ବିନା ବସ୍ତ୍ରରେ ଗାଧୋଇବା ଭଲ ନୁହେଁ, କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ 

ବନ୍ଧୁଗଣ ନିୟମ ଗୋଟେ ଏମିତି ଡୋର ଯେଉଁଥିରେ ପ୍ରତ୍ୟକ ମଣିଷ ବାନ୍ଧି ହୋଇ ରହିଥାନ୍ତି । ପ୍ରତ୍ୟକ ଜିନିଷର କିଛି ନା କିଛି ନିୟମ ଥାଏ । ଏମିତିକି ଆମ ଶରୀରର ଅନ୍ତିମ ପ୍ରଣାଳୀ ମଧ୍ୟ ନିୟମରେ ଚାଲିଥାଏ । ଯେତେବେଳେ ଆମେ ନିୟମର ପାଳନ କରିନଥାଉ ସେତେବେଳେ ଆମକୁ ବିଭିନ୍ନ ସମସ୍ଯାର ସାମ୍ନା କରିବାକୁ ପଡିଥାଏ । ଏହି ନିୟମକୁ ଭାଙ୍ଗିବାର ପ୍ରକ୍ରିୟା ବେଳେବେଳେ ଆମେ ଜଣା ଅଜଣାତରେ କରିଥାଉ ।

ବନ୍ଧୁଗଣ ଆମ ହିନ୍ଦୁଶାସ୍ତ୍ରରେ ମଣିଷକୁ ପାଳନ କରିବା ପାଇଁ କିଛି ନିୟମ ଗୁଡିକ କୁହାଯାଇଛି । ବନ୍ଧୁଗଣ ସେହି ସମସ୍ତ ନିୟମ ଗୁଡିକ ମଧ୍ୟରୁ ଆଜିଆମେ ଏକ ନିୟମ ବିଷୟରେ ଜାଣିବା ତାହା ହେଉଛି ବିନା ବସ୍ତ୍ରରେ କେବେହେଲେ ଗାଧୋଇବା ଉଚିତ ନୁହେଁ । ବନ୍ଧୁଗଣ ଆଜିଆମେ ଏହାର କାରଣ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ମଣିଷ ଜୀବନରେ ସ୍ନାନ ଏକ ଗୁରୁତ୍ଵପୂର୍ଣ୍ଣ କାମ ଅଟେ । ଯାହା କରିବା ଦ୍ଵାରା ମନ ଓ ଶରୀର ସଂପୂର୍ଣ୍ଣ ସୁସ୍ଥ ଏବଂ ନିର୍ମଳ ହୋଇଯାଇଥାଏ । ଶାସ୍ତ୍ରରେ ନଦୀରେ ସ୍ନାନ, କୂପରେ ସ୍ନାନ ଓ ପୋଖରୀ ଜଳରେ ସ୍ନାନ କରିବା ବିଷୟରେ କୁହାଯାଇଛି । ବନ୍ଧୁଗଣ ବର୍ତ୍ତମାନର ଏହି ଆଧୁନିକ ଦୁନିଆରେ କେତେକ ଲୋକ ବିନା ବସ୍ତ୍ରରେ ସ୍ନାନ କରିବାକୁ ଭଲ ପାଉଛନ୍ତି । ହେଲେ ବନ୍ଧୁଗଣ ହିନ୍ଦୁଶାସ୍ତ୍ର ଅନୁସାରେ ବିନା ବସ୍ତ୍ରରେ ସ୍ନାନ କରିବାକୁ ବର୍ଜିତ କରାଯାଇଛି ।

ଆମ ପୁରାଣରେ ଭଗବାନ ଶ୍ରୀ କୃଷ୍ଣ ଏହା ବିଷୟରେ କହିଛନ୍ତି । ପୁରାଣ ଅନୁସାରେ ଥରେ ସ୍ତ୍ରୀ କୃଷ୍ଣ ଗୋପୀ ମାନେ ସ୍ନାନ କରୁଥିବା ବେଳେ ତାଙ୍କର ସମସ୍ତ ବସ୍ତ୍ର ନେଇ ଗଛ ଉପରେ ଚଢି ଯାଇଥିଲେ । ଗୋପୀ ମାନେ ସ୍ନାନ କରିବା ପରେ ନିଜ ବସ୍ତ୍ରକୁ ଖୋଜିଥିଲେ ଓ ସେ ଶ୍ରୀ କୃଷ୍ଣଙ୍କୁ ଦେଖିବା ପରେ ବସ୍ତ୍ର ମାଗିଥିଲେ । ହେଲେ ସେହି ସମୟରେ ଶ୍ରୀ କୃଷ୍ଣ ଗୋପୀ ମାନଙ୍କୁ କହିଥିଲେ, ତମେ ଆସିକି ଏହି ବସ୍ତ୍ର ନେଇ ଯାଅ ।

ହେଲେ ବସ୍ତ୍ର ନଥିବାରୁ ଗୋପୀ ମାନେ ଜଳ ଛାଡି ବାହାରି ନଥିଲେ । ଗୋପୀ ମାନେ କହିଥିଲେ, ସେମାନେ ବିନା ବସ୍ତ୍ରରେ ଅଛନ୍ତି ଓ ଯେତେବେଳେ ସେ ସ୍ନାନ କରିବା ପାଇଁ ଆସିଥିଲେ ସେତେବେଳେ ନଦୀ ପାଖରେ କୌଣସି ଲୋକ ନଥିଲେ । ଏହା ଶୁଣିବା ପରେ ଶ୍ରୀ କୃଷ୍ଣ କହିଲେଥିଲେ, ମୁ ସମସ୍ତ ସ୍ଥାନରେ ଅଛି । ତମେ ବିନା ବସ୍ତ୍ରରେ ଜଳ ମଧ୍ୟରେ ଅଛ ତେଣୁ ଆକାଶରେ ଥିବା ପକ୍ଷୀ, ଜଳରେ ଥିବା ଜନ୍ତୁ ଓ ଜଳ ଦେବତା ବରୁଣ ଦେବ ତୁମ ମାନଙ୍କୁ ବିନା ବସ୍ତ୍ରରେ ଦେଖିଲେ ।

ଗାଧୋଇବା ସମୟରେ ଆମ ମାନଙ୍କର ପୂର୍ବଜ ମାନେ ଆମ ପାଖରେ ଥାନ୍ତି ଓ ଯଦି ଆମେ ସେହି ସ୍ଥାନରେ ବିନା ବସ୍ତ୍ରରେ ସ୍ନାନ କରିବା ତା ହେଲେ ଆମ ପୂର୍ବଜ ମାନେ ରାଗିଯିବେ । ତେଣୁ ବନ୍ଧୁଗଣ ଏହି ପ୍ରକାରର ଭୁଲ ଆପଣ ମାନେ ଭୁଲ ସେ ମଧ୍ୟ କରିବେ ନାହିଁ । ନଚେତ ଏହି ଭୁଲ ପାଇଁ ଆପଣ ମାନଙ୍କୁ କେତେକ ସମସ୍ଯାର ସମ୍ମୁଖୀନ ହେବାକୁ ପଡିବ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *