Ajira Anuchinta- ବିବାହ ସମୟରେ ନାରୀ ଋତୁମତୀ ହେଲେ କଣ ସୂଚନା ମିଳିଥାଏ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କଥାରେ ଅଛି ଜଣେ ପୁରୁଷ ପାଇଁ ଜଣେ ମହିଳାର ଭାଗ୍ୟ ପୂର୍ବ ନିର୍ଧାରିତ ହୋଇ ଯୋଡା ଯାଇଥାଏ । ଯାହା ଦ୍ଵାରା ସେହି ପୁଅ ସହ ସେହି ଝିଅର ବିଭାଘର ହୋଇଥାଏ ।  ତେଣୁ ଆଜି ବିଭାଘର ସମ୍ବଦ୍ଧିତ ଅନେକ କିଛି ତଥ୍ୟ ଜାଣିବାକୁ ପାଇବେ । ବିଭାଘର ୮ ପ୍ରକାରର ହୋଇଥାଏ । ଯେପରି ବ୍ରହ୍ମ, ଦୈବ, ଆର୍ଷ, ପ୍ରାଜପତ୍ୟ, ଆସୁର, ଗନ୍ଧର୍ବ୍ୟ, ରାକ୍ଷସ ଓ ପିଶାଚ ।

ସେଥିମଧ୍ୟରୁ ବ୍ରହ୍ମା, ଦୈବ, ଆର୍ଷ ଓ ପ୍ରଜାପତ୍ୟ ବିବାହ ଶାସ୍ତ୍ର ସମ୍ମତ ହୋଇଥାଏ । ବର ଠାରୁ ଧନ ନେଇ ତାକୁ କନ୍ୟା ବିବାହ କଲେ ତାହାକୁ ଆସୁର ବିବାହ କୁହାଯାଇଥାଏ । ନିଜ ଇଛାରେ ବାର କନ୍ୟା ବିବାହ କଲେ ତାହାକୁ ଗାନ୍ଧର୍ବ ବିବାହ କୁହାଯାଇଥାଏ । କନ୍ୟା ପିତା ଠାରୁ କନ୍ୟାକୁ ଛଡେଇ ବିବାହ କଲେ। ତାହାକୁ ରାକ୍ଷସ ବିବାହ କୁହାଯାଇଥାଏ । କନ୍ୟା ସହିତ କପଟ କରି ବିବାହ କରାଗଲେ ।

ତାହାକୁ ପଇସାଚ ବିବାହ କୁହାଯାଇଥାଏ । ଯେଉଁ ବାରକୁ ଘରକୁ ନିମନ୍ତ୍ରଣ କରି ଆଣି ଝିଅକୁ ଅଳଙ୍କୃତ କରି ଯଥା ବିବାହ କରାଯାଇଥାଏ । ତାଙ୍କ ଠାରୁ ଉତ୍ପନ ପୁତ୍ର ଉଭୟ କୁଳର ୨୧ ପୁରୁଷ ଉଦ୍ଧାର କରିଥାଏ । ବାତୂଳ, ପତିତ, କୁଷ୍ଠ ରୋଗୀ, ନପୁଂସକ,ଅନ୍ଧ, ବଧିର ଓ ନିଜ ଗୋତ୍ରରେ କନ୍ୟାକୁ ବିବାହ ଦେବା ଅନୁଚିତ ।

ସର୍ବଦା ବରର କୁଳ, ସ୍ଵଭାବ, ବୟସ, ରୂପ, ବିଦ୍ୟା, ଧନ ଓ ପିତ୍ରାଦିର ସହାୟତା ଗୁଣ ଦେଖି କନ୍ୟା ଦାନ କରିବା ଉଚିତ । ବର ମାତାର ନାମ ସହିତ କନ୍ୟାର ନାମ ସମାନ ହେଲେ । ସେହି କ୍ଷେତ୍ରରେ ବିବାହ କରିବା ଅନୁଚିତ ବୋଲି କୁହାଯାଇଥାଏ । ଲଜ୍ୟା ହୀନ, ସ୍ଵଭାବ ଉଗ୍ର, ଦାନ୍ତ ଅସୁନ୍ଦର, ଆଖି ପିଙ୍ଗିଳ ବର୍ଣ୍ଣ, ସର୍ବାଙ୍ଗ ଲୋମ ଯୁକ୍ତ ଓ କଟି ସ୍ତୁଳ ଏହିପରି କନ୍ୟା ବିବାହ ପାଇଁ ଯୋଗ୍ୟ ନୁହେଁ ।

ଯେଉଁ କନ୍ୟା ଶ୍ୟାମା, ଯାହାର କେଶ ଉତ୍ତମ, ଦେହ ଅଳ୍ପ ଲୋମ ଯୁକ୍ତ, ଭୃଲତା ସୁନ୍ଦର, ଚରିତ୍ର ଭଲ, ଗମନ ମନହୋର, ଦାନ୍ତ ସୁନ୍ଦର କଟି ଡମ୍ବୁରୁ ତୁଲ୍ୟ ହୋଇଥିବ । ସେପରି ମହିଳାମାନେ ବିବାହ ପାଇଁ ଯୋଗ୍ୟା ବିବେଚିତ ହୋଇଥାନ୍ତି । ବଡ ଭାଇର ବିବାହ ନହେବା ପର୍ଯ୍ୟନ୍ତ ସାନ ଭାଇର ବିବାହ ହେବା ଅନୁଚିତ ।

ବଡ ଭଉଣୀ ଥାଉ ଥାଉ ସାନ ଭଉଣୀର ବିବାହ କରିବା ନିଷେଦ୍ଧ ଅଟେ । ଗୋଟିଏ ବର୍ଷରେ ୨ ଭାଇ କିମ୍ବା ୨ ଭଉଣୀ ବିବାହ କରିବା ଅନୁଚିତ । ୬ ମାସ ମଧ୍ୟରେ ବିବାହ କରିବା ଦ୍ଵାରା କନ୍ୟା ୩ ବର୍ଷରେ ବିଧବା ହୁଏ । ବିବାହ ସମୟରେ କନ୍ୟା ଋତୁମତୀ ହେଲେ । ତାହାକୁ ସ୍ନାନ କରାଇ ସଂସ୍କାର କରି ବିବାହ କରାଇବା ଉଚିତ । ଏଥିରୁ କୌଣସି ଅଶୁଭତ୍ଵର ସୂଚନା ମିଳିନଥାଏ । ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍,କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *