ଦେଖିଲେ ଏହା ଜଣାପଡେ ଯେ ନର୍ମଦା ନଦୀ ଏକ ବିଶେଷ ସ୍ଥଳରେ ସୋନଭଦ୍ର ନଦୀ ଠାରୁ ଅଲଗା ହୋଇଅଛି । ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *