Samudrika Shastra- ଯଦି ଆପଣଙ୍କ ଦାନ୍ତ ମଝିରେ ଅଛି ଏମିତି ଗ୍ୟାପ, ତ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ

ସମୁଦ୍ର ଶାସ୍ତ୍ର ଅନୁସାରେ ମନୁଷ୍ୟ ଶରୀରର ଗଠନ ଆଧାରରେ ତାହାର ଭବିଷ୍ୟତ ଓ ବ୍ୟକ୍ତିତ୍ଵ ବିଷୟରେ ଅନେକ କିଛି ଜାଣିହୁଏ । ଆମର ଜ୍ୟୋତିଷ ଶାସ୍ତ୍ର ଏତେ ସମୃଦ୍ଧ ଅଟେ ଯେ ଏଥିରେ ସମସ୍ତ ଛୋଟ ଛୋଟ ବିଷୟକୁ ବିସ୍ତାରରେ ଲେଖା ଯାଇଛି ।

ଈଶ୍ୱର ପ୍ରତ୍ୟେକ ମନୁଷ୍ୟକୁ ସ୍ଵତନ୍ତ୍ର ଭାବେ ସୃଷ୍ଟି କରି ଅଛନ୍ତି । ଆମ ଶରୀରର ଗଠନ ଓ ଚିହ୍ନରେ ମଧ୍ୟ ଅନେକ ନିଗୂଢ଼ ବିଷୟ ଲୁଚି ରହିଥାଏ । ସେଥିରୁ ଅନେକ ବିଷୟ ଆମ ପାଇଁ ସୌଭାଗ୍ୟ କିମ୍ବା ଦୁର୍ଭାଗ୍ୟର କାରଣ ହୋଇଥାଏ । ଗୋଲ ମୁହଁ ଥିବା ଲୋକ ନିଶ୍ଚିତରେ ଭାଗ୍ୟବାନ ହୋଇଥାନ୍ତି । ଭଲ ଚାକିରୀ, ସଫଳତା ଓ ଉତ୍ତମ ଜୀବନସାଥି ମିଳିବା ଏମାନଙ୍କ ଭାଗ୍ୟରେ ଲେଖା ହୋଇଥାଏ ।

ମଧ୍ୟମ ଉଚ୍ଚତା ଥିବା ଏବଂ ସିଧା ନାକ ଓ ସେଥିରେ କଳା ଜାଇ ଥିବା ମଧ୍ୟ ଶୁଭ ବୋଲି ମାନାଯାଏ । ଯେଉଁ ଲୋକଙ୍କ କାନ ସାମାନ୍ୟ ବଡ଼ ହୋଇଥାଏ ସେମାନେ ମଧ୍ୟ ଭାଗ୍ୟବାନ ହୋଇଥାନ୍ତି । ଚଉଡା ମଥା ଓ ସେଥିରେ ଗାର ପଡ଼ିବା ମଧ୍ୟ ଆମ ସୌଭାଗ୍ୟ କୁ ଦର୍ଶାଏ । କମ୍ କେଶ ରହିବା ବା ଚନ୍ଦାପଣକୁ ସୋନ୍ଦର୍ଯ୍ୟତା ଦୃଷ୍ଟିରୁ ଭଲ ବୋଲି କୁହାଯାଏ ନାହିଁ । ମାତ୍ର ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଦେଖିଲେ ଚନ୍ଦା ଲୋକଙ୍କୁ ଅଧିକ ଭାଗ୍ୟବାନ ବୋଲି କୁହାଯାଏ । ସ୍ତ୍ରୀ ଓ ପୁରୁଷଙ୍କ ନାଭି ଗଭୀର ହୋଇଥିଲେ ମଧ୍ୟ ସେମାନଙ୍କୁ ଭାଗ୍ୟବାନ ବୋଲି ମାନା ଯାଏ ।

ଆମ ଶରୀରର ଅନେକ ଭାଗରେ ଜନ୍ମରୁ ଯେଉଁ କଳା ଜାଇ ରହିଥାଏ, ତାହାର ମଧ୍ୟ ଅନେକ ଅର୍ଥ ରହିଛି । ଯେପରିକି ମଥାର ମଝିରେ ଜାଇ ରହିବା ଅତ୍ୟନ୍ତ ଶୁଭ ହୋଇଥାଏ । ସେହିପରି ହାତ ପାପୁଲି, ଡାହାଣ ଗାଲ, ଡାହାଣ ଆଖି ଉପରେ ମଧ୍ୟ ଯେଉଁ ଜାଇ ରହିଥାଏ ତାହା ଆମ ମଧ୍ୟ ଖୁବ୍ ଶୁଭ ହୋଇଥାଏ ।

ମୋତି ପରି ସଫା ଦାନ୍ତ ଓ ଫାଙ୍କ ନ ଥାଇ ସଜେଇ ହୋଇ ରହିଥିବା ଦାନ୍ତ ସମସ୍ତଙ୍କୁ ସୁନ୍ଦର ଦିଶିଥାଏ । ପରନ୍ତୁ ସମୁଦ୍ର ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିଙ୍କ ଦାନ୍ତ ମଧ୍ୟରେ ଫାଙ୍କ ରହିଥାଏ, ସେମାନେ ଅଧିକ ସୌଭାଗ୍ୟବାନ ହୋଇଥାନ୍ତି । ଏମାନେ ଚାକିରୀରେ ଉଚ୍ଚ ପଦ ପ୍ରାପ୍ତ ହେବା ସହ ଆର୍ଥିକ ସ୍ଥିତିରେ ମଧ୍ୟ ସବଳ ହୋଇଥାନ୍ତି । ସେହିପରି ଯେଉଁ ମାନଙ୍କ ଦାନ୍ତ ସାମାନ୍ୟ ବାହାରକୁ ରହିଥାଏ ସେମାନେ ଅଳ୍ପ ଜିଦି ଓ ଅଧିକ କଥା କହୁଥିବା ବ୍ୟକ୍ତି ହୋଇଥାନ୍ତି । ମାତ୍ର ଭାଗ୍ୟବାନ ମଧ୍ୟ ହୋଇଥାନ୍ତି ।

ହାତ ପାପୁଲି ଯଦି କୋମଳ, ଗୋଲାପି, ସଫା ଓ ସମତଳ ହୋଇଥାଏ ଏବଂ ରେଖା ଗୁଡ଼ିକ ସ୍ପଷ୍ଟ ହୋଇଥାନ୍ତି ତେବେ ବ୍ୟକ୍ତି ଭାଗ୍ୟବାନ ହୋଇଥାନ୍ତି । ପାପୁଲିରେ ତ୍ରିଭୁଜର ଚିହ୍ନ ମଧ୍ୟ ଭାଗ୍ୟବାନ ହେବାର ଚିହ୍ନ ଅଟେ । ଲମ୍ବା ଓ ପତଳା ଆଙ୍ଗୁଠି ମଧ୍ୟ ଭାଗ୍ୟ ଦୃଷ୍ଟିରୁ ଶୁଭ ବୋଲି ମାନା ଯାଇଛି ।  ପାଦ ତଳେ ସୂର୍ଯ୍ୟ, ଚନ୍ଦ୍ର, ନକ୍ଷତ୍ର, ପଦ୍ମ, ଶଙ୍ଖ ଚକ୍ର ଓ ଧ୍ଵଜା ପରି ଆକୃତି ଥିଲେ ଏହା ଭାଗ୍ୟବାନ, ଐଶ୍ୱର୍ଯ୍ୟଶାଳୀ ଓ ରାଜକୀୟ ଜୀବନ ହେବାର ପ୍ରତୀକ ଅଟେ ।

ସମୁଦ୍ର ଶାସ୍ତ୍ର ଅନୁସାରେ ଆମ ଆଖିରୁ ମଧ୍ୟ ଆମ ବ୍ୟକ୍ତିତ୍ଵ ବିଷୟରେ ସହଜରେ ଜାଣି ହୁଏ । ଗାଢ଼ କଳା ଓ ବଡ଼ ଆଖି ଥିବା ଲୋକ ବୁଦ୍ଧିମାନ ଏବଂ ଧନବାନ ହୋଇଥାନ୍ତି । ସେହିପରି ଘନ ଓ ପରସ୍ପର ସହ ଯୋଡ଼ି ହୋଇ ରହିଥିବା ଭ୍ରୁଲତା ମଧ୍ୟ ଉତ୍ତମ ଭାଗ୍ୟର ପ୍ରତୀକ ଅଟେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *