ଭଲ ସମୟ ଆସିବା ପୂର୍ବରୁ କିପରି ଜାଣିବେ ? ଏହା ସହିତ ପଢନ୍ତୁ ଆଜିର 20 + Anuchinta

ପ୍ରତ୍ୟେକ ମଣିଷ ଜୀବନ ରେ ଭଲ ଓ ଖରାପ ସମୟ ଏହି ଦୁଇ ଟି ଯାକ ଆସିଥାଏ । ଭଲ ସମୟ ଆସିବା ପୂର୍ବରୁ ପ୍ରକୃତି ତରଫ ରୁ ଆମକୁ କିଛି ସଙ୍କେତ ମିଳିଥାଏ । ତେବେ ଜାଣନ୍ତୁ କଣ କଣ ସେହି ସଙ୍କେତ ଗୁଡିକ ।

ଯଦି ଆପଣ ସକାଳୁ ଘରୁ ବାହାରିବା ସମୟରେ ବୁଢିଆଣି ଜାଲ ବୁଣିବାର ଦେଖନ୍ତି ତେବେ ଆପଣଙ୍କ କାର୍ଯ୍ୟ ସଫଳ ହେବାର ସଙ୍କେତ ଏହା ଦେଇଥାଏ । ଘରୁ ବାହାରିବା ସମୟରେ ଯଦି କୌଣସି ପକ୍ଷୀ ଆପଣଙ୍କ ସମ୍ନାରେ ବସି ରହେ ବା ବେଶି ସମୟ ନିରବ ରେ ବସି ରହେ ତେବେ ଆପଣଙ୍କ ମନ ସ୍କାମନା ପୂରଣ ହେବାର ସଙ୍କେତ ଦେଇଥାଏ ।

ଯଦି କୌଣସି କାର୍ଯ୍ୟ ରେ ବାହାରକୁ ଯାଉଥାନ୍ତି ବାହାରିବା ସମୟରେ ଗାଈ ବା ନଡ଼ିଆ ଦେଖନ୍ତି ତେବେ ଏହା କାର୍ଯ୍ୟ ସଫଳତା ହେବା ର ସଙ୍କେତ ଦେଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଛିଙ୍କ ଆସିବାକୁ ଅଶୁଭ ମାନନ୍ତି ।

କିନ୍ତୁ ଯଦି ଆପଣ ଜଳଖିଆ ଖାଇବା ସମୟରେ ଛିଙ୍କ ହୋଇଥାଏ ତେବେ ଏହା କୌଣସି ଶୁଭ ଖବର ର ସଙ୍କେତ ଦେଇଥାଏ । ଯଦି ଆପଣ ରାତି ରେ ଶୋଇବା ସମୟ ରେ ସଫା ପାଣି ର ସ୍ୱପ୍ନ ଦେଖନ୍ତି ତେବେ ଏହା ଧନ ପ୍ରାପ୍ତି ହେବାର ସଙ୍କେତ ଦେଇଥାଏ । ଯଦି ଆପଣ ଵସ୍ତ୍ର ବଦଳିବା ସମୟରେ ପଇସା ପକେଟ ରୁ ଖସି ତଳେ ପଡ଼ିଯାଏ ତେବେ ଏହା ଧନ ଲାଭ ହେବାର ସଙ୍କେତ ଦେଇଥାଏ ।

ଯଦି ଆପଣ ପୂଜା କରିବା ସମୟରେ ଠାକୁରଙ୍କ ଶିରରୁ ଫୁଲ ଖସି ପଡେ ତେବେ ଏହା ଆପଣଙ୍କ ମନର ଆଶା ପୁରଣ କରିବାର ସଙ୍କେତ ଦେଇଥାଏ । ଯଦି ଆପଣ ବାହାଘର ପ୍ରସ୍ତାବ ଦେଖିବା ପାଇଁ ବାହାରକୁ ଯାଉଥାଆନ୍ତି ଏବଂ ଯିବା ସମୟରେ ନାଲି ଶାଢ଼ୀ ରେ କୌଣସି ସ୍ତ୍ରୀ ଲୋକକୁ ଦେଖନ୍ତି ତେବେ ଏହା ଉତ୍ତମ ଜୀବନ ସାଥି ମିଳିବା ର ସଙ୍କେତ ଦେଇଥାଏ । ଯଦି ଆପଣ ରାସ୍ତା ରେ ଯିବା ସମୟରେ କୌଣସି ପଇସା ପାଆନ୍ତି ତେବେ ଏହା ଆପଣଙ୍କ ଆର୍ଥିକ ଅବସ୍ଥା ସୁଧୁରିବାର ସଂକେତ ଦେଇଥାଏ ।

ଯଦି ଆପଣ ଘରୁ ବାହାରକୁ ଯିବା ସମୟରେ କୌଣସି ଜିନିଷ ଭୁଲି ଯାଆନ୍ତି ଓ ଫେରିକି ଆସନ୍ତି ତେବେ ଏହା ବିପଦ ଟଳି ଯିବାର ସଙ୍କେତ ଦେଇଥାଏ । ରାସ୍ତାରେ ଯିବା ସମୟରେ ଯଦି ଆପଣ ଫୁଲ ପଡିବାର ଦେଖନ୍ତି ଏହା ଆପଣଙ୍କ ଭଲ ସମୟ ଆସିବାର ସଙ୍କେତ ଦେଇଥାଏ । ସକାଳୁ ଉଠିବା ପରେ ଯଦି ଆପଣ କ୍ଷୀର କିମ୍ବା କ୍ଷୀର ଜାତୀୟ ଦ୍ରବ୍ୟ ଦେଖନ୍ତି ତେବେ ଏହା କିଛି ଶୁଭ ହେବାର ସଙ୍କେତ ଦେଇଥାଏ ।

ଯଦି ଶରୀର ଡ଼ାହାଣ ପଟ ଅଙ୍ଗର ଥରିଥାଏ ତେବେ ଏହା କୌଣସି ଶୁଭ ସଙ୍କେତ ଦେଇଥାଏ । ଯଦି ଆପଣଙ୍କ ଛାତ ରେ କୌଣସି ମାଙ୍କଡ଼ କୌଣସି ଫଳ ଖାଇ ଚୋପା ପକାଇବ ଏହା ଶୁଭ କାର୍ଯ୍ୟ ର ସଙ୍କେତ ଦେଇଥାଏ । ଯଦି ଆପଣଙ୍କ ଅନାବଶ୍ୟକ ଖର୍ଚ୍ଚ ହଠାତ ବୃଦ୍ଧି ହୋଇଥାଏ ଏହା ଆଗାମୀ ଖୁସି ର ଦିନ ର ସଙ୍କେତ ଦେଇଥାଏ । ଯଦି ଆପଣ ସକାଳୁ ନେଉଳ ଦେଖନ୍ତି ତେବେ ଏହା ବାକି ପଡିଥିବା ପଇସା ମିଳିବା ର ଓ ଧନ ଲାଭ ର ସଙ୍କେତ ଦେଇଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *