ବନ୍ଧୁଗଣ, ଭଗବାନ ଶ୍ରୀକୃଷ୍ଣ ଙ୍କ ଅନୁସାରେ ଏହି ୫ ଟି କାରଣରୁ ମନ୍ୟୁଷ ମାନଙ୍କ ଜୀବନରେ ଆସିଥାଏ ଦାରିଦ୍ର୍ୟତା । ଗୀତା ରେ ଉପଦେଶ କରି ଭଗବାନ ଶ୍ରୀକଷ୍ଣ କହିଛନ୍ତି ଯେ ମନ୍ୟୁଷର ନିଜ ଜୀବନରେ ଆସୁଥିବା ସବୁ ସୁଖ ଦୁଃଖ ଓ ଦାରିଦ୍ର୍ୟ ର କାରଣ ହେଉଛି ସେ ସ୍ଵୟଂ ନିଜେ । ତାହା ଦ୍ଵାରା ହୋଇଥିବା ସବୁ କର୍ମ ଯୋଗୁ ସେ ନିଜେ ଦାରିଦ୍ର୍ୟତା ର ଶିକାର ହୋଇଥାଏ । ଯଦି ମନ୍ୟୁଷ ଭଲ କାମ କରିଥାଏ, ତେବେ ତାକୁ ଭଲ ଫଳ ମିଳିଥାଏ ।
ଯଦି ଖରାପ କର୍ମ କରିଥାଏ ତାକୁ ଖରାପ ଫଳ ମିଳିଥାଏ । ତେବେ ଆସନ୍ତୁ ଜାଣିବା ଭଗବାନ ଶ୍ରୀକୃଷ୍ଣ କଣ କହିଛନ୍ତି ସେହି ୫ଟି କର୍ମ ବିଷୟରେ ଯାହା କରିବା ଫଳରେ ଆପଣଙ୍କୁ ଦରିଦ୍ରତା ର ସାମ୍ନା କରିବାକୁ ପଡ଼ିଥାଏ । ୧;- ଯେଉଁ ଘରେ ଠାକୁରଙ୍କୁ ଭୋଗ ନ ଲଗାଇ ଅନ୍ନ ଗ୍ରହଣ କରାଯାଏ ସେହି ଘରେ ଦାରିଦ୍ର୍ୟତା ସର୍ବଦା ଲାଗି ରହିଥାଏ । କାରଣ ଯେଉଁ ଭଗବାନ ଆପଣଙ୍କୁ ଖାଇବାକୁ ଦେଇଛନ୍ତି ଯଦି ଆପଣ ତାଙ୍କୁ ହିଁ ଭୁଲି ଯିବେ ତାହା ନିରାଦର ଅଟେ ଏବଂ ମଣିଷକୁ କେବେ ବି ଆଉ ଜଣଙ୍କର ଖାଇବା ବି ଖାଇବା କଥା ନୁହେଁ ।
ଘରେ ବନା ଯାଇଥିବା ଖାଦ୍ୟରେ ପଶୁ ମାନଙ୍କର ମଧ୍ୟ ଅଧିକାର ଅଛି ଯେମିତିକି ଗୋମାତା ଓ କୁକୁର । କାରଣ ଗୋମାତାଙ୍କ ଭିତରେ ସବୁ ଦେବାଦେବୀ ରହିଥାନ୍ତି ଏହା ସହିତ ଗୋମାତା ମନୁଷ୍ୟକୁ କ୍ଷୀର ପ୍ରଦାନ କରିଥାଏ । ଯେଉଁ ଘରେ ଲୋକମାନେ ଠାକୁରଙ୍କୁ ଭୋଗ ଲଗାନ୍ତି ନାହିଁ ଏବଂ ପଶୁପକ୍ଷୀ ଙ୍କ ସେବା କରନ୍ତି ନାହିଁ, ସେହି ଘରେ ଦାରିଦ୍ର୍ୟତା, ଦୁଃଖ, କ୍ଳେଶ ସବୁ ବଢ଼ିଥାଏ ।
୨;- ଦାନ ନ କରିବା, ଶ୍ରୀକୃଷ୍ଣ ଙ୍କ କହିବା ଅନୁସାରେ ଯେଉଁ ଘରେ ନିଜ ସାମର୍ଥ୍ୟ ଅନୁସାରେ ଦାନ ଧର୍ମ କରନ୍ତି ନାହିଁ, ଲକ୍ଷ୍ମୀ ମା ତାଙ୍କ ଉପରେ ରାଗି ଯାଇଥାଆନ୍ତି । ଧନର ସଦୁପଯୋଗ ଦାନ ଦ୍ଵାରା ହିଁ ହୋଇଥାଏ । ଦାନ କଲେ ହିଁ ଧନ ବୃଦ୍ଧି ହୋଇଥାଏ । ତେଣୁ ମନ୍ୟୁଷକୁ ବେଳେ ବେଳେ ଦାନ କରିବା ନିହାତି ଜରୁରୀ ।
୩;- ସ୍ତ୍ରୀ ର ଅପମାନ, ଶ୍ରୀକୃଷ୍ଣ କହୁଛନ୍ତି ସ୍ତ୍ରୀ ହେଉଛି ମା ଲକ୍ଷ୍ମୀଙ୍କ ର ରୂପ । ତେଣୁ ସ୍ତ୍ରୀ କୁ ମାରପିଟ କରିବା ଉଚିତ ନୁହେଁ । ସ୍ତ୍ରୀ ସହ ହିଂସା କରିବା ଓ ତାକୁ ମାରିବା ଦ୍ଵାରା ମା ଲକ୍ଷ୍ମୀ ରାଗି ଯାଇଥାନ୍ତି ଓ ସେହି ଜାଗାରୁ ପଳେଇ ଯାନ୍ତି ।
୪;- ମ-ଦ୍ୟପାନ ଓ ଜୁ-ଆ ଖେଳିବା, ଯେଉଁ ଘରର ସଦସ୍ୟ ମ-ଦ ପିଅନ୍ତି ଓ ଜୁ-ଆ ଖେଳନ୍ତି ତାଙ୍କର ସବୁ ପୁଣ୍ୟ କର୍ମ ମଧ୍ୟ ନଷ୍ଟ ହୋଇଯାଇଥାଏ । ଜୁ-ଆ ଖେଳିବା ଦ୍ଵାରା ଧନର ଦୁରୁପଯୋଗ ହୋଇଥାଏ । ଏହାଦ୍ଵାରା ମା ଲକ୍ଷ୍ମୀ ବି ରାଗି ଯାଇଥାଆନ୍ତି । ତେଣୁ ଧନର କେବଳ ସଦୁପଯୋଗ କରନ୍ତୁ ।
୫;- ପର ସ୍ତ୍ରୀ ପାଖକୁ ଯିବା, ପର ସ୍ତ୍ରୀ ପାଖକୁ ଯିବା ଶାସ୍ତ୍ରରେ ପାପ ମନାଯାଇଛି । ବାଳି ଠୁ ନେଇକି ରାବଣ ଯାଏଁ ଓ ରାମାୟଣ ଠୁ ନେଇକି ମହାଭାରତ ଯାଏ, ଏହାର ଅନେକ ଉଦାହରଣ ମିଳିଛି । ପର ସ୍ତ୍ରୀ ପ୍ରତି ଲୋଭ ରଖୁଥିବା ମଣିଷର ଅନ୍ତ ଦିନେ ନା ଦିନେ ହୋଇଥାଏ । ତେଣୁ ନିଜ ସ୍ତ୍ରୀ ଛଡା ପର ସ୍ତ୍ରୀ ସହ ପ୍ରସଙ୍ଗ କରନ୍ତୁ ନାହିଁ । ଏହା ପାପ ଅଟେ ଓ ମାତା ଲକ୍ଷ୍ମୀ ରାଗି ଯାଆନ୍ତି ।
ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ