ନମସ୍କାର ବନ୍ଧୁଗଣ ତେବେ ୨୦୨୨ ମସିହା ଜୁଲାଇ ମାସଟି ବୃଷ ରାଶି ଜାତ ବ୍ୟକ୍ତି ମାନଙ୍କର କେମିତି କଟିବ । କଣ କରିବେ ଅଶୁଭ ଗ୍ରହ ମାନଙ୍କର ପାଇଁ ପ୍ରତିକାର । ସେହି ବିଷୟରେ ଜାଣିବା । ତେବେ ଯେଉଁମାନଙ୍କର ଜାତକର ବୃଷ ରାଶି ଅଛି ଏବଂ ଯେଉଁ ମାନଙ୍କର ଜାତକ ନାହିଁ ବା ଜାତକ ବିଷୟରେ ଜାଣି ନାହାନ୍ତି । ଯେଉଁମାନଙ୍କର ରାଶି ନକ୍ଷତ୍ର ବିଷୟରେ ଜାଣି ନାହାନ୍ତିଏବଂ ଯେଉଁ ମାନଙ୍କର ଜାତକ ନାହିଁ ।
ଯଦି ଜନ୍ମ ତାରିଖ ଜନ୍ମ ତିଥି ଜାଣିଥିବେ ଅଥବା ଆପଣଙ୍କ ନାମର ପ୍ରଥମ ଅକ୍ଷର ଇ,ଏ,ଉ, ଅ,ବା,ବି,ବୁ,ବେ,ହୋଇଥାଏ ଯେଉଁମାନଙ୍କର ଯେକୌଣସି ମାସର ୬ ତାରିଖ, ୧୫ ତାରିଖ,୨୪ ତାରିଖରେ କିମ୍ବା ଯେକୌଣସି ପକ୍ଷର ଷଷ୍ଠୀ କିମ୍ବା ପୂର୍ଣ୍ଣିମା ଅମାବାସ୍ୟା ତିଥିରେ ଜନ୍ମ ହୋଇଥିବ ତେବେ ସେମାନଙ୍କର ବୃଷ ରାଶି ହେବ । ତେବେ ଯେଉଁମାନଙ୍କର ବୃଷ ରାଶି ସେମାନଙ୍କର ୩ ଟି ନକ୍ଷତ୍ର ମଧ୍ୟ ଭୋଗ ହେବ ।
୩ ଟି ନକ୍ଷତ୍ର ହେଉଛି କୃତିକା ରୋହିଣୀ, ମୁର୍ଗଶୀରା । ୩,୪, ୫ । ୩/୨, ୪/୨, ୫/୨ । ଏହି ନକ୍ଷତ୍ର ଯେଉଁମାନଙ୍କର ହୋଇଥିବ ବା ରାଶି ହୋଇଥିବ ରାଶିର ସ୍ୱାମୀ ହେଉଛନ୍ତି ବା ରାଶିର ଗ୍ରହ ହେଉଛନ୍ତି ଶୁକ୍ରଗ୍ରହ । ଆପଣଙ୍କ ରାଶିର ଶୁଭ ରଙ୍ଗ ହେଉଛି ଧଳା, ରାଶିର ,ଶୁଭ ବାର ହେଉଛି ବୁଧବାର,ଶୁକ୍ରବାର ଓ ଶନିବାର । ରାଶିର ଶୁଭ ଦେବତା ହେଉଛନ୍ତି ଭଗବାନ ଶିବ, ବିଷ୍ଣୁ ଏବଂ ଭୈରବ । ରାଶିର ଶୁଭ ଦେବୀ ହେଉଛନ୍ତି ମା ଲକ୍ଷ୍ମୀ,କମଳା,ମାତା ସନ୍ତୋସି । ରାଶିର ବ୍ରତ ଉପବାସ ବାର ହେଉଛି ସୋମବାର ଏବଂ ଶୁକ୍ରବାର ।
ତେବେ ଏହି ଜୁଲାଇ ମାସରେ ସେମାନଙ୍କର ଶାରୀରିକ ଅସୁସ୍ଥତା ଦୂର ହୋଇଯିବ । ସେୟାର ବଜାର ଜୁଆ ଲଟେରୀ ପ୍ଲାଷ୍ଟିକ ଚମଡା ଠିକାଦାରୀ ରାସ୍ତା ଗୃହ ନିର୍ମାଣ ଓ ମୋଟର ପାର୍ଟସ ପେଟ୍ରୋଲିୟମ ପଦାର୍ଥ କୋରିୟର କୋଇଲା କଳଥ ଖାଦ୍ୟ ଦ୍ରବ୍ୟ ଖାଇବା ତେଲ ଘିଅ ଖାଦ୍ୟ ସାମଗ୍ରୀ କାଚ ବିଦ୍ୟୁତ ସାମଗ୍ରୀ ଧାତୁ ବସ୍ତ୍ର ଔଷଧ ଚଳଚିତ୍ର ଆଦି ବ୍ୟବସାୟ କରୁଥିଲେ ବିଶେଷ ଲାଭବାନ ହେବେ ।
ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ । କର୍ମ ସନ୍ଧାନୀ ମାନେ କର୍ମ ନିଯୁକ୍ତି ପାଇ ସଫଳତା ପାଇବେ । ଯେକୌଣସି କାର୍ଯ୍ୟରେ ହାତ ଦେଲେ ସଫଳତା ମିଳିବ । ଆର୍ଥିକ ସ୍ଥିତି ସୁଦୃଢ଼ ହେବ । ଋଣ ପରିଶୋଧ କରିବାର ମଧ୍ୟ ସୁଯୋଗ ପାଇବେ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ଉନ୍ନତି ପାଇଁ ପ୍ରୟାସରତ ହେବେ । ସାମ୍ବାଦିକ ମାନେ ଶୁଭ ସମ୍ବାଦ ପାଇ ଶୀଘ୍ର ଯାତ୍ରା କରିବାକୁ ବାଧ୍ୟ ହୋଇପାରନ୍ତି ।
ବିଦ୍ୟାର୍ଥୀ ମାନେ ନିଜର ଉଦେଶ୍ୟକୁ ସଫଳ କରିବା ପାଇଁ ମଧ୍ୟ ସକ୍ଷମ ହେବେ । ଅଧିକ ଶୁଭତ୍ୱ ପ୍ରାପ୍ତି ପାଇଁ ମା ବାପା ଗୁରୁ ଗୁରୁଜନଙ୍କୁ ପ୍ରତ୍ୟକ ଦିନ ପ୍ରଣାମ କରି ତାଙ୍କ ପାଦ ଧୂଳି ମୁଣ୍ଡରେ ମାରି ଯାତ୍ରା ଆରମ୍ଭ କରନ୍ତୁ ଏବଂ ଯେଉଁମାନଙ୍କର ଯଦି ଏହିସବୁ ଫଳରେ କିଛି ବ୍ୟତିକ୍ରମ ଦେଖାଦେଉଛି ସେମାନେ ଏହି ପ୍ରତିକାର କରିବା ନିତାନ୍ତ ଆବଶ୍ୟକ । ପ୍ରତିକାର ଦ୍ୱାରା ସମସ୍ତ ଅଶୁଭତ୍ୱ ଖଣ୍ଡନ ହେବ ।
ଯଦି ଦଶା ଅନ୍ତର୍ଦସା ପ୍ରତ୍ୟନ୍ତର ଦଶା ଖରାପ ଭୋଗ ହେଉଥିବ ତାହାଲେ ରାଶିଫଳ ମାତ୍ର୧୦% କାମ କରିବ । ଏବଂ ୯୦% ଅଶୁଭ ଗ୍ରହ ପାଇଁ ଖରାପ ଖଣ୍ଡନ ହୋଇଯିବ । ସେଥିପାଇଁ ସତର୍କତା ଅବଲମ୍ବନ କରି ଏହି ପ୍ରତିକାର କରନ୍ତୁ । ଦଶା ଅନ୍ତର୍ଦସା ମହା ଦଶା ଚାଲିଥିଲେ ମଧ୍ୟ ଏ ପ୍ରତିକାର ଯଦି କରି ଚାଲିଥାନ୍ତି ତାହେଲେ ସମସ୍ତ ପ୍ରକାର ବିପଦରୁ ରକ୍ଷା ପାଇ ପାରିବେ ।ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।