ଦିନରେ ନ ଶୋଇ ବି ଭୋର 4 ରୁ ହିଁ ଉଠେଇକି ଛାଡିବ ଏହି ଉପାୟ, ସକାଳୁ ଜଲ୍ଦି ଉଠିବାର ସବୁଠୁ ବେସ୍ଟ ଆଉ ସିମ୍ପଲ Tips

ନମସ୍କାର ବନ୍ଧୁଗଣ ତେବେ ସକାଳୁ ଉଠିବାର ଅନେକ ଲାଭ ସମସ୍ତେ ଗଣେଇ ପାରିବେ କିନ୍ତୁ କେହି କୁହନ୍ତି ନାହିଁକି ସକାଳୁ କିପରି ଉଠିବେ । ଶରୀରକୁ ବିନା କୌଣସି କଷ୍ଟ ଦେଇ ସକାଳୁ ଶିଘ୍ର ଉଠିବା କିପରି ସେ ବିଷୟରେ ଜାଣିବା । ଆପଣ ଯେକୌଣସି କାମ କରୁଥାନ୍ତୁନା କାହିଁକି ଆପଣଙ୍କ ସକାଳୁ ଉଠିବା ଅଭ୍ୟାସ ଆପଣଙ୍କ କୌଣସି କ୍ଷତି କରିନଥାଏ । ଆମେ ଆପଣଙ୍କୁ କହି ରଖୁଛୁକି ସକାଳୁ ଉଠିବାର ସହଜ ଉପାୟ ଏହାଠାରୁ ଆଉ କୌଣସି ନଥିବ ।

ଆପଣ କହି ପାରିବେକି ଆପଣ ନିଜ ଜୀବନରେ କେତେ ସମୟ ନଷ୍ଟ କରିଛେ । କଣ ହେବନା ଆପଣଙ୍କ ପାଖକୁ ମେସେଜ ଆସିବ ରାତିରେ ୯ ଟାରେ କି ଆପଣଙ୍କ ପରୀକ୍ଷା ଆର ମାସରେ ହେବାକୁ ଯାଉଛି । ଆଉ ତାର ସାଙ୍ଗେ ସାଙ୍ଗେ ଆମ ମୋବାଇଲରେ ଆଲାରାମ ଲଗାହୋଇ ଯାଇଥାଏ ।

ତେବେ ଆଉ ଭଲ କଥା ଏହା ହୋଇଥାଏକି ଆପଣ ସେଦିନ ସକାଳୁ ଉଠି ଯିବେ,ଆପଣ ଧ୍ୟାନ ଦବାର କଥା ଏହାକି ୨ ଦିନ ଉଠିବେ ୩ଦିନ ଉଠିବେ ପ୍ରାୟ ୫ ଦିନ ବେଳକୁ ଆପଣ ଆଲାରାମ ବନ୍ଦ କରିଦେବେ ନହେଲେ ଆପଣ ନିଜର ଉଠିବା ସମୟ ପରିବର୍ତ୍ତନ କରିନେବେ ସେଇ ଆପଣଙ୍କ ଦୈନନ୍ଦିନ ସମୟକୁ । ଆଉ ଆପଣଙ୍କ ଶିଘ୍ର ଉଠିବା ପ୍ଲାନ ସବୁ ଖରାପ ହୋଇଯିବ ବା ବିଫଳ ହୋଇଯିବ ।

ଆଉ ଏହା ବିଫଳ ହେବାର କାରଣ ଯଦି ଆପଣ ଜାଣିଗଲେ ତାହେଲେ ତାର ସମାଧାନ ପାଇ ଯିବେ । ଏହାର କାରଣ ହେଲା ଆପଣ ପ୍ରଥମେ ପ୍ରଥମେ ଯେଉଁ କାମ କରିବେ ଆପଣଙ୍କ ଶରୀର ତାକୁ ବହୁତ ସପୋର୍ଟ କରିବ ଓ ତାପରେ କିଛିଦିନ ପରେ ଆପଣଙ୍କ ଶରୀର ଥକି ଯିବ । ଆପଣ ଧର ସକାଳେ ୭ ଟାରୁ ଉଠୁଛନ୍ତି । ତାପରେ ଆପଣ କଣ କରିବେନା ଆପଣ ନିଜ ମନରେ ସୁନିଶ୍ଚିତ କରିନେବେ କି ଆପଣଙ୍କୁ ରାତି ୪ ଟାରୁ ଉଠିବାର ଅଛି ।

ଆଉ ଯୋସରେ ଆସି ଆପଣ ସକାଳ ୪ ଟାରୁ କି ୩ ଟାରୁ ଆଲାରାମ ଲଗେଇ ଦିଅନ୍ତି ଏହାହିଁ ଆପଣଙ୍କ ସବୁଠାରୁ ବଡ଼ ଭୁଲ ହୋଇଥାଏ । ଆପଣ ପିଲା ବେଳେ କଇଁଛ ଆଉ ଠେକୁଆ ଗପ ଶୁଣିଥିବେ ଏଠାରେ ଆପଣଙ୍କ ଜୀବନରେ ସେଇଆ ହିଁ ହେଉଛି । ଧୀରେ ଚାଲ କିନ୍ତୁ ଅନବରତ ଚାଲନ୍ତୁ । ଆପଣଙ୍କୁ ଭାବିବାର ଅଛି ଆପଣଙ୍କର ଯେଉଁ ଅଭ୍ୟାସ ଆଗରୁ ଅଛି ଆପଣ ତାକୁ ଭାଙ୍ଗିବାର ଅଛି ।

ଆପଣଙ୍କୁ ଏକାଥରେ ୩ ଘଣ୍ଟା ପୂର୍ବରୁ ଉଠିବାର ନାହିଁ ଆପଣଙ୍କୁ କେଵଳ ମିନିଟ ମିନିଟ କରି ଶିଘ୍ର ଉଠିବାର ଅଛି । ହଁ ଆପଣଙ୍କୁ ସେମିତି କରିବାକୁ ମାସେ ଲାଗିପାରେ ଦୁଇ ମାସ ଲାଗିପାରେ କିନ୍ତୁ ଆପଣ ତାକୁ ପ୍ରୟାସ କରନ୍ତୁ ଯାହା ଆପଣଙ୍କ ଭବିଷ୍ୟତରେ କାମରେ ଆସିବ । ତେବେ ସଫଳତାର ଗପନ ରହସ୍ୟ ମିଳିଯାଏ । ଆପଣ ରିସର୍ଚ୍ଚ କରନ୍ତୁ ଜାଣିପାରିବେ ଆଜି ପର୍ଯ୍ୟନ୍ତ ଯେତେବି ମହାନ ବ୍ୟକ୍ତି ଓ ସଫଳ ପୁରୁଷ ହୋଇପାରିଛନ୍ତି ତାହାର ସୂତ୍ର ହେଲା ସେମାନେ ପ୍ରତ୍ୟକ ଦିନ ସକାଳୁ ଉଠି ଥାନ୍ତି ।

ଇଛା ଶକ୍ତି ଦୃଢ଼ ହୋଇଯାଇଥାଏ । ପ୍ରାୟ ଆମ ସମସ୍ତଙ୍କର ପ୍ରକାଷ୍ଟେଟିଙ୍ଗ କରିବାର ଗୁଣ ଥାଏ କିନ୍ତୁ ଏହି ସମୟରେ ଏହାର ପ୍ରଭାବ ବହୁତ କମ ହୋଇଥାଏ । କାରଣ ଆମେ ଉଇଲ ପାୱାର ବହୁତ ଅଧିକ ହୋଇଯାଇଥାଏ ଏହି ସମୟରେ । ତେବେ ଦିନ ସମୟରେ ଶୁଅନ୍ତୁ ନାହିଁ ।

ଏହା ଦ୍ୱାରା ଆପଣ ଙ୍କୁ ରାତିରେ ଶୀଘ୍ର ନିଦ ଲାଗିବ । ତେବେ ଯୋଗ ପ୍ରାଣାୟମ ଓ ଧ୍ୟାନ ପାଇଁ ସଠିକ ସମୟ । ଏହି ସମୟରେ ଯୋଗ ପ୍ରାଣାୟମ ଓ ଧ୍ୟାନ କରିବା ଦ୍ୱାରା ସଠିକ ଫଳାଫଳ ମିଳିଥାଏ । କାରଣ ପ୍ରକୃତି ର ଶକ୍ତି ମଧ୍ୟ ଆପଣ ମାନଙ୍କୁ ସପୋର୍ଟ କରିଥାଏ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *