ବନ୍ଧୁଗଣ ଆମ ହିନ୍ଦୁ ଧର୍ମରେ ଦେବିଦେବତାଙ୍କ ପୂଜାକୁ ସବୁଠାରୁ ମହତ୍ଵପୂର୍ଣ୍ଣ ଅଂଶ କୁହାଯାଇଛି । ଏପରି କୁହାଯାଇଥାଏ ଯେ, ଆମେ କରିଥିବା ପାପର କ୍ଷମା ମାଗିବା ପାଇଁ ଆମେ ଆଳତି କରିଥାଉ । ଆଳତି କରିବା ଦ୍ଵାରା ବ୍ୟକ୍ତିଙ୍କ ମନକୁ ଶାନ୍ତି ମିଳିଥାଏ । ଏହା ସହିତ ଯଦି ଆପଣ ଭଗବାନଙ୍କୁ ସ୍ଵଚ୍ଛ ମନରେ ଆଳତି କରୁଛନ୍ତି ତେବେ ଘରର ବାସ୍ତୁଦୋଷ ଦୂର ହୋଇଯିବ ।
ଘରର ବାସ୍ତୁଦୋଷକୁ ଦୂର କରିବା ପାଇଁ ପ୍ରତିଦିନ ଘରେ ଦୀପ ଜଳାଇବା ନିହାତି ଦରକାର । ଦୀପ ଜଳାଇବାର ଏକ ବିଶେଷ ମହତ୍ଵ ରହିଛି ଦୀପ ନଜଳାଇବା ଦ୍ଵାରା କୌଣସି ପୂଜା ସଫଳ ହୁଏ ନାହିଁ । ବନ୍ଧୁଗଣ ଆସନ୍ତା କାଲି ହେଉଛି ଦୀପାବଳି ପର୍ବ ଯଦି ଆପଣ ଦୀପ ଜଳାଇବା ସମୟରେ କିଛି ବିଶେଷ କଥାର ପାଳନ କରିବେ ତା ହେଲେ ଆପଣଙ୍କ ଘର ସୁଖ ସମୃଦ୍ଧିରେ ଭରିବା ସହ ଆପଣଙ୍କ ଭାଗ୍ୟ ବଦଳିଯିବ ।
ତେବେ ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ଦୀପ ଜଳାଇବା ସମୟରେ କେଉଁ ନିୟମର ପାଳନ କରିବା ଉଚିତ । ଯଦି ଆପଣ ପୂଜା କରିବା ସମୟରେ ଘିଅ ଦୀପ ଲଗାଉଛନ୍ତି ତା ହେଲେ ଆପଣ ସବୁବେଳେ ବାମ ହାତରେ ଦୀପ ଜଳାନ୍ତୁ ଓ ଯଦି ଆପଣ ତେଲ ଦୀପ ଜଳାଉ ଛନ୍ତି ତା ହେଲେ ଆପଣ ଡାହାଣ ହାତରୁ ଜଳେଇବେ । ଏହା ସହିତ ଦୀପ ଜ୍ଯୋତି ଭଗବାନଙ୍କ ସମ୍ମୁଖରେ ରହିବା ଉଚିତ ।
ଶାସ୍ତ୍ର ଅନୁସାରେ ଯେତେବେଳେ ଆପଣ ଘିଅର ଦୀପ ଜଳାଉ ଛନ୍ତି ତା ହେଲେ ଦୀପ ଭିତରେ ତୁଳାର ସଳିତା ରଖନ୍ତୁ କିନ୍ତୁ ଯଦି ଆପଣ ତେଲ ଦୀପ ଜଳାଉ ଛନ୍ତି ତା ହେଲେ ଆପଣ ନାଲି ରଙ୍ଗର ସଳିତା ବ୍ୟବହାର କରନ୍ତୁ । ଯେତେବେଳେ ଆପଣ ଦୀପ ଜଳାଉ ଛନ୍ତି ସେତେବେଳେ ଧ୍ୟାନ ରଖିବେ ଯେ, ଦୀପ ମଧ୍ୟରେ ଘିଅ ବା ତେଲ ଅଧିକ ମାତ୍ରାରେ ଥିବ ।
ପୂଜା କରିବା ସମୟରେ ଯେପରି ଦୀପ ନଲିଭିବ ସେଥି ପ୍ରତି ଧ୍ୟାନ ନିଶ୍ଚୟ ଦେବେ ଓ ପୂଜା ଶେଷ ହେବା ପରେ କମ ସେ କମ ଅଧ ଘଣ୍ଟା ପର୍ଯ୍ୟନ୍ତ ଦୀପ ଜଳିବା ନିହାତି ଆବଶ୍ୟକ । ବନ୍ଧୁଗଣ ପୂଜା ସମୟରେ କୌଣସି ଖଣ୍ଡିତ ଦୀପର ପ୍ରୟୋଗ କରନ୍ତୁ ନାହିଁ । ପୂଜା କରିବା ସମୟରେ ଆପଣ ଯେଉଁ ସବୁ ଜିନିଷର ବ୍ୟବହାର କରୁଛନ୍ତି ସେ ସବୁ ଶୁଦ୍ଧ ଓ ଅଖଣ୍ଡିତ ହେବା ଉଚିତ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ