ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ ସାମୁଦ୍ରିକ ଶାସ୍ତ୍ର ଅନୁସାରେ ମନ୍ୟୁଷ ଶରୀରର ଲକ୍ଷଣ ର ଆଧାରରେ ତାହାର ଭବିଷ୍ୟ ଓ ବ୍ୟକ୍ତିତ୍ଵ ଉପରେ ଜଣାଇବୁ । ଭାରତୀୟ ସଂସ୍କୃତିରେ ଶୁଭ ଓ ଅଶୁଭ ଭଳି କଥାକୁ ବହୁତ ମହତ୍ତ୍ଵ ଦିଆଯାଇଛି । ହିନ୍ଦୁଧର୍ମରେ ଜ୍ୟୋତିଷ ଶାସ୍ତ୍ର ବହୁତ ସମୃଦ୍ଧ ଅଟେ । ଏଥିରେ ସବୁ ଜିନିଷର ପଛରେ ଲୁଚି ରହିଥିବା ଅର୍ଥକୁ ବିସ୍ତାର ରୂପରେ କୁହାଯାଇଛି । ଆମ ଆଖପାଖ ରେ ଯାହା ସବୁ ଘଟୁଛି ତାହା ସବୁ ଆମ ଭବିଷ୍ୟ ସହ ଯୋଡ଼ି ହୋଇ ରହିଥାଏ ।
ଆମ ଶରୀରର ଗଢ଼ଣ, କଳାଯାଇ ଓ ହାତର ରେଖା ରେ କିଛି ନା କିଛି ଅର୍ଥ ଲୁଚି ରହିଛି । ଈଶ୍ୱର ସବୁ ମନ୍ୟୁଷଙ୍କ ଶରୀରର ଗଢ଼ଣ ଅଲଗା ଅଲଗା ପ୍ରକାରର କରିଛନ୍ତି । ରଙ୍ଗ, ରୂପ, ବିଚାରଶୈଳୀ, ସ୍ଵଭାବ ଓ ପରିସ୍ଥିତି ଆଦି ସମସ୍ତଙ୍କ ଠାରୁ ଭିନ୍ନ ଅଟେ । ସାମୁଦ୍ରିକ ଶାସ୍ତ୍ର ବୈଦିକ ସଂସ୍କୃତିର ଏକ ଭାଗ ଅଟେ । ଯେଉଁଥିରେ ଆମ ଶରୀରର ସବୁ ଚିହ୍ନ ଓ ଶରୀରର ବିଭିନ୍ନ ଅଙ୍ଗର ଗଢ଼ଣ ଅଧ୍ୟୟନ କରି ମନ୍ୟୁଷର ଅତୀତ କାଳ, ବର୍ତ୍ତମାନ କାଳ ଓ ଭବିଷ୍ୟ କାଳ ସମ୍ବନ୍ଧରେ କୁହାଯାଇଥାଏ ।
ଆପଣଙ୍କ ଶରୀରର କିଛି ଚିହ୍ନ ରେ ବହୁତ କିଛି ଜଣା ପଡ଼ିଥାଏ । ଏମାନଙ୍କ ମଧ୍ୟରୁ କିଛି ଚିହ୍ନ ଆପଣଙ୍କ ପାଇଁ ସୌଭାଗ୍ୟ ର ପ୍ରତୀକ ହୋଇଥାଏ । ଏବଂ ଆଉ କିଛି ଦୁର୍ଭାଗ୍ୟ ର କାରଣ ହୋଇଥାଏ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ଭାବେ ଜାଣିବା । ଯେଉଁ ମାନଙ୍କ ଚେହେରା ଗୋଲ ପରି ହୋଇଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଭଲ ଚାକିରୀ, ସଫଳତା ଓ ଉତ୍ତମ ଲାଇଫ ପାର୍ଟନର ଏମାନଙ୍କ ଭାଗ୍ୟରେ ଲେଖା ହୋଇଥାଏ ।
ତେଜ ନାକ ଏବଂ ନାକରେ କଳାଯାଇ ଥିବା ବ୍ୟକ୍ତି ମଧ୍ୟ ଉତ୍ତମ ସ୍ୱଭବର ହୋଇଥାନ୍ତି । ଏବଂ ଯେଉଁ ମାନଙ୍କ କାନ ଟିକେ ଲମ୍ବା ହୋଇଥାଏ ସେମାନେ ମଧ୍ୟ ଭାଗ୍ୟଶାଳୀ ହୋଇଥାନ୍ତି । ଚଉଡ଼ା ଓ ଲମ୍ବା ମଥା ଏବଂ ସେଥିରେ କୁଞ୍ଚ ପଡ଼ିଲେ ମଧ୍ୟ ସୌଭାଗ୍ୟ କୁ ଦର୍ଶାଇ ଥାଏ । କେଶ କମ ରହିବା କିମ୍ବା ଗଞ୍ଜାପଣ ସୁନ୍ଦରତା ଦୃଷ୍ଟିରୁ ଭଲ ହୋଇନଥାଏ । ପରନ୍ତୁ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଚନ୍ଦା ଲୋକ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।
ମହିଳାଙ୍କ ମାଙ୍ଗ ସିଧା ହେବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ । ମଥାର ମଝିରେ କଳାଯାଇ ରହିଲେ ଏହା ଆପଣଙ୍କ ପାଇଁ ଲକି କିମ୍ବା ଶୁଭ ହୋଇଥାଏ । ସେହିପରି ହାତ, ଡାହାଣ ଗାଲ ଓ ଡାହାଣ ଆଖି ଉପରେ କଳାଯାଇ ଥିଲେ ମଧ୍ୟ ଏହା ବହୁତ ଖାସ ହୋଇଥାଏ । ମୋତିଭଳି ସଫା ଦାନ୍ତ ସମସ୍ତଙ୍କୁ ପସନ୍ଦ ଆସିଥାଏ । ଏବଂ ବିନା ଫାଙ୍କ ଥିବା ଦାନ୍ତ ମଧ୍ୟ ବହୁତ ସୁନ୍ଦର ଦେଖା ଯାଇଥାଏ । ପରନ୍ତୁ ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିର ଦାନ୍ତ ମଝିରେ ଫାଙ୍କ ରହିଥାଏ, ସେମାନେ ବହୁତ ସୌଭାଗ୍ୟଶାଳୀ ହୋଇଥାନ୍ତି । ଚାକିରି କ୍ଷେତ୍ରରେ ଉଚ୍ଚ ପଦବୀ ପ୍ରାପ୍ତ କରିଥାନ୍ତି ।
ଆର୍ଥିକ ଦୃଷ୍ଟିରୁ ମଧ୍ୟ ଏମାନେ ସବଳ ହୋଇଥାନ୍ତି । ଏବଂ ଯେଉଁ ବ୍ୟକ୍ତିଙ୍କର ଦାନ୍ତ ଅଳ୍ପ ବାହାରକୁ ଆସିଥାଏ, ସେମାନେ ଜିଦି ସ୍ୱଭାବର ଓ ବହୁତ କଥା କହିଥାନ୍ତି ଏବଂ ଏମାନେ ଭାଗ୍ୟଶାଳୀ ମଧ୍ୟ ହୋଇଥାନ୍ତି । ସାମୁଦ୍ରିକ ଶାସ୍ତ୍ର ଅନୁସାରେ ମଣିଷ ର ଆଖି ଦ୍ଵାରା ମଧ୍ୟ ବ୍ୟକ୍ତିତ୍ଵ ବିଷୟରେ ଜାଣିହୁଏ । ଗହରା କଳା ଓ ବଡ ଆଖି ଥିବା ଲୋକମାନେ ବୁଦ୍ଧିମାନ ଓ ଧନବାନ ହୋଇଥାନ୍ତି ।
ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।