ଭାଗ୍ୟବାନ ପିଲା କେଉଁ ମାସରେ ଜନ୍ମ ହୋଇଥାନ୍ତି ? ଭୃଗୁ ସଂହିତାରେ ଅଛି ବର୍ଣ୍ଣିତ…

ବନ୍ଧୁଗଣ, ଦୁଃଖ ହେଉଛି ଏପରି ଏକ ଜିଦିଆ ଅତିଥି ଯଦି ସେ ଆପଣଙ୍କ ପାଖକୁ ଆସିବାକୁ ଚାହିଁବ ତେବେ ତାହାକୁ କେହିବି ଅଟକାଇ ପାରିବେ ନାହିଁ । ଦୁଃଖ ହେଉଛି ଜିଦଖୋର ସ୍ୱଭାବର । ତେଣୁ ଜୀବନରେ ସୁଖ ପରେ ଦୁଃଖ କୁ ମଧ୍ୟ ସ୍ଵାଗତ କରିବା ଦରକାର । ଶାସ୍ତ୍ର ଅନୁସାରେ ସୁଖ ପରେ ଦୁଃଖ ଆସେ ଓ ଦୁଃଖ ପରେ ସୁଖ ଆସେ । ତେଣୁ ଦୁଃଖ ରେ ଆପଣ ଭାଙ୍ଗି ପଡନ୍ତୁ ନାହିଁ । ସବୁବେଳେ ବିପଦ ଓ ଦୁଃଖ ର ସାମନା କରନ୍ତୁ । ଦେଖିବେ ନିଶ୍ଚିତ ଭାବରେ ସେହି ଦୁଃଖ ଆପଣଙ୍କ ପାଖରୁ ଉଭାଇ ଯିବ ।

ତେଣୁ ଆଜି ଆମେ ଆପଣଙ୍କୁ ଭୃଗୁସଂହିତା ଆଧାରରେ କେଉଁ ମାସରେ ଭାଗ୍ୟବାନ ପିଲାମାନେ ଜନ୍ମ ଗ୍ରହଣ କରିଥାନ୍ତି ସେହି ବିଷୟରେ ବିସ୍ତାର ଭାବେ ଜଣାଇବୁ ।ଭୃଗୁସଂହିତା ଆଧାରରେ ଯେଉଁ ପିଲାମାନେ ବୈଶାଖ ମାସରେ ଜନ୍ମ ଗ୍ରହଣ କରିଥାନ୍ତି ସେ ସୁଲକ୍ଷଣ, ଗୁଣବନ୍ତ, ଅତ୍ୟନ୍ତ କାମୀ, ଦେବ ବ୍ରାହ୍ମଣ ଭକ୍ତ ଓ ଚତୁର ହୋଇଥାନ୍ତି ।

ଯେଉଁ ପିଲାମାନେ ଜୈଷ୍ଠ ମାସରେ ଜନ୍ମ ଗ୍ରହଣ କରିଥାନ୍ତି ସେମାନେ କ୍ଷମାଶିଳ, ଚତୁର ଓ ଭଗବାନ ହୋଇଥାନ୍ତି । ଯେଉଁ ପିଲାମାନେ ଆଶ୍ୱିନ ମାସର ଜନ୍ମ ଗ୍ରହଣ କରିଥାନ୍ତି ସେମାନେ ରାଜ ଦରବାର ରୁ ଧନ ପ୍ରାପ୍ତ କରନ୍ତି । ସେମାନେ ଦାତା ହୁଅନ୍ତି ଓ ଭାଗ୍ୟବାନ ଓ ଧନବାନ ହୋଇଥାନ୍ତି । ଯେଉଁ ପିଲାମାନେ କାର୍ତ୍ତିକ ମାସରେ ଜନ୍ମ କରୁଛନ୍ତି ସେମାନେ ସୁକର୍ମୀ, ଗୁଣବନ୍ତ, ଭାଗ୍ୟବାନ ଓ ବ୍ୟବସାୟରେ ପ୍ରବୀଣ ହୋଇଥାନ୍ତି । ଯେଉଁ  ପିଲାମାନେ ଚୈତ୍ର ମାସରେ ଜନ୍ମ ଗ୍ରହଣ କରନ୍ତି ସେମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି ।

ସତକର୍ମୀ, ବିନୟୀ, ସୁଖଭୋଗୀ ଓ ସରକାର ଅଧିନରେ ଉଚ୍ଚ ପଦବୀରେ ଅଧିସିତ ହୋଇଥାନ୍ତି । ୧୨ ଟି ମାସ ଭିତରୁ ବୈଶାଖ, ଜୈଷ୍ଠ, ଆଶ୍ୱିନ, କାର୍ତ୍ତିକ ଏବଂ ଚୈତ୍ର ମାସରେ ଯେଉଁ ପିଲାମାନେ ଜନ୍ମ ଗ୍ରହଣ କରନ୍ତି ସେମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି । ଏମାନଙ୍କୁ ମୁଖ୍ୟତ କୌଣସି ପ୍ରକାରର ଦୁଃଖ ଛୁଇଁ ପାରି ନ ଥାଏ । ଏବଂ ଏମାନେ ସର୍ବଦା ଅନ୍ୟର ମଙ୍ଗଳ କାମନା କରିଥାନ୍ତି ।

ହିଂସାବାଦ ଠାରୁ ଏମାନେ ସାଧାରଣତ ଦୂରେଇ ରହିଥାନ୍ତି । ପରିବାର ପାଇଁ ଏମାନେ ବହୁତ ଲକି ହୋଇଥାନ୍ତି । ଏମାନଙ୍କ ସାଙ୍ଗ ସାଥି ତଥା ବନ୍ଧୁ ବାନ୍ଧବ ମଧ୍ୟ ଏମାନଙ୍କୁ ବହୁତ ଭଲ ପାଇଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *