ନମସ୍କାର ବନ୍ଧୁଗଣ ଚିତାଲାଗି ଅମାବାସ୍ୟା ଆମ ଓଡିଶାରେ ପାଳିତ ଏକ ଗଣ ପର୍ବ । ଏହା ଶ୍ରାବଣ ମାସର ଅମାବାସ୍ୟା ତିଥିରେ ପାଳିତ ହୋଇ ଥାଏ । ଏହି ଦିନ ଶ୍ରୀ ମନ୍ଦିର ରେ ଜଗନ୍ନାଥ, ବଳଭଦ୍ର, ଏବଂ ଶୁଭଦ୍ରା ଙ୍କ ଚିତା ଲାଗି ହୋଇଥାଏ ।
ଜଗନ୍ନାଥ ଙ୍କ ତିନି ଦିନିଆ ପୂଜା ଏବଂ ଧୂପ ଶେଷ ହେବା ପରେ ଦଇତା ପତି ମାନେ ତିନି ଠାକୁରଙ୍କ ଲଲାଟ ରେ ଚିତାଲାଗି କରିଥାନ୍ତି । ଆମ ଓଡ଼ିଶା କୃଷିଭିତ୍ତି ରାଜ୍ୟ ହୋଇଥିବାରୁ କୃଷକ ମାନେ ବିଲ ରେ କାମ କଲାବେଳେ ଗେଣ୍ଡା ଦ୍ୱାରା ତାଙ୍କ ଗୋଡ ନ କଟି ଯିବା ପାଇଁ ଏହି ଦିନ ଗେଣ୍ଡା କିମ୍ବା ଜଳଚର ପ୍ରାଣୀ ଙ୍କ ଉଦ୍ଦେଶ୍ୟ ରେ ଚିତଉ ବା ଗଇଁଠା ପିଠା ଆଦି ଅର୍ପଣ କରାଯାଇ ଥାଏ ।
ତେବେ ଆଜି ଆମେ କିଛି ଉପାୟ ବିଷୟ ରେ କହିବୁ ଯାହା ଦ୍ୱାରା ଆପଣ ନିଜର ସମସ୍ତ ଅସୁବିଧା ରୁ ମୁକ୍ତ ହୋଇ ପାରିବେ । ତେବେ ଚାଲନ୍ତୁ ଜାଣିବା ସେହି ଉପାୟ ଗୁଡିକ ବିଷୟରେ । ୧- ପ୍ରଥମ ଉପାୟ ଟି ହେଉଛି ଏହି ଅମାବାସ୍ୟା ଦିନ ସକାଳୁ ଉଠି ସ୍ନାନ ସାରି ଅଟା ରେ ଛୋଟ ଛୋଟ ଗୁଳା ପ୍ରସ୍ତୁତ କରି ପାଖ ପୋଖରୀ ରେ ଯାଇ ମାଛ ମାନଂକୁ ଖାଇବାକୁ ଦିଅନ୍ତୁ ଏହା ଦ୍ୱାରା ଆପଣଙ୍କ ର ସମସ୍ତ ଅସୁବିଧା ଦୁର ହୋଇ ଯିବ ।
୨- ଦ୍ଵିତୀୟ ଉପାୟ ଟି ହେଉଛି ସୂର୍ଯ୍ୟ ନାରାୟଣ ଙ୍କୁ ଅର୍ଘ୍ୟ ଦେବା । ଏହି ଦିନ ସୂର୍ଯ୍ୟ ନାରାୟଣ ଙ୍କୁ ଅର୍ଘ୍ୟ ଦେବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହା କରିବା ଦ୍ୱାରା ଗରିବୀ ଦୁର ହୋଇଥାଏ । ଯଦି କାହାର ଜାତକ ରେ ଚନ୍ଦ୍ର ର ସ୍ଥାନ ଠିକ ନାହିଁ ତେବେ ଆପଣ ମାନେ ଗାଈ ମାନଂକୁ ଦହି ଏବଂ ଭାତ ଦେବା ଦ୍ୱାରା ମାନସିକ ଶାନ୍ତି ଏବଂ ଏକାଗ୍ରତା ବୃଦ୍ଧି ହୋଇଥାଏ ।
୩- ତୃତୀୟ ରେ ହେଉଛି ଏହି ଦିନ ଆପଣ ଶିବ ମନ୍ଦିର ଯାଇ ଶିବ ଲିଂଗ ଉପରେ ଜଳ ଚଢାନ୍ତୁ ଏବଂ ଓଁ ନମଃ ଶିବାୟ ଜପ କରନ୍ତୁ ଏହା ଦ୍ୱାରା ଆପଣଙ୍କ ର କାଳ ସର୍ପ ଦୋଷ କଟି ଯାଇଥାଏ ।
୪- ଚତୁର୍ଥ ଉପାୟ ଟି ହେଉଛି ଏହି ଦିନ ଅଟା ରେ ଚିନି ମିଶାଇ ତାର ଛୋଟ ଛୋଟ ଗୁଳା କରି କଳା ପିମ୍ପୁଡ଼ି ମାନଂକୁ ଖାଇବାକୁ ଦିଅନ୍ତୁ ଏହା ଦ୍ୱାରା ଆପଣ ର ସମସ୍ତ ପାପ ଧୋଇ ହୋଇ ଯାଇଥାଏ ।
୫- ପଞ୍ଚମ ଉପାୟ ଟି ହେଉଛି ଏହି ଅମାବାସ୍ୟା ଦିନ ନିକଟରେ ଥିବା ମନ୍ଦିର ର ଐସାଣ କୋଣ ରେ ଗାଈ ର ଘିଅ ର ଦୀପ ଜଳାନ୍ତୁ ଏବଂ ସେଥିରେ ଲାଲ ରଙ୍ଗର ସାଳିତା ଲଗାନ୍ତୁ ଏହା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇ ଥାଆନ୍ତି ଏବଂ ଆପଣଙ୍କ ଘରେ ଥିବା ସମସ୍ତ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।