ନମସ୍କାର ବନ୍ଧୁଗଣ ଆପଣ ମାନେ ସବୁବେଳେ ଠାକୁର ପୂଜା କରନ୍ତି ଏବଂ ଭୋଗ ମଧ୍ୟ ଲଗାଇଥାନ୍ତି ତେବେ ସେ ଭୋଗ କୁ ଲଗେଇବା ବେଳେ କେଉଁ ମନ୍ତ୍ର କୁ ଜପିବା ଉଚିତ ଏବଂ ସେହି ଭୋଗରୁ ଚଣ୍ଡ କାହିଁକି ବାହାର କରାଯାଏ ତାହା ଆଜି ଆମେ ସେ ବିଷୟରେ ଆଲୋଚନା କରି ନେବା ।
ତେବେ ଠାକୁର ଙ୍କ ପାଖରେ ସର୍ଵଦା କଦଳୀ ପତ୍ର ରେ ଭୋଗ ଦେବା ଉଚିତ । କିମ୍ବା ଆପଣ ପଦ୍ମ ପତ୍ର ରେ ମଧ୍ୟ ଭୋଗ ବାଢି ପାରିବେ ଏହା ବହୁତ ଶୁଭ ହୋଇଥାଏ । ଯଦି ପତ୍ର ର ଅଭାବ ଦେଖା ଦିଏ ତେବେ ପିତ୍ତଳ ଥାଳି ରେ ମଧ୍ୟ ଦେଇ ପାରିବେ । ଭୋଗ ଲଗାଇବା ସମୟରେ ଆପଣ ଯେଉଁ ଦେବତାଙ୍କୁ ପୂଜା କରୁଛନ୍ତି ତାଙ୍କ ନାମ ସ୍ମରଣ କରି ନୈବେଦ୍ୟ ସ୍ୱାହଂ ବୋଲି ମଧ୍ୟ କହି ପାରିବେ ।
ତେବେ ଏହି ଭୋଗ ଲଗାଇବା ସମୟରେ ଅନେକ ବିଧି ମଧ୍ୟ ରହିଛି ଯେପରି ଆମକୁ ଆମ ବଡ଼ ଲୋକ ମାନେ ଶିଖାଇ ଥାଆନ୍ତି ଭୋଗ କୁ ପାଣି ଛଡ଼ାଇବା ଅର୍ଥାତ ଭିଗର ଚାରି ପାର୍ଶ୍ଵ ରେ ପାଣି ରଖିବା । ଏହା ଛଡା ଆପଣ ଭୋଗ ଥାଳି କୁ ଯଦି ଦୁଇ ହାତରେ ଧରି ଭଗବାନ ଙ୍କ ମୁହଁ ଙ୍କ ନିକଟକୁ ଟେକି ଦେବା ତେବେ ତାହା ମଧ୍ୟ ଈଶ୍ୱର ଗ୍ରହଣ କରିଥାନ୍ତି ।
ହନୁମାନ ଙ୍କ ନିକଟରେ ଭୋଗ କଲାବେଳେ ଭୋଗ ରେ ଗୋଟା ଫଳ ଦିଆଯାଏ କିନ୍ତୁ ଅନ୍ୟ ଦେବୀ ଦେବତାଙ୍କୁ ଭୋଗ ଦେବା ସମୟରେ ଭଲ ଭାବରେ ଧୋଇ କାଟି ତାକୁ ଚଢାଯାଇ ଥାଏ । ଠାକୁର ଙ୍କ ପାଖରେ ଭୋଗ ଲଗାଇବା ପୂର୍ବରୁ ଦୀପ ଧୂପ ଏବଂ ଆଳତି କରି ଦେଇଥିବେ ଏହା ପରେ ଭୋଗ ଲଗାଇବେ । ଏହା ଛଡା ଠାକୁର ଙ୍କୁ ଯେତେବେଳେ ବି ଭୋଗ ଲଗାଇବେ ତା ସହ ଆପଣ ପାଣି ମଧ୍ୟ ନିଶ୍ଚିତ ଦେବେ ।
ଗୋଟିଏ ଗିଲାସ ରେ ପାଣି ଭର୍ତ୍ତି କରି ଯଦି ମହାଦେବ ଙ୍କୁ ଦେଉଛନ୍ତି ତେବେ ବେଲ ପତ୍ର କିମ୍ବା ଭଗବାନ ବିଷ୍ଣୁ ଙ୍କୁ ଦେଲେ ତୁଳସୀ ପତ୍ର ରେ ଅର୍ପଣ କରି ପାରିବେ । ବାରି ଆଡେ ଭୋଗ ଦେବାର ଥିଲେ ଦୁଇଟି ପତ୍ର ରେ ଗୋଟିଏ ପତ୍ର ରେ ଭୋଗ ଏବଂ ଆଉ ଏକ ପତ୍ର ରେ ପାଣି ଦେବେ ଗୋଟିଏ ପତ୍ର ରେ କେବେବି ଦେବେ ନାହିଁ । ଠାକୁର ଙ୍କ ପାଖରେ ଭୋଗ ଲଗାଇବା ପରେ ସଙ୍ଗେ ସଙ୍ଗେ ସେହି ଭୋଗକୁ ନେଇ ଆସିବେ ନାହିଁ ।
ବର୍ତ୍ତମାନ ଆସନ୍ତୁ ଜାଣିବା ଚଣ୍ଡ କିପରି ବାହାର କରାଯାଏ । ଆପଣ ଭଗବାନ ଙ୍କ ନିକଟରେ ପ୍ରସାଦ ଅର୍ପଣ କରିବା ପରେ ସେହି ଭୋଗରୁ ମୁଠାଏ ପ୍ରସାଦ ବାହାର କରାଯାଏ । ଭଗବାନ ଙ୍କ ସଙ୍ଗରେ ତାଙ୍କ ଗଣ ମାନେ ସର୍ଵଦା ରହିଥାନ୍ତି ତେଣୁ ଭୋଗ ଲଗାଇବା ପରେ ମୁଠାଏ ସେହିଥିରୁ ଚଣ୍ଡ ବାହାର କରିଦେବା ଉଚିତ ।
ଏହା ଛଡା ଯେତେବେଳେ ଆପଣ କୌଣସି ଅନ୍ନ କିମ୍ବା କ୍ଷୀରି ଆଦି ଭୋଗ ଅର୍ପଣ କରନ୍ତି ସେତେବେଳେ ତା ଉପରେ ଘିଅ ପକାଇ ଅର୍ପଣ କରିବା ଉଚିତ ଏବଂ ଶୁଭ ଅଟେ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।