ଭୋକରେ ମରିଗଲେ ବି ସୋମବାର ଦିନ ଭୁଲରେ ଖାଆନ୍ତୁ ନାହିଁ ଏହି ଗୋଟିଏ ଜିନିଷ ଲାଗିଥାଏ ମହାପାପ !

ନମସ୍କାର ବନ୍ଧୁଗଣ ତେବେ ଆପଣ ଜାଣିଥିବେ କି ସୌର ମଣ୍ଡଳର ସମସ୍ତ ଗ୍ରହ ନିଜର ଉର୍ଜା ସୂର୍ଯ୍ୟଦେବଙ୍କ ଠାରୁ ହିଁ ଗ୍ରହଣ କରିଥାନ୍ତି । ଆମେ ଏହା ମଧ୍ୟ ଜାଣିଛୁ ଯେ ଆମ କୁଣ୍ଡଳୀରେ କୌଣସି ନା କୌଣସି ଗ୍ରହର ପ୍ରଭାବ ପଡ଼ିଥାଏ । ଯାହାଦ୍ୱାରା ଆମ କାର୍ଯ୍ୟ ସଫଳ ବା ଅସଫଳ ହୋଇଥାଏ । ଏଥିପାଇଁ ଆମ ଗ୍ରହ ଶାନ୍ତ ରହିବା ପାଇଁ ଆମେ ସର୍ବଦା ପ୍ରୟାସ କରିଥାଉ ।
ଏଥିପାଇଁ ଆମେ ବୁଧବାର ଦିନ ବୁଧ ଗ୍ରହ, ଗୁରୁବାର ଦିନ ବୃହସ୍ପତି ଗ୍ରହ, ଶୁକ୍ରବାର ଦିନ ଶୁକ୍ର ଗ୍ରହ ଏବଂ ଶନିବାର ଦିନ ଭଗବାନ ଶନିଦେବଙ୍କ ଆରାଧନା କରିଥାଉ ।

କିନ୍ତୁ ଯେତେବେଳେ ସୋମବାର ଦିନ କଥା ଆସେ, ସେତେବେଳେ ଆମ ସମସ୍ତଙ୍କ ମନରେ ମହାଦେବଙ୍କ କଥା ମନ ପଡ଼ିଥାଏ । ତେବେ ସୋମବାର ଦିନ ମହାଦେବଙ୍କର ପୂଜା କରିବା ଦ୍ୱାରା, ମହାଦେବ ବହୁତ ପ୍ରସନ୍ନ ହୋଇ ଥାଆନ୍ତି । ଏହିଦିନ ନିଷ୍ଠାର ସହିତ ମହାଦେବଙ୍କୁ ନୀତି ନିୟମ ଅନୁସାରେ ପୂଜାର୍ଚ୍ଚନା କରିବା ଉଚିତ । ଆମର ସମସ୍ତ ଦୁଃଖକଷ୍ଟ ସବୁ ଦୂର ହୋଇଯାଏ ।

ଏହା ସହିତ ଭଗବାନ ମହାଦେବଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୋଇଥାଏ । ତେବେ ଏହି ସୋମବାର ଦିନ କିଛି ଏପରି ଜିନିଷ ରହିଛି । ଯାହାକୁ ଜମାରୁ ଖାଇବା କିମ୍ବା କରିବା ଉଚିତ ନୁହେଁ । ତେବେ ଆସନ୍ତୁ ଜାଣିନେବା କେଉଁ ଜିନିଷ ଖାଇବା ଉଚିତ ନୁହେଁ । ସୋମବାର ଦିନ ସୌମ୍ୟ ଅର୍ଥାତ ଚନ୍ଦ୍ରଙ୍କର ମଧ୍ୟ ଦିନ ତେଣୁ ଚନ୍ଦ୍ର ଏବଂ ମହାଦେବଙ୍କ ଉଭୟଙ୍କର ହୋଇଥାଏ ।

ତେଣୁ ଏହିଦିନ ମହାଦେବଙ୍କର ବ୍ରତ ରଖିବା ଦ୍ୱାରା ଆମକୁ ଶୀଘ୍ର ଫଳ ପ୍ରାପ୍ତ ହୋଇଥାଏ । ଏହାସହିତ ଆପଣଙ୍କର ସମସ୍ତ ମନସ୍କାମନା ମଧ୍ୟ ପୂର୍ଣ୍ଣ ହୋଇଥାଏ । କହିବାକୁ ଗଲେ ଶ୍ରାବଣ ମାସର ସୋମବାର ଦିନ ମହାଦେବଙ୍କୁ ପୂଜାର୍ଚ୍ଚନା କରିବା ଆବଶ୍ୟକ । ତେବେ ଏହିଦିନ ନିଷ୍ଠା ଏବଂ ଶୁଦ୍ଧ ମନୋଭାବ ରଖି ଭଗବାନ ମହାଦେବଙ୍କର ପୂଜା କରିବା ଉଚିତ । ଏହାଦ୍ୱାରା ଆମର ସମସ୍ତ ଦୁଃଖ ଦୂର ହୋଇଥାଏ ଏବଂ ସୁଖ ସମୃଦ୍ଧି ଆସିଥାଏ ।

ଅବିବାହିତ ଝିଅମାନଙ୍କର ବୈବାହିକ ଜୀବନ ସୁଖମୟ ହେବା ସହିତ ସେମାନଙ୍କୁ ଭଲ ବର ମିଳୁ, ସେଥିପାଇଁ ଏହି ସୋମବାର ବ୍ରତ ରଖିଥାନ୍ତି । ଏହି ସୋମବାର ଦିନ ମନ୍ଦିର ଯାଇକି ସେଠାରେ ମହାଦେବଙ୍କୁ ଗଙ୍ଗାଜଳ ଅର୍ପଣ କରିବା ଅତ୍ୟନ୍ତ ଶୁଭ ଅଟେ । ଏହାଛଡା ବେଲପତ୍ର, ଚନ୍ଦନ, ଏବଂ ଅଟାରେ ପ୍ରସ୍ତୁତ ଭୋଗ ଲଗାଇବା ମଧ୍ୟ ଶୁଭ ଅଟେ । ରାତ୍ରିରେ ଚନ୍ଦ୍ରଙ୍କୁ ପୂଜା କରିବା ମଧ୍ୟ ଶୁଭ ହୋଇଥାଏ ।

କିନ୍ତୁ ସୋମବାର ଦିନ କିଛି ଏପରି ଜିନିଷ ରହିଛି ଯାହା କରିବା ଉଚିତ ନୁହେଁ । ଯେପରି ଏହି ଦିନ ଆମିଷ ଯେପରି ମାଂସ, ମାଛ ଆଦି ସେବନ କରିବା ନିଷେଧ ଅଟେ । ଏହାଛଡା କଳା ବସ୍ତ୍ର ପରିଧାନ କରିବା ମଧ୍ୟ ଅଶୁଭ ଅଟେ । ଏହାସହିତ ଏହି ସୋମବାର ଦିନ ମୁଣ୍ଡ ଧୋଇବା ମଧ୍ୟ ମଧ୍ୟ ଉଚିତ ନୁହେଁ କିମ୍ବା କାହାକୁ ଅପମାନ କରିବା କିମ୍ବା ଅପଶବ୍ଦ କହିବା ମଧ୍ୟ ଅନୁଚିତ ଅଟେ । ତେଣୁ ଏହି ସବୁ କଥାର ଧ୍ୟାନ ଦେବା ଆବଶ୍ୟକ ଅଟେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *