Jyotish Shastra- ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ (30 April 2022), 6 ଟି ରାଶି ହେବେ ଭାଗ୍ୟଶାଳୀ, ବଦଳିଯିବ ସଂପୂର୍ଣ୍ଣ ଜୀବନ

ଜ୍ୟୋତିଷଙ୍କ ଗଣନା ଅନୁସାରେ ଚଳିତ ବର୍ଷ ୨୦୨୨ ରେ ସୂର୍ଯ୍ୟପରାଗ ଏପ୍ରିଲ ୩୦ ତାରିଖରେ ଲାଗିବାକୁ ଯାଉଛି । କିନ୍ତୁ ଏହି ସୂର୍ଯ୍ୟପରାଗ ଆଂଶିକ ସୂର୍ଯ୍ୟପରାଗ ଅଟେ । ଏହି ପରାଗ ଶନିବାର ଦିନ ପଡିଥିବାରୁ ସନିଶ୍ଚରାୟ ଯୋଗ ବନୁଅଛି । ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟପରାଗ ଲାଗିବାର ସମୟ, ଗର୍ଭବତୀ ମହିଳା ମାନେ କଣ କରିବେ ଓ କଣ ନାହି ଏବଂ କେଉଁ ରାଶିରେ ଶୁଭ ସଂଯୋଗ ଘଟିବାକୁ ଯାଉଛି ।

ଚଳିତ ବର୍ଷ ସୂର୍ଯ୍ୟପରାଗ ରାତ୍ରି ୧୨ଟାରେ ଆରମ୍ଭ ହୋଇ ସକାଳ ୪ଟା ୮ମିନିଟ ଯାଏଁ ରହିବ । ଏହି ପରାଗ ମେଷ ରାଶିରେ ରହିବ । ଭାରତରେ ଏହା ଦୃଶ୍ୟମାନ ହେବ ନାହି । ଏହାର ପ୍ରଭାବ ସବୁ ରାଶି ଉପରେ ଦେଖିବାକୁ ମିଳିବ । ଗର୍ଭବତୀ ମହିଳା ଏହି ସମୟରେ ବାହାରକୁ ବାହାରିବା ଉଚିତ ନୁହେଁ । ଏହି ସମୟରେ ବହୁତ ଅଶୁଭ ହୋଇଥିବାରୁ ଗର୍ଭବତୀ ମହିଳା ପରାଗ ଦେଖିବାକୁ ବାରଣ କରାଯାଇଛି । ଗ୍ରହଣ ଲାଗିବା ସମୟରେ ମହିଳା କଟାକାଟି ବା ସିଲେଇ କରିବା ଉଚିତ ନୁହେଁ । ଏହି ସମୟରେ କଳା ରଙ୍ଗର ବସ୍ତ୍ର ଧାରଣ କରିବା ଅନୁଚିତ ।

ଏହି ସମୟରେ ଭଗବାନଙ୍କ ନାମ ନେବା ଉଚିତ । ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କର ପରିବର୍ତ୍ତନ କାରଣରୁ କିଛି ରଶି ମାନଙ୍କର ଶୁଭ ଓ ଅଶୁଭ ପ୍ରଭାବ ପଡିବାକୁ ଯାଉଛି । ସେଗୁଡିକ ହେଉଛି ବୃଷ ରାଶି : ଏହି ସୂର୍ଯ୍ୟପରାଗ ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଆପଣଙ୍କର ଅଧୁରା କାମ ସଂପୂର୍ଣ୍ଣ ହେବ । ଆପଣଙ୍କର ଯାତ୍ରା ଲାଭଦାୟକ ସାବ୍ୟସ୍ତ ହେବ ।

କର୍କଟ ରାଶି : ଆପଣ କାର୍ଯ୍ୟ କ୍ଷେତ୍ର ରେ ସଫଳ ହେବେ । ଆପଣଙ୍କର କାର୍ଯ୍ୟ ସ୍ଥଳ ଓ ସମାଜରେ ଯଶ ଓ କୀର୍ତ୍ତି ସ୍ଥାପନ ହେବେ । ଭାଗ୍ଯର ସଂପୂର୍ଣ୍ଣ ସହଯୋଗ ଆପଣ ପାଇବେ । ଉଚ୍ଚ ଅଧିକାରୀଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ ।

ତୁଳା ରାଶି : ଆପଣଙ୍କ ପାଇଁ ସମୟ ଶୁଭ ରହିବ । ଭାଗ୍ୟର ସଂପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ । ଏମାନେ ନିଜ ଭାଗ୍ୟ ବଳରେ ସବୁ କାର୍ଯ୍ୟରେ ସଫଳ ହେବେ । ଆପଣ ନୂତନ କାମ ଆରମ୍ଭ କରିଲେ ସଫଳ ହେବେ । ଆସନ୍ତା ସମୟରେ ଧନର ଅଭାବ ରହିବ ନାହି ।

କୁମ୍ଭ ରାଶି : ଆପଣଙ୍କ ଜୀବନରେ ଶୁଭ ସମୟର ଆଗମନ ହେବାକୁ ଯାଉଛି । ଆପଣ ନୂଆ କାମ ଆରମ୍ଭ କରିଲେ ସଫଳ ହେବେ । ଆପଣ ସଫଳତା ପାଇଁ ଆଶା ରଖିଥିଲେ ତାହା ପୂର୍ଣ୍ଣ ହେବେ । ବେପାରୀ ମାନେ ବେପାରରେ ଦୁଇ ଗୁଣା ଧନ ଲାଭ କରିବେ ।

ଧନୁ ରାଶି : ଆପଣଙ୍କର ଭାଗ୍ୟ ରେ ଅଚାନକ ପରିବର୍ତ୍ତନ ହେବ । ସରକାରି କ୍ଷେତ୍ରରେ ଶୁଭ ଫଳ ପ୍ରାପ୍ତ କରିବେ । ବିଦେଶରେ ରୋଜଗାର କରିବାର ମାର୍ଗ ମିଳିବ । ବେପାର ବାଣିଜ୍ୟ କ୍ଷେତ୍ରରେ ଲାଭବାନ ହେବେ ।

ମକର ରାଶି : ଆପଣଙ୍କ ପାଇଁ ଶୁଭଫଳ ପ୍ରାପ୍ତ ହେବ । ଚାକିରି କ୍ଷେତ୍ରରେ ପ୍ରମୋଶନ ହୋଇପାରେ । କାର୍ଯ୍ୟ କ୍ଷେତ୍ରରେ ନୂଆ ପରିଚୟ ସୃଷ୍ଟି କରିବେ । ସମାଜରେ ମାନ ସମାନରେ ବୃଦ୍ଧି ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *