ସାଧାରଣ ଜ୍ଞାନ ପୁସ୍ତକରେ ଆପଣ ପଢିସାରିଥିବେ ଯେ ଆମ ଦେଶ ଭାରତର ଅଧିକାଂଶ ନଦୀ ଗୋଟିଏ ଦିଗରେ ପ୍ରବାହିତ ହୁଅନ୍ତି ଏବଂ ଏହା ହେଉଛି ପଶ୍ଚିମ ଦିଗରୁ ପୂର୍ବଦିଗ କୁ ପ୍ରବାହିତ ହେଇଥାଏ । ସମସ୍ତ ନଦୀର ପ୍ରବାହ ପଶ୍ଚିମରୁ ପୂର୍ବ ଦିଗକୁ ହେଇଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି କି, ଆମ ଦେଶର ଏପରି ଏକ ନଦୀ ଅଛି ଯାହା ପଶ୍ଚିମରୁ ପୂର୍ବକୁ ପ୍ରବାହିତ ନ ହୋଇ ପୂର୍ବରୁ ପଶ୍ଚିମକୁ ପ୍ରବାହିତ ହେଇଥାଏ । ବିପରୀତ ଦିଗରେ ପ୍ରବାହିତ ହେଉଥିବା ସେହି ନଦୀର ନାମ ହେଉଛି ନର୍ମଦା ନଦୀ ।
ଏହି ନଦୀର ଅନ୍ଯତମ ନାମ ରେବା ଅଟେ । ଏହି ନଦୀର ଓଲଟା ପ୍ରବାହିତ ହେବାର ଭୌଗଳିକ କାରଣ ଏହାର ରିଫ୍ଟ ବେଲି ଅଟେ, ଯାହାର ଗଡାଣିଆ ଭାଗ ବିପରୀତ ଦିଗରେ ହେଇଥାଏ । ଏହି କାରଣରୁ ଏହି ନଦୀର ପ୍ରବାହ ପୂର୍ବରୁ ପଶ୍ଚିମକୁ ହେଇଥାଏ । ସମସ୍ତ ନଦୀଙ୍କ ବିପରୀତ ଦିଗରେ ପ୍ରବାହିତ ହେଉଥିବା ନର୍ମଦା ନଦୀ ବିଷୟରେ ପୁରାଣରେ ଅନେକ କାହାଣୀ ବର୍ଣିତ ହେଇଛି ।
ଗଙ୍ଗା ସହିତ ଅନ୍ୟ ନଦୀ ସମୂହ ପଶ୍ଚିମରୁ ପୂର୍ବକୁ ପ୍ରବାହିତ ହେଇ ବଙ୍ଗୋପ ସାଗରରେ ପଡିଥାନ୍ତି, କିନ୍ତୁ ନର୍ମଦା ନଦୀ ପୂର୍ବରୁ ପଶ୍ଚିମକୁ ପ୍ରବାହିତ ହେଇ ବଂଗୋପ ସାଗରରେ ନ ପଡି ଆରବ ସାଗରରେ ପଡିଥାଏ । ନର୍ମଦା ନଦୀ ଭାରତର ମଧ୍ୟ ଭାଗରେ ପୂର୍ବରୁ ପଶ୍ଚିମକୁ ପ୍ରବାହିତ ହେଉଥିବା ମଧ୍ୟପ୍ରଦେଶ ଓ ଗୁଜୁରାଟର ଗୋଟେ ମୁଖ୍ୟ ନଦୀ ଅଟେ । ଯାହା ମେଖଳ ପର୍ବତର ଅମରକଣ୍ଟକ ପର୍ବତର ଶିଖରରୁ ଆସିଅଛି ।
ନର୍ମଦା ନଦୀ ବିଷୟରେ ବର୍ଣିତ ହେଇଥିବା ଏକ କାହାଣୀ ଅନୁସାରେ ନର୍ମଦା ନଦୀଙ୍କ ବିବାହ ସୋନଭଦ୍ର ନନ୍ଦଙ୍କ ସହ ହେଇଥିଲା । କିନ୍ତୁ ନର୍ମଦାଙ୍କ ବନ୍ଧୁ ଯୋହିଲାଙ୍କ କାରଣରୁ ଦୁହିଙ୍କ ସମ୍ପର୍କରେ ବିଭ୍ରାଟ ହେଇଥିଲା । ଏହି କାରଣରୁ କ୍ରୋଧିତ ହେଇ ନର୍ମଦା ଆଜୀବନ କୁମାରୀ ରହିବାସହ ବିପରୀତ ଦିଗରେ ପ୍ରବାହିତ ହେବାପାଇଁ ନିସ୍ପତି ନେଇଥିଲେ ।
ଏମିତିରେବି ଭୌଗଳିକ ଦୃଷ୍ଟିକୋଣରୁ ଦେଖିଲେ ଏହା ଜଣାପଡେ ଯେ ନର୍ମଦା ନଦୀ ଏକ ବିଶେଷ ସ୍ଥଳରେ ସୋନଭଦ୍ର ନଦୀ ଠାରୁ ଅଲଗା ହୋଇଅଛି । ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।