ଏହି ଅଟାରୁ ପ୍ରସ୍ତୁତ ରୁଟି କ’ ଣ ଆପଣ ଖାଉଛନ୍ତି କି ? ତୁରନ୍ତ ସେହି ରୁଟି ଖାଇବା ବନ୍ଦ କରି ଦିଅନ୍ତୁ… ନଚେତ ଘୋର ଅନର୍ଥ ! Vastu Shastra

ନମସ୍କାର ବନ୍ଧୁଗଣ, ମଣିଷ ଜୀବନ କଣ ଏହାର ଅର୍ଥ ଯଦି ଆପଣ ବୁଝିବା ପାଇଁ ଚାହିଁବେ ତେବେ ଉତ୍ତର ଆସିବ କରୁଥିବା ନିଜ କର୍ମ ହିଁ ମଣିଷର ଆଗାମୀ ଜୀବନ । କାରଣ ଆମେ କରୁଥିବା କର୍ମ ଅନୁଯାୟୀ ହିଁ ଫଳ ନିର୍ଧାରିତ ହେଉଛି ଆଉ ଜୀବନ ଗାଡି ଆଗକୁ ଗଡୁଛି । ତେଣୁ ଆପଣଙ୍କୁ ସବୁବେଳେ ଆପଣ କରୁଥିବା କାମ ଉପରେ ଧ୍ୟାନ ଦେବା ଆବଶ୍ୟକ । ଆପଣ କରୁଥିବା କାର୍ଯ୍ୟ ଠିକ ପରିଣାମ ଦେବ ନା ଭୁଲ ଏହାର ହିସାବ ମଧ୍ୟ ରଖିବା ଆବଶ୍ୟକ । ତେବେ ଆସନ୍ତୁ ଜାଣିବା କେଉଁ ଅଟା ଆପଣଙ୍କ ଘରେ ରହିବା ଦ୍ଵାରା ଆପଣଙ୍କ ଭାଗ୍ୟ ଖରାପ ହୋଇଯାଏ ।

ଘରର ମୁଖ୍ୟ ହେଉଛି ରୋଷେଇ ଘର । ଆଉ ଏହା ସବୁଠାରୁ ପବିତ୍ର ମଧ୍ୟ ହୋଇଥାଏ । ସେହି ଘରେ ଯଦି ଆପଣ କାମ କରିବା ସମୟରେ କିଛି ଭୁଲ କର୍ମ କରିବସନ୍ତି ତେବେ ଆପଣଙ୍କ ଭାଗ୍ୟ ନଷ୍ଟ ହେଲା ବୋଲି ଜାଣିଯିବେ । ରୋଷେଇ ଘରେ ମହିଳା ମାନେ ରୁଟି ବନାଇବା ସମୟରେ ନିହାତି ଭାବରେ କିଛି କଥାର ଧ୍ୟାନ ରଖିବା ଜରୁରୀ । ନଚେତ ସ୍ଵାମୀ ଭିକାରି ହୋଇଯିବେ ।

1- ଛୁଆ ହୁଅନ୍ତୁ କିମ୍ବା ବଡ କାହାକୁ ମଧ୍ୟ ଥାଳିରେ ତିନୋଟି ରୁଟି ବାଢିକି ଦେବା ଉଚିତ ନୁହେଁ । ତିନୋଟି ରୁଟି ସେତେବେଳ ଦିଆଯାଏ ଯେତେବଳେ କାହାର ମୃତ୍ୟୁ ହୋଇଯାଏ । ତେଣୁ ଏହି ତିନୋଟି ରୁଟି ଯେଉଁ ମଣିଷ ଖାଇଥାଏ ତାଙ୍କ ଉପରେ ସବୁବେଳେ ନକରାତ୍ମକ ଶକ୍ତିର ପ୍ରଭାବ ପଡିଥାଏ । ତେଣୁ କେବେ ମଧ୍ୟ କୌଣସି ପରିସ୍ଥିତିରେ ଏକ ସାଙ୍ଗରେ ତିନୋଟି ରୁଟି ଥାଳି ଆଣି ଖାଇବା ଅନୁଚିତ ।

ଆପଣ ଯଦି ତିନୋଟି ରୁଟି ଖାଉଛନ୍ତି ତେବେ ଆପଣ ପ୍ରଥମେ ଦୁଇଟି ନେଇ ଆସନ୍ତୁ ତାକୁ ଖାଇସାରିବା ପରେ ଆଉ ଗୋଟିଏ ଆଣି ଖାଆନ୍ତୁ । 2- ରୋଷେଇ ଘରେ କୌଣସି ମହିଳାଙ୍କୁ ଦୁଖୀ ମନରେ ଖାଦ୍ୟ ପ୍ରସ୍ତୁତ କରିବା ଉଚିତ ନୁହେଁ । ଏବଂ ପ୍ରସ୍ତୁତ କରୁଥିବା ଖାଦ୍ୟକୁ ଶୁଦ୍ଧତାର ସହ ବନାଇବା ଜରୁରୀ । ନଚେତ ଏହିଭୁଲ କରିବା ଦ୍ଵାର ଆପଣଙ୍କୁ ରାହୁ କେତୁଙ୍କ ସାମ୍ନା କରିବାକୁ ପଡିଥାଏ ।

3- ସୂର୍ଯ୍ୟାସ୍ତ ପରେ ରୋଷେଇ ଘରର କୌଣସି ବି ଜିନିଷ ପଡୋଶୀଙ୍କୁ ଦେବା ଉଚିତ ନୁହେଁ । ଏହାଦ୍ୱାରା ଧନହାନୀ ହୋଇଥାଏ । 4 – ବର୍ତ୍ତମାନ ସମୟରେ ଅନେକ ମହିଳା ଚକଟିଥିବା ଅଟା ଯଦି ଅଧିକ ହୋଇଯାଉଛି ତେବେ ବଳକା ଅଟାକୁ କାଲି ରୁଟି କରିବା ପାଇଁ ଫ୍ରିଜରେ ରଖିଦେଉଛନ୍ତି । ଏବଂ ତା ପରଦିନ ପୁଣି ସେହି ଅଟାରୁ ରୁଟି ପ୍ରସ୍ତୁତ କରିଥାନ୍ତି ।

ବାସ୍ତୁ ଅନୁଯାୟୀ ଏହା ଅନୁଚିତ ଅଟେ । ରୋଷେଇ ଘରେ ବଳକା ଅଟା ରଖିବା ଦ୍ଵାରା ଶନି ଏବଂ ରାହୁଙ୍କ ପ୍ରଭାବ ପଡିଥାଏ । ଏଥିପାଇଁ ଜୀବନରେ ଅନେକ ପ୍ରକାର ସମସ୍ୟା ମାନ ଦେଖା ଦେଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *