ବନ୍ଧୁଗଣ, ମାତାରାଣୀ ଙ୍କ ଆଗମନ ହୋଇ ସାରିଛି ଅର୍ଥାତ ନବରାତ୍ରି ର ଆରମ୍ଭ ହୋଇ ସାରିଛି । ଆମ୍ଭେ ସମସ୍ତେ ଜାଣିଅଛୁ ଯେ ନବରାତ୍ରି ବର୍ଷ ରେ ୨ ଥର ଆସିଥାଏ । ତାହାକୁ ଆମ୍ଭେ ଚୈତ୍ର ଅଥବା ଶାରଦୀୟ ନବରାତ୍ରି ଭାବରେ ଜାଣିଅଛୁ । ଚଳିତବର୍ଷ ର ନବରାତ୍ରି ୬ ଅକ୍ଟୋବର ବୁଧବାର ଦିନରୁ ଆରମ୍ଭ ହୋଇ ସାରିଛି । ଏହା ଆସନ୍ତା ୧୫ ତାରିଖ ଶୁକ୍ରବାର ଦିନ ପାଳନ କରାଯିବ ।
ହିନ୍ଦୁ ଧର୍ମ ରେ ଏହି ସମୟ କୁ ଅତ୍ୟନ୍ତ ଖାସ ବୋଲି କୁହାଯାଇଥାଏ । ଭକ୍ତ ମାନେ ମଧ୍ୟ ଏହି ଦିନକୁ ଚାତକ ଭଳି ଚାହିଁ ରହିଥାନ୍ତି । କୁହାଯାଇଅଛି ଯେ ନବରାତ୍ରି ର ଏହି ପବିତ୍ର ଦିନରେ ଭକ୍ତ ମାନେ ମାତା ଙ୍କୁ ପ୍ରସନ୍ନ କରିଥାନ୍ତି । ମାତା ପ୍ରସନ୍ନ ହୋଇ ତାଙ୍କର ସଂପୂର୍ଣ୍ଣ ଇଛା କୁ ପୂରଣ କରିଥାନ୍ତି । ଏହି ୯ ଦିନରେ ମାତା ଙ୍କର ୯ ଟି ରୂପ କୁ ପୂଜା କରାଯାଇଥାଏ । ଏହାପରେ ୧୦ ମୀ ଦିନ ଦଶହରା ନାମରେ ପ୍ରସିଦ୍ଧି ହୋଇଥାଏ ।
ଏହି ଶୁଭ ଅବସରରେ ଯେଉଁ ମାନେ ମାତା ଦୂର୍ଗା ଙ୍କୁ ପୂଜା କରିଥାନ୍ତି ମାତା ଦୂର୍ଗା ସେମାନଙ୍କୁ ବିଶେଷ ବରଦାନ ପ୍ରଦାନ କରିଥାନ୍ତି । ଦଶହରା ଅବସରରେ ମାତା ଦୂର୍ଗା ଙ୍କୁ ଅର୍ପଣ କରନ୍ତୁ ଏହି ଚମତ୍କାରୀ ଫୁଲ ଆପଣଙ୍କର ସମସ୍ତ ମନୋଷ୍କାମନା ପୂରଣ ହେବ । ଆଜି ଆମ୍ଭେ ମନ୍ଦାର ଫୁଲ ସମ୍ବନ୍ଧରେ କହିବାକୁ ଯାଉଅଛୁ । ଏହାର ଅନ୍ୟ ଏକ ନାମ ହେଉଅଛି ପାରିଜାତ ଫୁଲ ।
ଦେବୀ ଙ୍କ ପୂଜା ରେ ନାଲୀ ରଙ୍ଗର ଫୁଲ ର ବହୁତ ମହତ୍ଵ ରହିଥାଏ । ଆପଣ ମାନେ ଦେବୀ ନବ ଦୂର୍ଗା ଙ୍କୁ ମନ୍ଦାର ଫୁଲ ଅର୍ପଣ କରନ୍ତୁ । ୯ ଟି, ୧୧ ଟି ଅଥବା ୨୧ ଟି ମନ୍ଦାର ଫୁଲ ର ମାଳା ଦେବୀ ମା ଙ୍କୁ ଅର୍ପଣ କରନ୍ତୁ । ଆପଣ ଏହିଭଳି ମାତା ଙ୍କୁ ଅର୍ପଣ କରିବା ଦ୍ଵାରା ଆପଣଙ୍କର ସମସ୍ତ ପ୍ରକାରର ମନୋଷ୍କାମନା ପୂରଣ ହୋଇଯାଇଥାଏ । ଆପଣ ମାତା ଙ୍କ ପାଖରେ ୫୬ ପ୍ରକାରର ଭୋଗ ଲଗାନ୍ତୁ ମାତ୍ର ମାତା ତାହା ଗ୍ରହଣ ନ କରି ମନ୍ଦାର ଫୁଲ କୁ ସର୍ବ ପ୍ରଥମେ ଗ୍ରହଣ କରିବେ । ଏହା ସହିତ ଆମ୍ଭର ସମସ୍ତ ପ୍ରକାରର ମନୋଷ୍କାମନା ପୂରଣ କରିଥାନ୍ତି ।
ମାତା ଦୂର୍ଗା ଏବଂ ମାତା ଲକ୍ଷ୍ମୀ ଙ୍କୁ ମନ୍ଦାର ଫୁଲ ଅତି ପ୍ରିୟ ହୋଇଥାଏ । ମଙ୍ଗଳବାର ଦିନ ମାତା ଲକ୍ଷ୍ମୀ ଏବଂ ଶୁକ୍ରବାର ଦିନ ନବଦୂର୍ଗା ଙ୍କୁ ଏହି ମନ୍ଦାର ଫୁଲ ଅର୍ପଣ କରିଲେ ସୁଖ ସମୃଦ୍ଧି ପ୍ରାପ୍ତି ହୋଇଥାଏ । ଏହା ସାହିତ ଆପଣଙ୍କର ସମସ୍ତ ମନୋଷ୍କାମନା ମଧ୍ୟ ମାତା ପୁରଣ କରିଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।