ବନ୍ଧୁଗଣ, ଓଡିଶା ର ଗଞ୍ଜାମ ଜିଲ୍ଲା ରେ ଅବସ୍ଥିତ ହିନ୍ଦୁ ଧର୍ମର ଶକ୍ତି ସ୍ଵରୁପେଣୀ ଦେବୀ ତାର ତାରିଣୀ ଙ୍କ ଏକ ମନ୍ଦିର । ଆମ୍ଭ ଦେଶ ରେ ଥିବା ବିଭିନ୍ନ ଶକ୍ତିପୀଠ ମଧ୍ୟରେ ଏହା ଅନ୍ୟତମ ଅଟେ । ଏବଂ ଏହି ପିଠରେ ତାରା ଏବଂ ତାରିଣୀ ନାମରେ ଦୁଇ ଭଉଣୀ ପୂଜା ପାଉଛନ୍ତି । ଏହି ପୀଠ ର ମହିମା ଯୋଗୁଁ ବେସ ପ୍ରସିଦ୍ଧି ଲାଭ କରିଛି । ଓଡିଶା ରେ ଥିବା ବିଭିନ୍ନ ଶକ୍ତିପୀଠ ମଧ୍ୟରେ ମା’ ତାରା ତାରିଣୀ ଙ୍କ ପୀଠ ର ସ୍ଵତନ୍ତ୍ରତା ରହିଅଛି ।
ଏହି ପୀଠ ବୌଦ୍ଧ ବୈଷ୍ଣବୀ, ତନ୍ତ୍ର ଏବଂ ଶକ୍ତି ପୀଠ ନାମରେ ପ୍ରଶିଦ୍ଧି ଲାଭ କରିଅଛି । ଏବେ ଆସନ୍ତୁ ଜାଣିବା ମା ଙ୍କ କିମ୍ବଦନ୍ତୀ ସମ୍ପର୍କ ରେ । କିମ୍ବଦନ୍ତୀ ତ ଅନେକ ରହିଅଛି କିନ୍ତୁ ସେଥି ମଧ୍ୟରୁ ଆମ୍ଭେ ଗୋଟିଏ କିମ୍ବଦନ୍ତୀ ସମ୍ପର୍କରେ ଜାଣିବା । ଗଞ୍ଜାମ ର ଆଠଗଡ ଅନ୍ତର୍ଗତ ବୀର ଜଗନ୍ନାଥ ଶାସନ ରେ କୁମାରୀ ନାମକ ଏକ ଛୋଟ ଗ୍ରାମ ରେ ଏକ ମଧ୍ୟବିତ ପରିବାରରେ ବସୁ ପ୍ରହରାଜ ନାମରେ ଏକ ମହାଜ୍ଞାନୀ ଏବଂ ତାନ୍ତ୍ରିକ ଥିଲେ ।
ଏହା ସତ୍ବେ ସେ ନିସନ୍ତାନ ଥିଲେ । ଏଣୁ ସେ ଦୁଇଟି କନ୍ୟା ସନ୍ତାନ ଆଣି ଲାଳନ ପାଳନ କରିଥିଲେ । ସେ ଦୁଇ ରୂପଶି କନ୍ୟା ର ଲାଳନ ପାଳନ ରେ ବସୁ ପ୍ରହରାଜ କୌଣସି ଅବହେଳା କରିନଥିଲେ । ମାତ୍ର ଦିନେ ସେ ୨ ଝିଅ ହଟାତ ସମସ୍ତଙ୍କ ଅଜ୍ଞାତ ରେ ଗୃହ ତ୍ୟାଗ କରିଲେ । ସେମାନେ ବାଟରେ କୌଣସି କାଚରା ଠାରୁ ଚୁଡି ପିନ୍ଧିଥିଲେ ଏବଂ ବସୁ ପ୍ରହରାଜ ଙ୍କ ଠାରୁ ପ୍ରାପ୍ୟ ନେଇଯିବା ପାଇଁ କହିଥିଲେ ।
କିଛି ଦିନ ପରେ ବସୁ ପ୍ରହରାଜ ଙ୍କୁ ସ୍ଵପ୍ନ ହେଲା ଯେ ସେହି ୨ ଭଉଣୀ ଙ୍କର ତାରାତାରିଣୀ ପର୍ବତ ଉପରେ ଦେହାନ୍ତ ହୋଇଯାଇଅଛି । ତେଣୁ ସେମାନଙ୍କ ସ୍ମୃତି ରକ୍ଷା ନିମନ୍ତେ ଦୁଇଟି ବିଗ୍ରହ ପ୍ରତିଷ୍ଠା କରି ବସୁ ପ୍ରହରାଜ ତନ୍ତ୍ର ସାଧନ ଦ୍ଵାରା ସେଥିରେ ପ୍ରାଣ ପ୍ରତିଷ୍ଠା କରିଲେ ।
ସେହି ଦୁଇ ମୁରର୍ତି ତାରା ଏବଂ ତାରିଣୀ ନାମରେ ବିଖ୍ୟାତ । ବସୁ ପ୍ରହରାଜ ଙ୍କ ଉପାଖ୍ୟାନ ଅନୁସାରେ ଏହା ଏକ ତନ୍ତ୍ର ପୀଠ ଥିଲା । ଅନ୍ୟ ଏକ କିମ୍ବଦନ୍ତୀ ଅନୁଯାୟୀ ସେହି ଦୁଇ ଭଉଣୀ ନିଖୋଜ ହେବାପରେ ବସୁ ଖୋଜା ଖୋଜି କରି ନିରାଶ ହୋଇଥିଲେ । ମାତ୍ର ଦୁଇ ଦେବୀ ତାଙ୍କୁ ଦର୍ଶନ ଦେଇ ସମସ୍ତ ବିଷୟ କହିବାରୁ ମନ୍ଦିର ପ୍ରତିଷ୍ଠା ହୋଇଥିଲା ।
ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ