ଦେଖନ୍ତୁ ଆପଣଙ୍କ Blood Group ଆପଣଙ୍କ ବିଷୟରେ କଣ କହିଥାଏ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସମସ୍ତ ପ୍ରାଣୀଙ୍କ ଶରୀରରେ ରକ୍ତ ପ୍ରବାହିତ ହୋଇଥାଏ । ବ୍ଲଡ୍ କୁ ଅନେକ ଭାଗରେ ମଧ୍ୟ ବିଭକ୍ତ କରାଯାଇଛି । କାରଣ ସମସ୍ତଙ୍କର ବ୍ଲଡଗୃପ ସମାନ ମଧ୍ୟ ହୋଇନଥାଏ । ବ୍ଲଡ଼ କେବଳ ସ୍ଵାସ୍ଥର ଅବସ୍ତାକୁ ସୂଚିତ କରିନଥାଏ ବଂର ବ୍ଲଡ଼ ଦ୍ଵାରା ଜଣେ ବ୍ୟକ୍ତିର ସ୍ଵଭାବ ବିଷୟରେ ସୂଚନା ଦେଇଥାଏ । ବ୍ୟକ୍ତିର ବ୍ଲଡ଼ଗୃପ ବ୍ୟକ୍ତିର ଜୀବନ ସହିତ ଜଡିତ ବହୁତ କିଛି କଥା କହିଦେଇଥାଏ ।

A ବ୍ଲଡ଼ଗୃପ ;- ଯେଉଁ ବ୍ୟକ୍ତିର ଏହି ବ୍ଲଡ଼ଗୃପ ହୋଇଥାଏ । ସେମାନେ ବହୁତ ଅଧିକ ସ୍ମାର୍ଟ ଓ ଜିନିଅସ ହୋଇଥାନ୍ତି । ଏମାନେ ଯେଉଁ କାର୍ଯ୍ୟକୁ ମଧ୍ୟ କରିଥାନ୍ତି । ସେହି କାର୍ଯ୍ୟକୁ ବହୁତ ଭଲ ଢଙ୍ଗରେ ଓ ଠିକ ସେ କରିବା ପାଇଁ ପ୍ରୟାସ କରିଥାନ୍ତି । ସବୁ କଥାକୁ ଏମାନେ ବେଶି ମାତ୍ରାରେ ସିରିଏସ ନେଇଯାଉଥିବା କାରଣରୁ ଏମାନେ ବହୁତ ଶୀଘ୍ର ଟେନସନ ମଧ୍ୟ ହୋଇଯାଇଥାନ୍ତି । ତଥାପି ଏମାନେ ଥକି ନଯାଇ ସବୁବେଳେ ଜୀବନରେ ଉନ୍ନତି କରିବା ପାଇଁ ଲାଗିପଡିଥାନ୍ତି ।

B ବ୍ଲଡ଼ଗୃପ ;- ଏହି ବ୍ଲଡ଼ଗୃପର ଲୋକ ମାନେ ନିଜ କାମକୁ ଅଧିକ ଭାବିଚିନ୍ତି କରିବାକୁ ଭଲ ପାଇନଥାନ୍ତି । ଏମାନେ ଯେଉଁ କାର୍ଯ୍ୟ କରିବାକୁ ମନସ୍ଥ କରିଥାନ୍ତି । ସେହି କାର୍ଯ୍ୟକୁ ନିଜ ତରିକାରେ କରିବାକୁ ପସନ୍ଦ କରିଥାନ୍ତି । ଏହି ଲୋକମାନେ ନିଜ ଜୀବନକୁ ବିନ୍ଦାସରେ ବଞ୍ଚିବାକୁ ରୁଚି ରଖିଥାନ୍ତି । ସମସ୍ତଙ୍କ ସହିତ ହସଖୁସିରେ ରହିବାକୁ ଭଲ ପାଇଥାନ୍ତି । ଏମାନଙ୍କ ମୁଣ୍ଡରେ ସବୁବେଳେ କିଛି ନୂଆ ନୂଆ ଯୋଜନା ଚାଲୁଥାଏ ।

AB ବ୍ଲଡ଼ଗୃପ ;-  ଏହି ବ୍ଲଡ଼ଗୃପ ଥିବା ଲୋକ ମାନଙ୍କର ବ୍ୟକ୍ତିତ୍ବ Aଓ B ଗୃପର ମୀଶ୍ରୀତ ଭଳି ହୋଇଥାଏ । ଯେଉଁ ମାନେ ଏହି ବ୍ଲଡ଼ଗୃପର ଲୋକଙ୍କୁ ଠିକ ସେ ଜାଣିନଥିବେ । ସେମାନେ ତାଙ୍କ ଉପରେ କିଛି ମଧ୍ୟ ବୁଝିପାରିବେ ନାହିଁ । ଏହି ଲୋକମାନେ ନୂଆ ନୂଆ ସାଙ୍ଗସାଥି ବନାଇବାକୁ ପସନ୍ଦ କରିଥାନ୍ତି ।

ଏହି ଲୋକ ମାନଙ୍କର ସବୁଠାରୁ ଭଲ ଗୁଣ ହେଉଛି । ଏମାନେ ସର୍ବଦା ଅନ୍ୟର ଭାବନାକୁ ସମ୍ମାନ ଦେଇଥାନ୍ତି । ଅନ୍ୟକୁ ସାହାଜ୍ଯ କରିବାକୁ ମନବୃତ୍ତି ରଖିଥାନ୍ତି । O ବ୍ଲଡ଼ଗୃପ ;- ଏହି ବ୍ଲଡ଼ଗୃପର ଲୋକମାନେ ନିଜ ଜୀବନକୁ ବଞ୍ଚିବାର ଶୈଳୀରେ ଅନ୍ୟର ହସ୍ତକ୍ଷେପ ବିଲକୁଲ ବରଦାସ୍ତ ହୋଇନଥାଏ ।

ଏମାନେ ସବୁବେଳେ ନିଜର ସ୍ଵତନ୍ତ୍ର ସ୍ଥାନ ଅନ୍ୟ ସାମ୍ନାରେ କରିବାକୁ ଭଲ ପାଇଥାନ୍ତି । ଅନ୍ୟର ନେତୃତ୍ଵ ନେବାରେ ଏମାନେ କେବେ ମଧ୍ୟ ପଛଘୁଞ୍ଚା ଦେଇନଥାନ୍ତି । ଏହି ଲୋକମାନେ ନିଜ କାମ ପାଇଁ ସବୁବେଳେ ସଚୋଟ ରହିଥାନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *