Vastu Shastra- ଭଲ ସମୟ ଆସିବା ପୂର୍ବରୁ ଭଗବାନ ଦେଇଥାନ୍ତି ଏହି 7 ଟି ସଙ୍କେତ

ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ଜୀବନରେ ସୁଖ ପରେ ଦୁଃଖ ଏବଂ ଦୁଃଖ ପରେ ସୁଖ ଏହିପରି ଚକ୍ରାକାର ଭାବେ ଚାଲି ଥାଏ।କେତେବେଳେ ସୁଖ ର ଖରା ଥାଏ ତ କେତେବେଳେ ପୁଣି ଦୁଃଖର ବାଦଲ ମୁଣ୍ଡ ଉପରେ ଛାଉଣୀ ହୋଇଯାଏ।ଏହା ସବୁ ସମୟ ଚକ୍ର ପାଇଁ ହୋଇଥାଏ।ସମୟ ଠାରୁ ବଡ଼ ଏହି ଦୁନିଆ ରେ ଆଉ କେହି ନାହାନ୍ତି।ସମୟ ଆସିଲେ କିଏ ରାଜା ରୁ ଭିକାରି ହୋଇଯାଇଥାଏ ତ କିଏ ଭିକାରୀ ରୁ ରାଜା ହେଇଯାଇଥାଏ।ସମୟର ଏହି ଖେଳ ବୁଝିବା ବହୁତ କଷ୍ଟ ହୋଇଥାଏ।

ସମୟ ସହିତ ଧର୍ଯ୍ୟ ଧରି ଚାଲିଲେ ସବୁ ଠିକ ଚାଲିଥାଏ କିନ୍ତୁ ସମୟ ସହିତ ଧର୍ଯ୍ୟ ଧରି ଚାଲି ନ ପାରିଲେ ସବୁ ବର୍ବାଦ ହୋଇଯାଇଥାଏ।ତେବେ ଆମେ କିପରି ଜାଣିବା ଯେ ଆମର ଭଲ ସମୟ ଆସୁଛି ବା ସଂକଟର ସମୟ ଆସୁଛି?ବନ୍ଧୁଗଣ ଏହା କହିରଖୁଛି ଯେ ଭଲ କିମ୍ବା ଖରାପ ସମୟ ଆସିବା ପୂର୍ବ ରୁ କେତେକ ସଂକେତ ଦେଇ ଆସିଥାଏ। ତେବେ ଆମେ ଆଜି ଆପଣଙ୍କୁ ସେହି ବିଷୟରେ କହିବାକୁ ଯାଉଛୁ।ଯାହା ଦ୍ୱାରା ଆପଣ ଜାଣିପାରିବେ କି ଆପଣ ଙ୍କର ଭଲ ସମୟ ଆସୁଛି ବା ଖରାପ ସମୟ ଆସୁଛି।

ଥରେ ନାରଦ ମୁନି ବୈକୁଣ୍ଠ ଧାମ କୁ ଯାଇଥିଲେ ସେହି ସମୟରେ ସେ ଭଗବାନ ଶ୍ରୀକୃଷ୍ଣ ଙ୍କୁ ଏହି ବିଷୟରେ ପଚାରିବାରୁ ସେ କହିଥିଲେ ଯେ ସେ ମନୁଷ୍ୟକୁ ତାର ଭଲ କିମ୍ବା ଖରାପ ସମୟ ପାଇଁ କିଛି ସଂକେତ ଦେଇଥାନ୍ତି।ଏହି ସଂକେତ ପ୍ରକୃତି ରୁ,ପଶୁପକ୍ଷୀ ମାନଙ୍କ ନିକଟରୁ କିମ୍ବା କୌଣସି ଶୁଭ ସଂକେତ ରୁ ମନୁଷ୍ୟ କୁ ମିଳିଥାଏ।କିନ୍ତୁ ସେ ଏହାକୁ ବୁଝିପାରନ୍ତି ନାହିଁ।ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ସେହି ସଙ୍କେତ ବିଷୟରେ କହିବୁ ଯାହା ଦ୍ୱାରା ଆପଣ ନିଜର ଭଲ ବା ଖରାପ ସମୟ ବିଷୟରେ ଜାଣିପାରିବେ ତେବେ ଆସନ୍ତୁ ଜାଣିବା ତାହା କେଉଁ ସଂକେତ।

ବନ୍ଧୁଗଣ ଯଦି ଆପଣଙ୍କ ନିଦ ବ୍ରହ୍ମ ସମୟରେ ଭାଙ୍ଗିଯାଇଥାଏ ତେବେ ଓ ଆପଣ ଭଗବାନ ଙ୍କୁ ସ୍ମରଣ କରିଥାନ୍ତି କିମ୍ବା ଏମିତି ଲାଗେ କି କିଏ ଆପଣଙ୍କୁ କୌଣସି ଏକ ଦିଗ ପ୍ରତି ଟାଣି ନେଇଯାଉଛି ତେବେ ଏହା ଆପଣଙ୍କ ପାଇଁ ଶୁଭ ସଂକେତ ହୋଇଥାଏ।ଏହି ସଂକେତ ଦ୍ୱାରା ଜଣାଯାଇଥାଏ କି ଆପଣ ଯେଉଁ କାମ କରୁଛନ୍ତି ସେ କ୍ଷେତ୍ରରେ ସଫଳ ହେବେ।ଯଦି ଆପଣଙ୍କ ନିଦ ବ୍ରହ୍ମ ମୁହୂର୍ତ୍ତରେ ଭାଙ୍ଗୁଛି ତେବେ ଆପଣଙ୍କର ମଧ୍ୟ ଭଲ ସମୟ ଆସିବାକୁ ଯାଉଛି।

ପରବର୍ତ୍ତୀ ସଂକେତ ହେଉଛି ବେଳେବେଳେ ଆପଣ ବିନା କାରଣରେ ଖୁସି ହେଇଯାଇଥାନ୍ତି ଏବଂ ଆପଣଙ୍କ ମୁହଁରେ ଏକ ପ୍ରକାର ହସ ମଧ୍ୟ ଦେଖିବାକୁ ମିଳିଥାଏ।ମନରେ ଯେତେ ବି କ୍ରୋଧ ଥାଏ ତାହା ସବୁ ଦୁର ହୋଇଯାଇଥାଏ।ତେବେ ଆପଣ ଆଗକୁ ସଫଳ ହେବାକୁ ଯାଉଛନ୍ତି ବୋଲି ସଂକେତ ମିଳିଥାଏ।ଏହି ଭଳି ଭାବନା ମନ କୁ ଆସିଲେ ଆପଣଙ୍କ ଭଲ ସମୟ ଆସୁଛି ବୋଲି ଜାଣିନିଅନ୍ତୁ।ଏହି ପରି ଭାବିବା ଦ୍ୱାରା ମନ ପ୍ରଫୁଲିତ ରୁହେ।କାରଣ ସେହି ସମୟରେ ମନରେ ଈଶ୍ୱର ବାସ କରିଥାନ୍ତି।ସେହି ସମୟରେ ଆପଣ ମନରେ ଯେ କୌଣସି ବିଷୟକୁ ନେଇ ଭାବୁଥାନ୍ତି ତାହା ସଫଳ ହୋଇଥାଏ।

ଯେତେବେଳେ ଆପଣଙ୍କ ଘର ସାମ୍ନା ରେ ଗାଇଟିଏ ବାରମ୍ବାର ଖାଇବାକୁ ଆସେ କିମ୍ବା ମାଙ୍କଡ଼ ମନେ ଆପଣଙ୍କ ଘରୁ କୌଣସି ଜିନିଷ ନେଇଯାନ୍ତି ଓ ସେଠାରେ ହିଁ ବୁକିଥାନ୍ତି କିମ୍ବା ବିଲେଇ ଟି
ଏ ଆପଣଙ୍କ ଘରେ ନିଜର ପିଲାଙ୍କୁ ଜନ୍ମ ଦେଇଥାଏ କିମ୍ବା ପକ୍ଷୀମାନେ ଆପଣଙ୍କ ଘର ଅଗଣା ରେ ଆସି ବାସ କରିଥାନ୍ତି ସେତେବେଳେ ଏହା ସଂକେତ ମିଳିଥାଏ ଯେ ସମୟ ଆପଣଙ୍କୁ ବହୁତ ବଡ଼ ପଦବୀ ରେ ପହଞ୍ଚାଇଦେଵ।ଆପଣ ନିଜକୁ ବହୁତ ବଳବାନ ମନେ କରିବେ। ଆପଣ ଜାଣିପାରିବେ ଯେ ଆପଣ ସଫଳତା ହାସଲ କରିବେ। ଏହିପରି ସଂକେତ ମିଳିଲେ ଆପଣ ଜାଣି ଯାଅନ୍ତୁ ଯେ ଆପଣ ଙ୍କର ଭଲ ସମୟ ଆସିଯାଇଛି।

ଯଦି ଆପଣଙ୍କୁ କୌଣସି ଛୋଟ ପିଲା ବାରମ୍ବାର ଦେଖିକି ହସୁଛି କିମ୍ବା ଆପଣଙ୍କ ଘରକୁ ଛୋଟ ଛୁଆ ର ଆଗମନ ହେଉଛି ଓ ଆପଣଙ୍କ ଘର ଅଗଣା ରେ ଛୋଟ ପିଲା ମାନେ ମିସିକରି ଖେଳୁଛନ୍ତି ତେବେ ଏହା ଆପଣ ଙ୍କ ପାଇଁ ଶୁଭ ସଂକେତ ହୋଇଥାଏ।ଏହା ଦ୍ୱାରା ଆପଣଙ୍କ ଜୀବନ ମଧ୍ୟ ହସ ଖୁସିରେ ଭରିଯିବ। ଆପଣଙ୍କ ଜୀବନ ନୂଆ ନୂଆ ସମ୍ପର୍କରେ ଭରିଯିବ।ଏହି ସଂକେତ ଆପଣଙ୍କୁ ଈଶ୍ୱରଙ୍କ କୃପା ରୁ ପ୍ରାପ୍ତ ହୋଇଥାଏ।ତେବେ ଯଦି ଆପଣଙ୍କୁ ମଧ୍ୟ ଏପରି ସଂକେତ ମିକୁଛି ଆପଣ ମଧ୍ୟ ନିଜକୁ ଭାଗ୍ୟବାନ ମନେ କରନ୍ତୁ।

ତେବେ ବନ୍ଧୁଗଣ ଆପଣଙ୍କୁ ଯଦି ଏହିପରି ସଂକେତ ମିଳୁଛି ତେବେ ଜାଣି ଯାଆନ୍ତୁ ଆପଣଙ୍କର ଭଲ ଦିନ ଆସୁଛି । ଆଶା କରୁଛି ଆପଣଙ୍କୁ ଏହା ବହୁତ ଭଲ ଲାଗିଥିବ। ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଆଗକୁ ଶାସ୍ତ୍ର ସମ୍ବନ୍ଧୀୟ ତଥ୍ୟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *