ଡେଲିଭରି କିମ୍ବା ସିଜରିୟାନ ପରେ ବଡ ପେଟକୁ କିଭଳି କମ କରିବେ… How to Reduce Tummy

ନମସ୍କାର ବନ୍ଧୁଗଣ, ମାଆ କୁ ଏକ ଯୋଦ୍ଧା ସମାନ ମନାଯାଏ । କାରଣ ମାଆ ସନ୍ତାନ ଜନ୍ମ ପାଇଁ କରୁଥିବା କଷ୍ଟ ହୁଏତ ଆଉ କେହି କରିପାରିବେ ନାହିଁ । ଗର୍ଭରେ ପିଲା ରହିବା ପରେ ଅନେକ ଅସୁବିଧା ଏବଂ କଷ୍ଟ ଆଉ ଜନ୍ମ ପାଇଁ କଷ୍ଟ ସହିବା ସହ ଜନ୍ମ ପରେ ମଧ୍ୟ ବଢିଥିବା ପେଟ ଏବଂ ପେଟର ଦାଗକୁ ନେଇ ନିଜର ସୌନ୍ଦର୍ଜ୍ୟ ନଷ୍ଟ ମାଆ ବଞ୍ଚିଥାଏ । ହେଲେ ବି ମନରେ ଦୁଃଖ ନଥାଏ । କିନ୍ତୁ ଯଦି ବି ସେହି ମାଆ ମାନଙ୍କୁ ଡେଲିଭରି ପରେ ବଢିଥିବା ପେଟକୁ କମ କରିବାକୁ ଚାହୁଁଛନ୍ତି ତେବେ ଏହି ପୋଷ୍ଟଟିକୁ ନିହାତି ଦେଖନ୍ତୁ ।

ଡେଲିଭରି ସମୟରେ ମାଆ ର ଓଜନ ବଢିଥାଏ ଏବଂ ମାଆର ପେଟ ମଧ୍ୟ ବଢିଥାଏ । ଆଉ ଏହା ଡେଲିଭରି ପରେ ମଧ୍ୟ ରହିଥାଏ ଯାହାକି ଚିନ୍ତାର କାରଣ ହୋଇଯାଏ । ନିଜ ବଢିଥିବା ଶରୀର ଏବଂ ପେଟ ସହ ବହୁତ କଷ୍ଟ ମଧ୍ୟ ସହିବାକୁ ପଡିଥାଏ । ତେବେ ଆପଣଙ୍କୁ ଏହି ବଢିଥିବା ଓଜନକୁ ସହଜରେ କମ କରିବା ପାଇଁ ଏକ ଉପାୟ କରିବାକୁ ପଡିବ ।

ଏଥିପାଇଁ ଆପଣଙ୍କୁ ପ୍ରଥମେ ଆବଶ୍ୟକ ହେବ 100 ଗ୍ରାମ ଗୋଲମରୀଚ । ଦିତୀୟ ସାମଗ୍ରୀ ଭାବରେ ଆପଣଙ୍କୁ ଦରକାର 100 ଗ୍ରାମ ଶୁଖିଲା ଅଦା । ତୃତୀୟ ସାମଗ୍ରୀ ଭାବରେ ଆପଣଙ୍କୁ ଆବଶ୍ୟକ 100 ଗ୍ରାମ ଦାନା ମେଥି । ଚତୁର୍ଥ ସାମଗ୍ରୀ ଭାବରେ ଆପଣଙ୍କୁ ଆବଶ୍ୟକ ପଡିବ 100 ଗ୍ରାମ ସତାବରୀ ପାଉଡର ।

ପଞ୍ଚମ ସାମଗ୍ରୀ ତଥା ଶେଷ ସାମଗ୍ରୀ ଭାବରେ ଆପଣଙ୍କୁ ଦରକାର ହଳଦୀ ପାଉଡର । ଏହାପରେ ଆପଣଙ୍କୁ ଏହି ସମସ୍ତ ପାଞ୍ଚଟି ସାମଗ୍ରୀକୁ ଗ୍ରାଇଣ୍ଡରରେ ମିଶାଇ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରିବାକୁ ପଡିବ । ଏହାପରେ ଏକ ବହୁତ ବଢିଆ ପାଉଡର ପ୍ରସ୍ତୁତ ହୋଇଯିବ ଆପଣଙ୍କର । ପାଉଡର ପ୍ରସ୍ତୁତ ହୋଇଯିବା ପରେ ଆପଣ ଏହାକୁ ଏକ ପବନ ପଶୁନଥିବା ଡବାରେ ଭର୍ତ୍ତି କରି ରଖି ଦିଅନ୍ତୁ ।

ଆପଣଙ୍କୁ ରାତିରେ ଦୁଇ ରୁ ତିନି ଗ୍ରାମ ପାଉଡର ନେବାକୁ ପଡିବ । ଆପଣଙ୍କୁ ରାତିରେ ଶୋଇବା ପୂର୍ବରୁ ଏହାକୁ ନେବାକୁ ପଡିବ । କାରଣ ଏହାକୁ ଆପଣ ଦିନରେ କିମ୍ବା ସକାଳେ ସନ୍ଧ୍ୟାରେ ନେଇପାରିବେ ନାହିଁ । ଆପଣ ଏକ ଚାମଚ ପାଉଡରକୁ ଖାଇବା ପରେ ଯାଇ ସଙ୍ଗେ ସଙ୍ଗେ ବାସ ଏକ କପ ଗରମ ପାଣି ପିଅନ୍ତୁ । ଏହାଠାରୁ ଅଧିକ ପାଣି ପିଇବା ଦ୍ଵାରା ପାଉଡରର ଶକ୍ତି କମିଯାଇଥାଏ ।

ପାଉଡରକୁ ସେବନ କରିବାର ଏକ ଘଣ୍ଟା କିମ୍ବା ଦେଢ ଘଣ୍ଟା ପରେ ଆପଣ ଯାଇ ଯାହା ଖାଇପାରିବେ । ଆପଣ ଏହାକୁ ସବିଦିନ ରାତିରେ ସେବନ କରନ୍ତୁ ଅତି କମରେ ଛଅ ମାସ ପର୍ଯ୍ୟନ୍ତ ନିହାତି କରନ୍ତୁ ଆଉ ଚମତ୍କାର ଦେଖନ୍ତୁ । ବଢିଥିବା ପେଟକୁ କମାନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *