ବର୍ଷର ଶେଷ ଚନ୍ଦ୍ରଗ୍ରହଣରେ 8 ରାଶି ମହାଭାଗ୍ୟଶାଳୀ, ଜାଣନ୍ତୁ ପାକତ୍ୟାଗ, ଦେବନୀତି ସମୟ ସହ ସଂପୂର୍ଣ୍ଣ ବିବରଣୀ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆସନ୍ତା ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ତଥା ଡଙ୍ଗା ଭଷା ଦିନ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଲାଗିବା ପାଇଁ ଯାଉଛି । ଏହି ଗ୍ରହଣଟି ଜ୍ଯୋତିଷ ଶାସ୍ତ୍ର ତଥା ବୈଜ୍ଞାନିକଙ୍କ ମତରେ ଏକ ଭୟଙ୍କର ଚନ୍ଦ୍ରଗ୍ରହଣ ହେବା ପାଇଁ ଯାଉଛି । ଏହି ଗ୍ରହଣ ଓଡିଶା ସମେତ ଭରତ ବର୍ଷର ସମସ୍ତ ରାଜ୍ୟ ତଥା ଭାରତ ବାହାର ଅନ୍ୟ କେତେ ଗୁଡିଏ ଦେଶରେ ମଧ୍ୟ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବା ପାଇଁ ଯାଉଛି । ଚନ୍ଦ୍ରଗ୍ରହଣ ସମୟରେ ଏପରି କେତେକ କାର୍ଯ୍ୟ କରିବାକୁ ବାରଣ କରାଯାଇଥାଏ ।

ଯାହାକୁ ଯଦି କୌଣସି ବ୍ୟକ୍ତି ଭୁଲ୍ ରେ ମଧ୍ୟ କରିଦେଇଥାଏ । ତେବେ ସେହି ବ୍ୟକ୍ତି ଏହାର ଭୟଙ୍କର ପରିଣାମ ଭୋଗିବାକୁ ପଡିଥାଏ । ଗ୍ରହଣ ଲାଗିବାର ୩ ଘଣ୍ଟା ପୂର୍ବରୁ ସମସ୍ତ ବ୍ୟକ୍ତି ବିଶେଷଙ୍କ ପାଇଁ ପାକ ନୀତି ଓ ଦେବ ନୀତି ବନ୍ଦ କରାଯାଇଥାଏ । ଏହି ସମୟ ସୀମାକୁ ସୁତକ ସମୟ ସୀମା ବୋଲି କୁହାଯାଇଥାଏ । ଗ୍ରହଣ ବା ପରାଗ ଲାଗିବା ସମୟରେ ଖାଦ୍ୟ ଖାଇବା ଦୂରର କଥା ଖାଦ୍ୟ ପେଟରେ ରହିବାକୁ ମଧ୍ୟ ବାରଣ କରାଯାଇଥାଏ ।

ପାକ ନିଷେଧର ସମୟ ସୀମା ରହୁଛି ୮ ନଭେମ୍ବର ୨୦୨୨ ର ମଙ୍ଗଳବାର ସକଳ ୫ ଟା : ୩୯ ମିନିଟ ଠାରୁ ଆରମ୍ଭ ହୋଇ ମଙ୍ଗଳବାର ସନ୍ଧ୍ୟା ୬ ଟା : ୧୮ ମିନିଟ ପର୍ଯ୍ୟନ୍ତ ରହିବ । ଚନ୍ଦ୍ରଗ୍ରହଣର ସମାସୀ ସୀମା ହେଉଛି ୮ ନଭେମ୍ବର ମଙ୍ଗଳବାର ଅପରାହ୍ନ ୨ ଟା : ୩୮ ମିନିଟ ୧୪ ସେକେଣ୍ଡରେ ଆରମ୍ଭ ହୋଇ ମଧ୍ୟ କାଳ ସମୟ ୪ ଟା : ୨୮ ମିନିଟ ୧୭ ସେକେଣ୍ଡ ହେବ ।

ସର୍ବ ମୋକ୍ଷ ସମୟ ହେଉଛି ସନ୍ଧ୍ୟା ୬ ଟା ୧୮ ମିନିଟ ୪୭ ସେକେଣ୍ଡରେ ଗ୍ରହଣ ଶେଷ ହୋଇବ । ସନ୍ଧ୍ୟା ୫ ଟା ୧୦ ମିନିଟରେ ଆରମ୍ଭ ସନଦ୍ୟା ୬ ଟା ୧୮ ମିନିଟ ପର୍ଯ୍ୟନ୍ତ ଓଡିଶାରେ ଦୃଶ୍ୟମାନ ହେବ । ଏହି ପରାଗ ସମୟରେ ଶୋଇ ରହୁଥିବା ଲୋକଙ୍କୁ ଭବିଷ୍ୟତରେ ଭୟଙ୍କର ରୋଗ ହେବାର ସମ୍ଭାବନା ରହିଥାଏ ।

ପରାଗ ସମୟରେ ରନ୍ଧା ଖାଦ୍ୟକୁ ବର୍ଜନ କରିବା ସହିତ ଅତି ଆବଶ୍ୟକ ସ୍ଥଳେ ଫଳମୂଳ ପରି ଶୁଖିଲା ଖାଦ୍ୟରେ ତୁଲସୀ ପତ୍ର ପକାଇ ଖାଇବା ଉଚିତ । ସେହି ଖାଦ୍ୟରେ ଗ୍ରହଣ ଲାଗିବା ପୂର୍ବରୁ ହିଁ ତୁଲସୀ ପତ୍ର ପକାଇ ଦେବା ଉଚିତ । ଗ୍ରହଣ ସମୟ ଗର୍ଭବତୀ ମହିଳାଙ୍କ ପାଇଁ ଅଶୁଭ ହୋଇଥିବା କାରଣରୁ ସେମାନେ ନିଜକୁ ଅତି ସତର୍କତାର ସହ ସେହି ସମୟରେ ରଖିବେ ।

ଏହି ଗ୍ରହଣର ଶୁଭ ପ୍ରଭାବ ପଡୁଥିବା ରାଶି ଗୁଡିକ ହେଉଛନ୍ତି ମିଥୁନ, କର୍କଟ, ବିଛା, କୁମ୍ଭ, ସିଂହ, ତୁଳା, ଧନୁ ଓ ମୀନ । ଏହା ବ୍ଯତୀତ ଯେଉଁ ୪ ରାଶି ବଳି ପଡିଲେ । ସେମାନଙ୍କ ପାଇଁ ଏହି ଗ୍ରହଣ ଅଶୁଭ ରହିବା ପାଇଁ ଯାଉଛି । ତେଣୁ ଏମାନେ ଭୟଭୀତ ନହୋଇ ସେହି ସମୟରେ ଭଗବାନଙ୍କ ନାମ ସ୍ମରଣ କରିବା ସହିତ ଅଧିକ ସତର୍କତା ଅବଲମ୍ବନ କରନ୍ତୁ।  ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *