ଯଦି ଆପଣଙ୍କ ପାଖରେ ଅଛି ଏହି 4 ଟି ଲକ୍ଷଣ ତ ଆପଣ ଅଟନ୍ତି ବହୁତ ଭାଗ୍ୟଶାଳି, ଦେଖନ୍ତୁ ସେହି ବ୍ୟକ୍ତି ଆପଣ ତ ନୁହଁନ୍ତି ?

ମନୁଷ୍ୟ ଜନ୍ମ ବେଳେ ନିଜ ଭାଗ୍ୟକୁ ସାଥିରେ ଆଣି ଆସେ । ଭାଗ୍ୟ ଭଲ ଥିଲେ ଅଳ୍ପ ପରିଶ୍ରମରେ ଅନେକ ସଫଳତା ହାସଲ କରି ହୁଏ, ମାତ୍ର ଭାଗ୍ୟ ଭଲ ନ ଥିଲେ ଅନେକ ପରିଶ୍ରମ କଲେ ମଧ୍ୟ ସଫଳତା ମିଳି ନ ଥାଏ ।

ମାତ୍ର ଲଗାତାର ପରିଶ୍ରମ କରି ବ୍ୟକ୍ତି ଭାଗ୍ୟକୁ ମଧ୍ୟ ବଦଳାଇ ଦିଏ । ଶାସ୍ତ୍ରରେ କିଛି ଏପରି ଉପାୟ ଉଲ୍ଲେଖ ଅଛି ଯେଉଁଥିରୁ ଆପଣ ଭାଗ୍ୟବାନ ଅଟନ୍ତି କି ନୁହେଁ ନିଜେ ନିଜକୁ ପରୀକ୍ଷା କରି ପାରିବେ । ୧- ଉତ୍ତମ ଗୁରୁଙ୍କ ଉପସ୍ଥିତି- ଶାସ୍ତ୍ର ଅନୁସାରେ ଭାଗ୍ୟବାନ ହେବାର ପ୍ରଥମ ଲକ୍ଷଣ ହେଉଛି ଆପଣଙ୍କ ଜୀବନରେ ଜଣେ ଉତ୍ତମ ଗୁରୁଙ୍କ ହେବା ।

କାରଣ ଗୁରୁ ସର୍ବଦା ଜୀବନରେ ଉନ୍ନତିର ମାର୍ଗ ଦେଖାଇ ଥାଆନ୍ତି ଏବଂ ଦୁଃଖ ସମସ୍ୟା ସହ ସଂଘର୍ଷ କରିବାର ଶିକ୍ଷା ମଧ୍ୟ ଦେଇଥାନ୍ତି । ଯାହା ପାଖରେ ଜଣେ ଉତ୍ତମ ଗୁରୁ ଥାଆନ୍ତି ସେ ବହୁତ ଭାଗ୍ୟବାନ ହୋଇଥାନ୍ତି ବୋଲି ମହାତ୍ମା ବିଦୁର ମଧ୍ୟ କହିଥିଲେ । ଗୁରୁ ସର୍ବଦା ନିଜ ଶିଷ୍ୟଙ୍କୁ ଉତ୍ତମ ସଂସ୍କାର ଦେଇଥାନ୍ତି, ଯାହା ଦ୍ଵାରା ତାଙ୍କର ଯଶ ସବୁ ଆଡେ ବ୍ୟାପିଥାଏ । ସେ ସବୁବେଳେ ସଠିକ୍ ମାର୍ଗ ଦର୍ଶନ କରାନ୍ତି ଯାହା ଦ୍ଵାରା ସଫଳତା ମିଳିଥାଏ । ସେଥିପାଇଁ ଜୀବନରେ ଉତ୍ତମ ଗୁରୁ ଲାଭ କରିବା ଭାଗ୍ୟବାନ ବ୍ୟକ୍ତିର ଲକ୍ଷଣ ବୋଲି କୁହା ଯାଉଛି ।

୨- ସଦାଚାରି ସ୍ତ୍ରୀ ବା ପୁରୁଷ

ଯଦି କୌଣସି ପୁରୁଷକୁ ସଦାଚାରି ସ୍ତ୍ରୀ ମିଳେ ବା ସ୍ତ୍ରୀ କୁ ସଦାଚାରି ପୁରୁଷ ମିଳେ, ତେବେ ଏହା ମଧ୍ୟ ଭାଗ୍ୟବାନ ହେବାର ଏକ ସୂଚକ ଅଟେ । ଜଣେ ସ୍ତ୍ରୀ ହିଁ ଘରକୁ ଘର ବନାନ୍ତି ଓ ସମ୍ପୂର୍ଣ୍ଣ ପରିବାରର ଧ୍ୟାନ ରଖନ୍ତି । ସୁକନ୍ୟା ସ୍ତ୍ରୀ କାରଣରୁ ହିଁ ଘରେ ଉନ୍ନତି ହୋଇଥାଏ ଓ ସୁଖ ଶାନ୍ତି ବଜାୟ ରୁହେ । ସ୍ତ୍ରୀ ହିଁ ଘରେ ସମସ୍ତଙ୍କୁ ସଂଯୁକ୍ତ କରି ରଖିପାରେ । ଗୃହର ସମସ୍ତ ସୁଖ ଓ ସମୃଦ୍ଧି ସ୍ତ୍ରୀ ର ଆଚରଣ ଓ ବ୍ୟବହାର ଉପରେ ନିର୍ଭର କରେ । ସେଥିପାଇଁ ଜଣେ ସଦାଚାରି ସ୍ତ୍ରୀ ପାଇବା ମଧ୍ୟ ଭାଗ୍ୟବାନ ବ୍ୟକ୍ତିର ଲକ୍ଷଣ ଅଟେ ।

୩- ସୁସ୍ଥ ଶରୀର

ଶାସ୍ତ୍ରରେ କୁହା ଯାଇଛି ସ୍ବାସ୍ଥ୍ୟ ଠାରୁ ଆଉ କିଛି ବଡ଼ ଧନ ଜଗତରେ ନାହିଁ । ଯଦି ଆପଣ ନିରୋଗ ରହିବେ ତେବେ ଯାଇ ସୁଖ ସମୃଦ୍ଧିର ଉପଭୋଗ କରି ପାରିବେ । ସୁସ୍ଥ ଶରୀର ଦ୍ଵାରା ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିଥାଏ । କାରଣ ଶରୀର ସୁସ୍ଥ ରହିଲେ ଆପଣ ଯେକୌଣସି କାର୍ଯ୍ୟକୁ ମନ ଲଗାଇ କରି ପାରିବେ । ସେଥିପାଇଁ ସୁସ୍ଥ ସବଳ ଶରୀର ଲାଭ କରିବା ମଧ୍ୟ ଜଣେ ଭାଗ୍ୟବାନ ବ୍ୟକ୍ତିର ଲକ୍ଷଣ ବୋଲି ଶାସ୍ତ୍ରରେ କୁହା ଯାଇଛି ।

୪- ସଂସ୍କାରୀ ସନ୍ତାନ

ଶାସ୍ତ୍ରରେ କୁହା ଯାଇଛି ଯାହାର ସନ୍ତାନ ମାନେ ସଂସ୍କାରୀ ଓ ମାତା ପିତାଙ୍କ ଆଦର କରନ୍ତି, ସେ ବହୁତ ଭାଗ୍ୟବାନ ହୋଇଥାଏ । ଏପରି ବ୍ୟକ୍ତିର ବୃଦ୍ଧାବସ୍ଥା ସୁଖମୟ ବ୍ୟତୀତ ହୋଇଥାଏ । ସନ୍ତାନ ମାନଙ୍କ ଉନ୍ନତିରେ ବ୍ୟକ୍ତିକୁ ପ୍ରଚୁର ଆନନ୍ଦ ଓ ଶାନ୍ତି ମିଳିଥାଏ । ଅନ୍ୟ ମାନଙ୍କୁ ନିଜ ସନ୍ତାନଙ୍କ ପ୍ରଶଂସା କରୁଥିବା ଦେଖି ଛାତି ଗର୍ବରେ ଫୁଲି ଉଠେ । ଉତ୍ତମ ସନ୍ତାନ ପାଇବା କୌଣସି ବରଦାନ ଠାରୁ କମ୍ ନୁହେଁ । ସେଥିପାଇଁ ସଂସ୍କାରୀ ସନ୍ତାନ ମଧ୍ୟ ବ୍ୟକ୍ତି ପାଇଁ ଏକ ଭାଗ୍ୟବାନର ଲକ୍ଷଣ ଅଟେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *