ବୁଦ୍ଧିମାନ ବ୍ୟକ୍ତି ଏହି 7 ଟି କଥା କେବେ ବି କାହାକୁ କୁହନ୍ତି ନାହିଁ, ଜୀବନରେ ସଫଳ ହେବା ପାଇଁ ନିଶ୍ଚୟ ଦେଖନ୍ତୁ (Dr APJ Abdul Kalam Motivational Tips)

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଜୀବନରେ ସମସ୍ତେ ହସଖୁସିରେ ବସବାସ କରିବାକୁ ଭଲ ପାଇଥାନ୍ତି । କାରଣ ଜୀବନ ସ୍ୱଳ୍ପ ସ୍ଥାୟୀ ହୋଇଥାଏ। ସେଥିପାଇଁ ଯେତିକି ଦିନ ବଞ୍ଚିବ ସେତିକି ଦିନ ଭଲରେ ରହିବାକୁ ପ୍ରୟାସ କରିଥାଏ । ଯଦି ସତରେ ଜୀବନରେ ଉନ୍ନତି କରିବାକୁ ଇଛୁକ ଥିବେ । ଜୀବନରେ କିଛି ହାସଲ କରିବାକୁ ଚାହୁଁଥିବେ । ତେବେ ଜୀବନ ସହିତ ଜଡିତ ଏହି ୭ ଟି କଥାକୁ କେବେ ମଧ୍ୟ କାହାକୁ କହିବେ ନାହିଁ ।

ପ୍ରଥମେ ହେଉଛି ଜୀବନରେ ଯେଉଁ ଲକ୍ଷ୍ୟ ରଖିଛନ୍ତି । ତାହାକୁ କେବେ ମଧ୍ୟ କହିବା ଅନୁଚିତ । କାରଣ ଯଦି ନିଜର ଲକ୍ଷ୍ୟ ସମସ୍ତଙ୍କୁ କହିବେ । ତେବେ କିଛି ଲୋକ ଆପଣଙ୍କୁ ପ୍ରେରଣା ଦେବେ ସତ କିନ୍ତୁ ଏପରି ବହୁତ ଲୋକ ରହିଥାନ୍ତି । ଯେଉଁ ମାନେ ତୁମର ସ୍ଵପ୍ନକୁ ପୂରଣ କରିବାରେ ବ୍ୟାଘାତ ସୃଷ୍ଟି କରିବେ । ତେଣୁ ଭୁଲରେ ମଧ୍ୟ ନିଜର ଲକ୍ଷ୍ୟକୁ ପୂରଣ କରିବା ଆଗରୁ କାହାକୁ କହିବେ ନାହିଁ ।

ଦିତୀୟରେ ନିଜ ଜୀବନରେ ଥିବା ଦୁଃଖ ଓ ଅସୁବିଧାକୁ କାହା ସାଥିରେ ବାଣ୍ଟିବା ଅନୁଚିତ । କାରଣ ବ୍ୟକ୍ତି ନିଜର ଅସୁବିଧା ଯଦି କାହା ସହିତ ବାଣ୍ଟିଥାଏ । ତେବେ ତାହାକୁ ଲାଗିଥାଏ, ଯେ ଅସୁବିଧା କିଛି ମାତ୍ରାରେ ଲାଘବ ହୋଇଗଲା । ତେବେ ସେପରି କ୍ଷେତ୍ରରେ ସତରେ ସେପରି କିଛି ହୋଇନଥାଏ ।

ବହୁତ ଲୋକ ଥାନ୍ତି, ଯେତେବେଳେ ଜାଣିବାକୁ ପାଇଥାନ୍ତି ବ୍ୟକ୍ତି ଜଣଙ୍କ ଅସୁବିଧାରେ ଚଳୁଛି । ସେ ତାହାର ଫାଇଦା ନେବାକୁ ଚେଷ୍ଟା କରିଥାନ୍ତି । ତେଣୁ କେବଳ ଅତି ବିଶ୍ଵାସୀ ଲୋକଙ୍କୁ ନିଜର ଅସୁବିଧା ଜଣାନ୍ତୁ । ତୃତୀୟରେ ନିଜର ପରିବାରିବାରିକ ସମସ୍ଯା କାହା ଆଗରେ ଖୋଲି କହିବା ଅନୁଚିତ । ନିଜ ଘର ପରିବାର କଥା ନିଜ ପାରିବାରରେ ହିଁ ସମାଧାନ ହୋଇଯିବା ବହୁତ ଭଲ କଥା ହୋଇଥାଏ ।

ଚତୁର୍ଥରେ ନିଜର ଧନ ସମ୍ପତ୍ତି ବିଷୟରେ କାହାକୁ ସଠିକ ଭାବେ ଜଣାଇବା ଅନୁଚିତ । ନିଜର ଅର୍ଜିତ ଧନକୁ ସମସ୍ତଙ୍କ ସହିତ ଆଲୋଚନା କରିବା ବହୁତ ବଡ ମୁର୍ଖାମୀର ଦୃଷ୍ଟାନ୍ତ ହୋଇଥାଏ । ପଞ୍ଚମରେ ନିଜ ଜୀବନର ସଫଳତାର ରହସ୍ୟ କାହାକୁ ଜଣାଇବା ଉଚିତ ନୁହେଁ । କାରଣ ଯଦି ତୁମେ ଜାହିଥିବା ବାଟରେ କେହି ଜଣେ ଯାଇ କୌଣସି କାରଣରୁ ଅସଫଳ ହୋଇଯାଇଥାଏ ।

ତେବେ ସେହି ବ୍ୟକ୍ତି ଆପଣଙ୍କୁ ହିଁ ଜୀବନ ସାରା ଦୋଷ ଦେଇଥାଏ । ଷଷ୍ଠରେ ଯଦି ବ୍ୟକ୍ତି କାହାକୁ ସାହାଜ୍ଯ କରିଥାଏ । ତେବେ ନିଜର ପ୍ରସଂଶା ନିଜ ମୁଖରେ କେବେ ମଧ୍ୟ କରିବା ଅନୁଚିତ । କାରଣ ଯେଉଁ ବ୍ୟକ୍ତି ନିଜେ କରିଥିବା ସାହାଜ୍ଯକୁ ଅନ୍ୟ ଆଗରେ ବାଜା ଜଣାଇ ହୋଇଥାଏ । ସେ କରିଥିବା ସାହାଜ୍ଯର ମୂଲ୍ୟ ରହିନଥାଏ । ସପ୍ତମରେ ନିଜର ରୋଜଗାର ବିଷୟରେ କାହାକୁ କହିବା ଅନୁଚିତ ।

ଯଦି ନିଜର ରୋଜଗାର ବିଷୟରେ ଅନ୍ୟକୁ ଜଣାଇବେ । ତେବେ ଏପରି କିଛି ଲୋକ ରହିଥାନ୍ତି । ଯେଉଁ ମାନେ କି ଈର୍ଷାର ବଶବର୍ତ୍ତୀ ହୋଇ ବ୍ୟକ୍ତିର କ୍ଷତି କରିବାକୁ ମଧ୍ୟ ପଛାଇ ନଥାନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *