ବନ୍ଧୁଗଣ, ଆଖି ହେଉଛି ଆମ ଶରୀରର କେବଳ ଏକ ଆକର୍ଷଣୀୟ ଅଙ୍ଗ । ଏହା ମଧ୍ୟ ବହୁତ ଦରକାରୀ ଅଙ୍ଗ ଅଟେ । ଯଦି ଆପଣ ନିଜ ଆଖିର ଯତ୍ନ ସଠିକ୍ ଭାବରେ ନ ନେବେ ତେବେ ଆପଣକୁ ଚଷମା ବା ଲେନ୍ସ ର ଆବଶ୍ୟକ ପଡିପାରେ । ତେବେ ଆସନ୍ତୁ ଜାଣିବା କିଛି ଘରୋଇ ଉପଚାର ବିଷୟରେ ଯାହାକୁ ପ୍ରୟୋଗ କରିବା ଫଳରେ ଆପଣ ନିଜ ଆଖିରେ ଚଷମା ପିନ୍ଧିବା ଠାରୁ ବଞ୍ଚିତ ହେବେ ।
୧;- ଏହି ଘରୋଇ ଉପଚାର ପାଇଁ ଆପଣଙ୍କୁ ଆଲୋବେରା ଜୁସ ଓ ମହୁ ଦରକାର । ପ୍ରଥମେ ଆପଣଙ୍କୁ ସକାଳୁ ଉଠି ୨୦ ଗ୍ରାମ ଆଲୋବେରା ଜୁସ ରେ ଗୋଟେ ଚାମଚ ମହୁ ମିଶେଇ ନିୟମିତ ସେବନ କରିବା ଦରକାର । ଏବଂ ଏହାକୁ ଆପଣ ଖାଲି ପେଟରେ ପିଇବେ । ଏହା ଆପଣଙ୍କୁ ବହୁତ ଚମତ୍କାର ଫଳ ପ୍ରଦାନ କରିବ ।
୨;- ଆଖିରୁ ଥକାପଣ ଦୂର କରିବା ପାଇଁ ଆପଣ ଦୁଇ ହାତର ପାପୁଲି କୁ ରଗଡନ୍ତୁ ଆପଣଙ୍କ ହାତରୁ ଗରମ ପବନ ବାହାରିବ ତାପରେ ଆପଣ ହାତ ନେଇ ନିଜ ଆଖି ଉପରେ ରଖନ୍ତୁ । ଏମିତି ଦିନକୁ ୩ ରୁ ୪ ଥର କରନ୍ତୁ । ଅଁଳା ପାଣିରେ ଆଖି ଧୋଇଲେ ଆଖି ପରିଷ୍କାର ହୋଇଥାଏ ।
୩;- ଆଖିର ବହୁତ ପ୍ରକାରର ରୋଗ ଯେମିତିକି ଆଖିରୁ ପାଣି ବାହାରିବା, ଆଖି ଦୁର୍ବଳିଆ ହେବା, ଆଦି ହେଲେ ଆପଣ ରାତିରେ ୭ ରୁ ୮ଟି ଆଲମଣ୍ଡ କୁ ଭିଜେଇ ତାକୁ ଗ୍ରାଇଣ୍ଡର କରି ପାଣିରେ ମିଶେଇ ପିଇବେ । ଗୋଟେ ଲିଟର ପାଣିକୁ ତମ୍ବା ପାତ୍ରରେ ରାତି ସାରା ରଖିନ୍ତୁ । ଓ ସେହି ପାଣିକୁ ଆପଣ ସକାଳେ ଖାଲି ପେଟରେ ପିଅନ୍ତୁ । ତମ୍ବା ପାତ୍ରରେ ଥିବା ପାଣି ଶରୀର ସହିତ ଆଖି ପାଇଁ ମଧ୍ୟ ବହୁତ ଭଲ ହୋଇଥାଏ ।
୪;- ଗାଈ ର ଘିଅ କୁ କାନ ପାଖରେ ଘସିଲେ ଆଖିର ତେଜ ବଢ଼ିଥାଏ । ଲେମ୍ବୁରସ ଓ ଗୋଲାପ ଜଳ କୁ ସମାନ ମାତ୍ରାରେ ମିଶେଇ ୧ ଘଣ୍ଟାକୁ ଥରେ ଆଖିରେ ଏକ ବୁନ୍ଦା ଲେଖାଏଁ ପକାଇଲେ ଆଖିକୁ ଥଣ୍ଡା ଓ ଆରାମ ମିଳିଥାଏ ।
୫;- ଗୋଟେ ଚାମଚ ପାନମଧୁରୀ, ୨ ଟି ବାଦାମ ଓ ଅଧା ଚାମଚ ମିଶ୍ରି କୁ ମିଶେଇ ଭଲ ଭାବେ ପେଶିଦେବେ, ଏହାକୁ ଆପଣ ସବୁଦିନ ରାତିରେ ଶୋଇଲା ବେଳେ ଗୋଟେ ଚାମଚ ଗୋଟେ ଗିଲାସ କ୍ଷୀର ସହ ପିଅନ୍ତୁ ।
୬;- ଜିରା ଓ ମିଶ୍ରି କୁ ସମାନ ପରିମାଣରେ ମିଶେଇ ଭଲ ଭାବେ ପେଶି ଆପଣ ଗାଈ ଘିଅ ସହ ସେବନ କରନ୍ତୁ । ଆଖୁରସ ଆଖି ପାଇଁ ବହୁତ ଭଲ ଫଳପ୍ରଦକାରୀ ହୋଇଥାଏ । ଆପଣ ସବୁଦିନ ଗୋଟେ ଗିଲାସ ଆଖୁ ରସ ଓ ଲେମ୍ବୁ ରସ ମଧ୍ୟ ପିଇ ପାରିବେ ।
୭;- ନିୟମିତ ଭାବରେ ଅଙ୍ଗୁର ଖାଅନ୍ତୁ ଅଙ୍ଗୁର ଆଖି ପାଇଁ ବହୁତ ଭଲ ହୋଇଥାଏ । ଏହା ରାତିରେ ଦେଖିବା ପାଇଁ ଆଖିର ଶକ୍ତି ବଢାଇ ଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ