ଯଦି ଏହି 9 ଲକ୍ଷଣ କୌଣସି ଗୋଟିଏ ଲକ୍ଷଣ ଆପଣଙ୍କ ପାଖରେ ଥାଏ ତେବେ ଆପଣ ସାଧାରଣ ମଣିଷ ନୁହନ୍ତି 

ନମସ୍କାର ବନ୍ଧୁଗଣ, ମଣିଷ ଭଗବାନ ସ୍ୱରୂପ ଏହା ଆପଣ ନିହାତି ଶୁଣିଥିବେ । ଅର୍ଥାତ କୁହାଯାଏ କି ଭଗବାନ ମଣିଷ ମାନଙ୍କ ଶରୀରରେ ବାସ କରିଥାନ୍ତି ସେଥିପାଇଁ ତ କୁହାଯାଏ କାହା ଦେହରେ ଗୋଦା ବାଜିଗଲେ ତାଙ୍କୁ ବିଷ୍ଣୁ କରବୋଲି । କିନ୍ତୁ ସମସ୍ତ ମଣିଷ ଭଗବାନଙ୍କ ସଦୃଶ ହୋଇନଥାନ୍ତି । କିଛି ଲୋକଙ୍କ ଉପରେ ଭଗବାନର ବିଶେଷ କୃପା ରହିଥାଏ ସେମାନେ ଭଗବାନଙ୍କର ସନ୍ତାନହୋଇଥାନ୍ତି ସାଧାରଣ ମଣିଷ ଭାବରେ ତାଙ୍କୁ ବିବେଚନା କରିବା ଭୁଲ । ତେବେ ଆସନ୍ତୁ ଜାଣିବା କେଉଁ ଲକ୍ଷଣ ଥିଲେ ଆମେ ଜାଣିପାରିବା କି ସେ ସାଧାରଣ ମଣିଷ ନୁହନ୍ତି ।

1- ଯେଉଁ ମଣିଷର ମନରେ ଲୋଭ, ହିଂସା, ମୋହ, ମାୟା ଇତ୍ୟାଦି ନଥାଏ ସେମାନଙ୍କ ଉପରେ ଭଗବାନର ଆଶୀର୍ବାଦ ରହିଥାଏ । 2- ଯଦି କୌଣସି ବ୍ୟକ୍ତିଙ୍କୁ ବାରମ୍ବାର ସ୍ଵପ୍ନରେ ମନ୍ଦିର ଏବଂ ମନ୍ଦିର ଆଖ ପାଖର ଦୃଶ୍ୟ ଦେଖା ଯାଇଥାଏ ତେବେ ଶାସ୍ତ୍ର ଅନୁଯାୟୀ ଏଭଳି ମଣିଷଙ୍କୁ ଭାଗ୍ୟଶାଳୀ ମନାଯାଏ । ଯେଉଁ ବ୍ୟକ୍ତି ଭଗବାନଙ୍କୁ ବାରମ୍ବାର ସ୍ଵପ୍ନରେ ଦେଖନ୍ତି ତାଙ୍କ ସହ ଐଶର୍ଯ୍ୟା ଶକ୍ତି ଯୋଡି ହୋଇଥାଏ ।

3- ଯେଉଁ ବ୍ୟକ୍ତି ନିଜର ନୀତି ଦିନ କାର୍ଯ୍ୟ ପରେ ବାକି ସମୟ ଭଗବାନଙ୍କ ପୂଜା ଆରାଧନାରେ କଟାଇଥାଏ ଏବଂ ଭଗବାନଙ୍କୁ ସତ୍ୟ ମାନିବା ଦ୍ଵାରା ଭଗବାନ ଉପସ୍ଥିତିକୁ ସେହି ମଣିଷ ଅନୁଭବ କରିପାରିଥାଏ । ଏବଂ ସେହି ମଣିଷ ସହ ଭଗବାନ ସବୁବେଳେ ଥାନ୍ତି ।

4- ଯେଉଁ ବ୍ୟକ୍ତି ସମାଜ ପାଇଁ ସତ କର୍ମ କରି ଲୋକଙ୍କୁ ସାହାର୍ଯ୍ୟ କରିବା ସହ ପୂଣ୍ୟ କରିଥାଏ ସେ ମଧ୍ୟ ଭଗବାନଙ୍କ ସନ୍ତାନ ହୋଇଥାନ୍ତି । 5- ଯେଉଁ ମଣିଷକୁ ଆଗକୁ ଘଟିବାକୁ ଯାଉଥିବା ଘଟଣା ପୂର୍ବାଭାସ ହୋଇଥାଏ ସେମାନଙ୍କ ଉପରେ ଭଗବାନଙ୍କ କୃପା ରହିଥାଏ । ଅର୍ଥାତ ଅଲୌକିକ ଶକ୍ତିର ପ୍ରଭାବ ତାଙ୍କ ଉପରେ ରହିଥାଏ ।

6- ଯଦି କୌଣସି ମଣିଷକୁ ନିଜ ଆଖ ପାଖରେ ସବୁବେଳେ କୌଣସି ବିଶେଷ ସୁଗନ୍ଧ ଅନୁଭବ ହୋଇଥାଏ ତେବେ ସେମାନଙ୍କ ଉପରେ ଭଗବାନଙ୍କ ଆଶୀର୍ବାଦ ରହିଥାଏ । 7- ଯଦି କୌଣସି ବ୍ୟକ୍ତିଙ୍କ ନିଦ ଆପେ ଆପେ ବ୍ରହ୍ମ ମୂହୁର୍ତ୍ତରେ ପ୍ରତିଦିନ ଭାଙ୍ଗି ଯାଉଥାଏ ଏବଂ ସେ ପ୍ରସନ୍ନ ମନରେ ଉଠି ନିଜ ନିତ୍ୟ କାମ ସାରି ସୂର୍ଯ୍ୟକୁ ଅର୍ଘ୍ୟ ଦେଉଥାନ୍ତି ତେବେ ତାଙ୍କ ସହ ଭଗବାନ ସବୁବେଳେ ଥାନ୍ତି ଆଉ ସେ ଭଗବାନଙ୍କର ପ୍ରିୟ ହୋଇଥାନ୍ତି ।

8- ଯଦି କୌଣସି ବ୍ୟକ୍ତି ମନ୍ଦିର କିମ୍ବା ପବିତ୍ର ସ୍ଥାନରେ ବସି ଭଗବାନଙ୍କ କଥା କିମ୍ବା ପାଠରେ ସମ୍ପୂର୍ଣ ଲୀନ ହୋଇ ନିଜ ଘର ପରିବାର କଥା ମଧ୍ୟ ମନକୁ ଆଣିନଥାଏ ସେହି ମଣିଷ ଉପରେ ନିଶ୍ଚିନ୍ତ ଭାବରେ ଅଲୌକିକ ଶକ୍ତିର ପ୍ରଭାବ ଥାଏ । 9- ଯେଉଁ ମଣିଷ ଭଗବାନଙ୍କ ପୂଜାରେ ଖୁସି ହୋଇଥାଏ ଏବଂ ଭଗବାନଙ୍କୁ ଜୀବନର ସବୁ କିଛି ଭାବୁଥାଏ ସେହି ମଣିଷ ଭଗବାନଙ୍କ ସନ୍ତାନ ହୋଇଥାନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *