ବ୍ରଣ ଓ କଳାଦାଗକୁ ଏକଦମ ଗାୟବ କରିଦେବ ଏହି ସହଜ ଓ ପ୍ରାକୃତିକ ଫେସ ପ୍ୟାକ ! ଥରେ ନିଶ୍ଚୟ try କରି ଦେଖନ୍ତୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୁହଁକୁ ଗୋରା, ଦାଗମୁକ୍ତ, ସୁନ୍ଦର ଓ ଚମକଦାର କରିବାକୁ ସମସ୍ତେ ଇଛା କରିଥାନ୍ତି । ସେଥିପାଇଁ ଲୋକ ମାନେ ମାର୍କେଟରୁ ବିଭିନ୍ନ ପ୍ରକାର କ୍ରିମ, ଫେଷିଆଲ ଓ ଅନ୍ୟାନ୍ୟ ଫେସ ପାଇଁ ସାମଗ୍ରୀ ମୁହଁରେ ବ୍ୟବହାର କରିଥାନ୍ତି । ଏହା ସତ୍ବେ ମଧ୍ୟ ମୁହଁରେ ବିଭିନ୍ନ ପ୍ରକାର କଳା ଦାଗ, ଆଖି ତଳେ କଳା ଦାଗ, ରୀଙ୍କଲ୍, ବ୍ରଣ ଅନେକ ପ୍ରକାର ଫେସ ଜନିତ ସମସ୍ଯା ଆସିଥାଏ ।

ଏହି ସବୁ ଦାଗ, ବ୍ରଣକୁ ଦୂର କରି ପ୍ରାକୃତିକ ଭାବେ ମୁହଁରେ ଗୋରାପଣ ଓ ଚମକ ଆଣିବା ପାଇଁ ଏକ ସହଜ ଓ ସୁନ୍ଦର ଉପାୟ ଘରେ ପ୍ରସ୍ତୁତ କରି ନିଜ ଫେସରେ ପ୍ରୟୋଗ କରନ୍ତୁ । ଏହି ରେମିଡିକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ୩ ଟି ସାମଗ୍ରୀର ଆବଶ୍ୟକତା ରହିଛି । ସେହି ୩ ଟି ସାମଗ୍ରୀ ଗୁଡିକ ହେଉଛି । ପ୍ରଥମେ ନିମ ପତ୍ର। ଦିତୀୟରେ ହଳଦୀ ଓ ତୃତୀୟରେ ଦହି ।

ଆପଣ ପ୍ରଥମେ କିଛି ନିମ ପତ୍ର ଗଛରୁ ତୋଳି ଆଣି ତାହାକୁ ଭଲ ଭାବରେ ପାଣିରେ ଧୋଇ ସଫା କରି ଦିଅନ୍ତୁ । ତାପରେ ସେହି ସବୁ ନିମ ପତ୍ରକୁ ନେଇ ଗ୍ରାଇଡ଼ର ସାହାଜ୍ଯରେ ଗ୍ରାଇଣ୍ଡିଙ୍ଗ କରି ଦିଅନ୍ତୁ । ତାପରେ ବଟା ହୋଇଥିବା ନିମ ପତ୍ର ସହ ଏକ ଚାମଚ ହଳଦୀ ମିଶାଇ ଦିଅନ୍ତୁ । ତାପରେ ସେଥିରେ ୧ ଚାମଚ ଦହି ମିଶାନ୍ତୁ ।

ଏହି ୩ ଟି ଯାକ ସାମଗ୍ରୀ ଗୁଡିକୁ ମିଶାଇ ତାହାକୁ ଭଲ ଭାବରେ ଚାମଚ ସାହାଜ୍ଯରେ ଗୋଳାଇ ଦିଅନ୍ତୁ । ତାପରେ ନିଜ ଫେସରେ ଲଗାଇବା ପୂର୍ବରୁ ପ୍ରଥମେ ନିଜ ଫେସକୁ ଥଣ୍ଡା ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ । ତାପରେ ମୁହଁକୁ ପୋଛି ଫେସରେ ପ୍ରସ୍ତୁତ କରିଥିବା ପ୍ୟାକକୁ ଭଲ ଭାବରେ ଲଗାନ୍ତୁ । ଆପଣ ଚାହିଁଲେ ବ୍ରସ ସାହାଜ୍ଯରେ କିମ୍ବା ନିଜ ହାତରେ ମଧ୍ୟ ଲଗାଇପାରିବେ ।

୧୫ ରୁ ୨୦ ମିନିଟ ପର୍ଯ୍ୟନ୍ତ ଏହି ପ୍ୟାକକୁ ଲଗାଇ ରଖିବା ସମୟରେ ନିଜ ଆଖିରେ କାକୁଡି ଚପ କରି କାଟିକି ନିଜ ଆଖିରେ ଲଗାଇ ରଖି ଦିଅନ୍ତୁ । କିଛି ସମୟ ପରେ ସାଧାରଣ ପାଣି ସହାୟତାରେ ହାତରେ ମୁହଁକୁ ହଲ୍କା ମସାଜ କରି ଭଲ ଭାବରେ ଧୋଇ ଦିଅନ୍ତୁ । ଯେଉଁ ପ୍ୟାକଟି ପ୍ରସ୍ତୁତ କରିଥିବେ । ସେଥିରୁ ଯଦି କିଛି ବଳିଯାଇଥାଏ ।

ତେବେ ତାହାକୁ ଏକ ଡବାରେ ଷ୍ଟୋର କରି ତାହାର ଢକନକୁ ବନ୍ଦ କରି ଫ୍ରିଜରେ ୪ ରୁ ୫ ଦିନ ପର୍ଯ୍ୟନ୍ତ ରଖି ପୁନଃ ଏହାକୁ ନିଜ ଚେହେରାରେ ଲଗାଇ ପାରିବେ । ସପ୍ତାହରେ ଏହି ପ୍ୟାକକୁ ୨ ଥର ଲଗାଇ ପାରିବେ । ଦେଖିବେ ଚେହେରାରେ ଥିବା କଳା ଦାଗ, ବ୍ରଣ ଦୂର ହୋଇବା ସହ ଚେହେରାରେ ଗୋରାପଣ ଆସିବା ସହ ଚମକ ଆସିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *