ଭଲ ସମୟ ଆସିବା ପୂର୍ବରୁ ମିଳିଥାଏ ଏହି ସଙ୍କେତ, ମା’ ଲକ୍ଷ୍ମୀ ଘରକୁ ଆସିବାର ସଙ୍କେତ- Vastu Shastra

ନମସ୍କାର ବନ୍ଧୁଗଣ ଧନ ର କେତେ ମହତ୍ତ୍ୱ ଅଛି ଏହା କାହାକୁ ଅଛପା ନାହିଁ । ଧନ ର ଅଭାବ ଯୋଗୁଁ କେହି ବି ଖୁସି ରେ ରହି ପାରନ୍ତି ନାହିଁ । ଏହାର ଅର୍ଥ ହେଉଛି ଧନ ହିଁ ଜୀଵନ ତା ବିନା କୌଣସି କାର୍ଯ୍ୟ କରିବା ଅସମ୍ଭବ ଅଟେ ।

କିନ୍ତୁ ଏହା ମଧ୍ୟ ସତ କି ଧନ ଦ୍ୱାରା ଆମେ କେବେବି ଖୁସି ଓ ସମ୍ପର୍କ କୁ କିଣି ପାରିବା ନାହିଁ । କିନ୍ତୁ ଜୀଵନ ରେ ବଞ୍ଚିବା ପାଇଁ ଓ ଚଳିବା ପାଇଁ ଧନ ର ଆବଶ୍ୟକତା ପଡ଼ିଥାଏ । ଲୋକମାନେ ଧନ କୁ ପ୍ରାପ୍ତ କରିବା ପାଇଁ ଦିନ ରାତି ବହୁତ ପରିଶ୍ରମ ମଧ୍ୟ କରୁଛନ୍ତି ।

ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ଧନ ର କାମନା କରନ୍ତି । ପ୍ରତ୍ୟେକ ବ୍ୟକ୍ତି ଧନବାନ ହେବାର ସ୍ୱପ୍ନ ଦେଖିଥାନ୍ତି । ଏକ ସୁଖବାନ ଜୀଵନ ଅତିବାହିତ କରିବାର ଆକାଂକ୍ଷା ରହିଥାଏ । ଏହା ଜୀବନର ଏକ କଟୁ ସତ୍ୟ ଅଟେ କି ଯାହା ପାଖରେ ପଇସା ଥାଏ ତାର ହାତ ମୁଠାରେ ପୁରା ଦୁନିଆ ରୁହେ । ଯାହା ପାଖରେ ଧନ ନ ଥାଏ । ତାକୁ କେହି ବି ପଚାରି ନ ଥାନ୍ତି । ସେଥିପାଇଁ ପ୍ରତ୍ୟେକ ବ୍ୟକ୍ତି ମାଆ ଲକ୍ଷ୍ମୀ ଙ୍କର ଆରାଧନା କରିଥାଏ । ତାଙ୍କୁ ପ୍ରସନ୍ନ କରି ଧନ ପ୍ରାପ୍ତି କରିବା ପାଇଁ କାମନା ରଖିଥାନ୍ତି । ମାଆ ଲକ୍ଷ୍ମୀ କାହା ଉପରେ ଏତେ ସହଜରେ ପ୍ରସନ୍ନ ହୁଅନ୍ତି ନାହିଁ ।

ମାଆ ଲକ୍ଷ୍ମୀ ଙ୍କୁ ଖୁସି କରେଇବା ଅତି କଠିନ କାମ ଅଟେ । କିନ୍ତୁ ମାଆ ଲକ୍ଷ୍ମୀ ଯାହା ଉପରେ ଖୁସି ହୋଇ ଯାଆନ୍ତି । ତାକୁ ସବୁ ସୁଖ ସୁବିଧା ର ଆଶୀର୍ବାଦ ଦେଇଥାନ୍ତି । ତାଙ୍କ କୃପା ସର୍ଵଦା ତାଙ୍କ ସହ ରହିଥାଏ । ସେ ଭକ୍ତି ରେ ଖୁସି ହୋଇ ଆମ ଘରେ ଆସି ରୁହନ୍ତି ମଧ୍ୟ । ତେବେ ମାତା ଲକ୍ଷ୍ମୀ ଘରକୁ ଆସିବା ପୂର୍ବରୁ ଦେଇଥାନ୍ତି କିଛି ସଙ୍କେତ । ଆଜି ଆମେ ସେହି ସଙ୍କେତ ବିଷୟରେ ହିଁ ଆଲୋଚନା କରିବୁ । ତେବେ ଆସନ୍ତୁ ଜାଣିନେବା ମାତା ଲକ୍ଷ୍ମୀ ଘରକୁ ଆସିବା ପୂର୍ବରୁ କେଉଁ ସଙ୍କେତ ଦେଇଥାନ୍ତି ।

୧- ପ୍ରଥମ ସଙ୍କେତ କଳା ରଙ୍ଗର ପିମ୍ପୁଡ଼ି । ପିମ୍ପୁଡ଼ି କଳା ନାଲି ଦୁଇଟି ରଙ୍ଗର ହୋଇଥାଏ । ନାଲି ପିମ୍ପୁଡ଼ି ଘରେ ରହିବା ଅଶୁଭ ବୋଲି କୁହାଯାଏ କିନ୍ତୁ କଳା ପିମ୍ପୁଡ଼ି କୁ ଶୁଭ ବୋଲି କୁହାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ କଳା ରଙ୍ଗର ପିମ୍ପୁଡ଼ି କୁ ମାଆ ଲକ୍ଷ୍ମୀ ର ରୂପ ବୋଲି ମାନି ନିଆ ଯାଇଥାଏ । ଘରେ ଯଦି ଅଚାନକ କଳା ରଙ୍ଗର ପିମ୍ପୁଡ଼ି ଗୋଲ ଆକାରର ବୁଲୁ ଥିବାର ଦେଖାଯାଏ ତେବେ ଏହା ଏକ ଶୁଭ ସଙ୍କେତ ବୋଲି ମାନ୍ୟତା ରହିଛି । ମାତା ଲକ୍ଷ୍ମୀ ଙ୍କ ଆଗମନ ବୋଲି ମଧ୍ୟ କୁହାଯାଏ ।

୨- ଦ୍ୱିତୀୟ ସଙ୍କେତ ହେଉଛି ଝିଟିପିଟି । ପିମ୍ପୁଡ଼ି ପରି ଝିଟିପିଟି କୁ ମଧ୍ୟ ମାଆ ଲକ୍ଷ୍ମୀ ଙ୍କ ପ୍ରତୀକ ମାନି ନିଆଯାଇ ଥାଏ । ଘରେ ଯଦି ଗୋଟିଏ ସ୍ଥାନରେ ତିନୋଟି ଝିଟିପିଟି ଏକାଠି ଦେଖାଯାଏ ତେବେ ଏହାକୁ ଶୁଭ ବୋଲି କୁହାଯାଏ । ,ଏହା ମାଆ ଲକ୍ଷ୍ମୀ ଙ୍କ ଆଗମନର ସଙ୍କେତ ଅଟେ । ଯଦି ଗୋଟିଏ ଝିଟିପିଟି ଆଉ ଏକ ଝିଟିପିଟି କୁ ଗୋଡାଉ ଥାଏ ତେବେ ଏହା ଘରର ଉନ୍ନତି ର ସଙ୍କେତ । ଦୀପାବଳି ଦିନ ତୁଳସୀ ଗଛ ମୂଳରେ ଝିଟିପିଟି ଦେଖାଦେଲେ ଏହା ଧନ ଲାଭ ର ସଙ୍କେତ ହୋଇଥାଏ ।

୩- ତୃତୀୟ ସଙ୍କେତ ହେଉଛି ଶାସ୍ତ୍ର ରେ ଆମ ଘର ପାଖ ରେ କିଛି ପକ୍ଷୀ ମାନଙ୍କର ରହିବା ଅଶୁଭ ବୋଲି କୁହାଯାଏ । ଆଉ କିଛି ପକ୍ଷୀ ଅଛନ୍ତି ଯାହାକୁ ଘରେ ରଖିବା ବହୁତ ଶୁଭ ବୋଲି ଘରେ ଲକ୍ଷ୍ମୀ ଙ୍କ ଆଗମନ ବୋଲି ମଧ୍ୟ କୁହାଯାଏ । ଯଦି ଆପଣଙ୍କ ଘରେ କେଉଁ ପକ୍ଷୀ ଘରେ ଆସି ବସା ବାନ୍ଧି ଥାଆନ୍ତି ତେବେ ତାହା ଲକ୍ଷ୍ମୀ ଙ୍କ ଆଗମନ ବୋଲି କୁହାଯାଏ ।

୪- ଚତୁର୍ଥ ସଙ୍କେତ ହେଉଛି ଆପଣଙ୍କୁ ଯଦି ସକାଳେ ସଞ୍ଜରେ ଶଙ୍ଖ ଧ୍ଵନି ଶୁଣା ଯାଉଥିଲେ ଏହା ଏକ ଶୁଭ ସଙ୍କେତ ମାତା ଲକ୍ଷ୍ମୀ ଙ୍କ ଆପଣଙ୍କ ଉପରେ ଆଶୀର୍ବାଦ ରହିଥାଏ । ତାହାର ସଙ୍କେତ ଦେଇଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *