Jyotish Shastra- ଭଗବାନ ଶିବଙ୍କୁ ଅତି ପ୍ରିୟ ଅଟେ ଏହି 3 ଟି ରାଶି, ସବୁବେଳେ କରନ୍ତି ଏମାନଙ୍କ ରକ୍ଷା

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ କହିବାକୁ ଯାଉଅଛୁ ଯେ ଭଗବାନ ଶିବ ଙ୍କୁ କେଉଁ କେଉଁ ରାଶି ସବୁଠାରୁ ଅଧିକ ପ୍ରିୟ ଅଟେ ? ପ୍ରାୟ ସମସ୍ତେ ଜାଣିଛନ୍ତି ଯେ ଭଗବାନ ଶିବ ବହୁତ ଭୋଳା ଅଟନ୍ତି । ଭଗବାନ ଶିବ ନିଜ ଭକ୍ତ ଙ୍କର ସଦାସର୍ବଦା ନିଜ ଭକ୍ତ ଙ୍କର ରକ୍ଷା କରିଥାନ୍ତି । ଭଗବାନ ଶିବ ଯାହା ଉପରେ ପ୍ରସନ୍ନ ହୁଅନ୍ତି କାଳ ମଧ୍ୟ ତାଙ୍କର କିଛି ବିଗାଡି ପାରେ ନାହିଁ । ଭଗବାନ ଶିବ ଙ୍କର କୃପା ଯଦି ଆପଣଙ୍କୁ ମିଳିଯାଇଥାଏ ତେବେ ଆପଣଙ୍କ ଜୀବନ ସୁଧୁରି ଯାଇଥାଏ ।

ତେବେ ଆସନ୍ତୁ ଭଗବାନ ଶିବ ଙ୍କର ପ୍ରିୟ ୩ ଟି ବିଶେଷ ରାଶି ମାନଙ୍କ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ । ୧;- ମେଷ ରାଶି, ଏହି ରାଶି ଭଗବାନ ଶିବ ଙ୍କୁ ସବୁଠାରୁ ଅତ୍ୟଧିକ ପ୍ରିୟ ଅଟେ । ଭଗବାନ ଶିବ ଙ୍କର ବିଶେଷ କୃପା ମେଷ ରାଶି ର ଲୋକ ଙ୍କ ଉପରେ ସର୍ବଦା ବନି ରହିଥାଏ । ମେଷ ରାଶିର ସ୍ଵାମୀ ମଙ୍ଗଳ ଗ୍ରହ ହୋଇଥାନ୍ତି । ଯେଉଁ ଲୋକ ଉପରେ ମଙ୍ଗଳ ଗ୍ରହ ର ଖରାପ ପ୍ରଭାବ ପଡିଥାଏ ସେହି ଲୋକ ମାନଙ୍କୁ ଶିବ ଲିଙ୍ଗ ଉପରେ ଜଳ ନିଶ୍ଚିତ ଭାବରେ ଚଢାଇବା ଆବଶ୍ୟକ ।

ଯଦି ମେଷ ରାଶିର ଜାତକ ଏଭଳି କରିଥାନ୍ତି ତେବେ ତାଙ୍କୁ ଧନବୈଭବ ପ୍ରାପ୍ତ ହୋଇଥାଏ । ଏହି ରାଶିର ଲୋକେ ଭଗବାନ ଙ୍କ ଶିବ ପୂଜା ନିତ୍ୟ କରିଲେ ତାଙ୍କ ଘରକୁ ଯେଉଁ ସଙ୍କଟ ଆସିବାକୁ ଥାଏ ତାହା ମଧ୍ୟ ଟଳି ଯାଇଥାଏ । ଏହା ସହିତ ବ୍ୟାପାର ବାଣିଜ୍ୟ ରେ ମଧ୍ୟ ଲାଭ ପ୍ରାପ୍ତ ହୋଇଥାଏ ।

୨;- ମକର ରାଶି, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମକର ରାଶି ର ସ୍ଵାମୀ ଶନି ଗ୍ରହ ହୋଇଥାନ୍ତି । ମକର ରାଶି ମଧ୍ୟ ଭଗବାନ ଶିବ ଙ୍କୁ ବହୁତ ପ୍ରିୟ ମାନାଯାଇଅଛି । ଏହି ରାଶିର ଲୋକ ଙ୍କୁ ବିଶେଷ ଭାବରେ ଭଗବାନ ଶିବ ଏବଂ ଶନି ଦେବତା ଙ୍କ କୃପା ପ୍ରାପ୍ତ ହୋଇଥାଏ । ଯଦି ଭଗବାନ ଭୋଳାନାଥ ଙ୍କ ପୂଜା କରିଥାନ୍ତି ତେବେ ବିଶେଷ ଭାବରେ ଭଗବାନ ଶଙ୍କର ଙ୍କ ଆଶୀର୍ବାଦ ଏହି ରାଶିର ବ୍ୟକ୍ତି ଙ୍କ ଉପରେ ରହିଥାଏ ।

ଆପଣ ମାନେ ପ୍ରତ୍ୟକ ସୋମବାର ଭଗବାନ ଶିବ ଙ୍କୁ ଜଳ ସହିତ ବେଲପତ୍ର ମଧ୍ୟ ଚଢାଇବେ । ଏହାଦ୍ଵାରା ଆପଣଙ୍କ ସମସ୍ତ ଗ୍ରହ ଶାନ୍ତ ହେବେ । ଏବଂ ଆପଣ ମହାମୃତ୍ୟୁଞ୍ଜୟ ମନ୍ତ୍ର ମଧ୍ୟ ଜପ କରନ୍ତୁ । ମକର ରାଶି ର ଲୋକଙ୍କୁ ଧନସମ୍ପତ୍ତି ପ୍ରାପ୍ତ କରିବାକୁ ଅଧିକ ସମୟ ଲାଗି ନଥାଏ ।

୩;- କୁମ୍ଭ ରାଶି, ଏହି ରାଶିର ସ୍ଵାମୀ ମଧ୍ୟ ଶନି ହୋଇଥାନ୍ତି । ଏହି ରାଶି ଭଗବାନ ଶିବ ଙ୍କର ବହୁତ ପ୍ରିୟ ରାଶି ଅଟେ । କୁମ୍ଭ ରାଶିର ଜାତକ ଙ୍କ ସମସ୍ତ ମନୋକାମନା ଭଗବାନ ଶିବ ସଂପୂର୍ଣ୍ଣ କରିଥାନ୍ତି । ଶ୍ରାବଣ ମାସରେ କୁମ୍ଭ ରାଶି ର ବ୍ୟକ୍ତି ମାନଙ୍କୁ ଭଗବାନ ଶିବ ଙ୍କ ପୂଜା ଅବଶ୍ୟ କରିବା ଆବଶ୍ୟକ ।

ଏହା ସହିତ ଭଗବାନ ଶିବ ଙ୍କୁ ଜଳ ଅର୍ପଣ କରିବା କଥା । ଏହା ସହିତ ଓମ ନମଃ ଶିବାୟ ର ଜପ ଅବଶ୍ୟ କରନ୍ତୁ । ଏହାଦ୍ଵାରା ଆପଣଙ୍କୁ ବିଶେଷ ଲାଭ ପ୍ରାପ୍ତ ହୋଇଥାଏ । ଏମାନଙ୍କର ଧନଜନ ର ଅଭାବ ହୋଇ ନଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *