ବାଇଶି ପାହାଚରେ ଥିବା କଳା ପଥର କ’ଣ ଜାଣନ୍ତି ? ଏଥିରେ ପାଦ ରଖିଲେ କଣ ହୁଏ ? ଜାଣନ୍ତୁ ଏହାର ରହସ୍ୟ !

ବନ୍ଧୁଗଣ, ଆପଣ ମାନେ ଜାଣିଛନ୍ତି କି ଭଗବାନ ଜଗନ୍ନାଥଙ୍କ ମନ୍ଦିରକୁ ପ୍ରବେଶ କରିବା ବେଳେ ବାଇଶି ପାହାଚ ଉପରେ ଗଲା ବେଳକୁ ପୂର୍ବ ଦ୍ଵାରରେ ବାଇଶି ପାହାଚ ପଡ଼ିଥାଏ । ଏହି ବାଇଶି ପାହାଚ ଆମ୍ଭର ବାଇଶି ଟି ଅପକର୍ମ କୁ ନାଶ କରିଥାଏ । ସେହି ନାଶ କରିବା ଭିତରେ ଗୋଟିଏ କଳପଥର ପଡ଼ିଥାଏ । ଆପଣ ମାନେ ସମସ୍ତେ ଗଲା ବେଳକୁ ଏମିତି ଭାବନା ମନରେ ଆସିଥାଏ ଚଢ଼ିକି ଯିବି ନା ଆସିଲା ବେଳକୁ ଚଢ଼ିବି ।

କିନ୍ତୁ ଶାସ୍ତ୍ରରେ କୁହାଯାଇଛି ଯାହା ପାଖକୁ ଯମ ଦେବତା ମଧ୍ୟ ମାଡ଼ି ପାରନ୍ତି ନାହିଁ । ସେଥିପାଇଁ ସେହି ଶିଳାର ନାମ ହେଉଛି ଯମଶିଳା । ସେହିପରି ଚାରୋଟି ଶିଳା ଏହି ଶ୍ରୀକ୍ଷେତ୍ର ରେ ବିଦ୍ୟମାନ । ସେହି ଗୁଡ଼ିକ ହେଲେ କୈବଲ୍ୟ ଶିଳା, ପିତୃ ଶିଳା, ମୁକ୍ତି ଶିଳା ଓ ଯମ ଶିଳା । ସେହି ଯମ ଶିଳା ହେଉଛନ୍ତି ଯେତେବେଳେ ଆପଣ ସିଂହଦ୍ଵାର ଭିତରକୁ ପ୍ରବେଶ କରିବେ ସେତେବେଳେ ପ୍ରଥମେ ଆପଣ ପତିତ ପାବନ ଦର୍ଶନ କରିବେ ।

ତାହାପରେ ବାଇଶି ପାହାଚ ଉପରେ ଗୋଟେ ପରେ ଗୋଟେ ପାହାଚ ଚଢିବା ପରେ ଯେତେବେଳେ ଏକ ବନ୍ଧ ଆସିବ ମହାପ୍ରଭୁଙ୍କ ର ସିଂହଦ୍ୱାର ଗୁମୁଟ କୁ ପାସ କରିବା ପାଇଁ ଏକ କଳାପଥର ପାହାଚ ପଡ଼ିଛି । ସେହି କଳା ପାହାଚ ହେଉଛି ଯମ ଶିଳା । ଯାହା ଉପରେ ପାଦ ରଖି ଯାଆନ୍ତି । ସେହି କଳା ପାହାଚ ଉପରେ ଯିବା ସମୟରେ ପତିତ ପାବନ କୁ ଚାହିଁଲେ ସବୁ ପାପ ଧୋଇ ହୋଇଯାଇଥାଏ ।

ଏବଂ ଆସିଲା ବେଳେ ଯଦି ପାଦ ରଖନ୍ତି ତେବେ ପୁନର୍ବାର ଆପଣଙ୍କର କଲା କର୍ମର ପାପ ପଳାଇ ଆସିବ । ସେଥିପାଇଁ ସମସ୍ତେ ପୁଣ୍ୟ ଅର୍ଜନ ପାଇଁ ମନ୍ଦିର କୁ ଦର୍ଶନ କରିବା ପାଇଁ ଆସିଥାନ୍ତି । ସମସ୍ତେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ମୁକ୍ତି ଲାଭ କରିଥାନ୍ତି । ସେହି ମୁକ୍ତି ଲାଭ କରିବା ଭିତରେ ଯଦି ସେହି ଶିଳାରେ ପାଦ ରଖିଲା ବେଳେ ମହାପ୍ରଭୁଙ୍କୁ ଭଜନ କରନ୍ତୁ ତେବେ ନିଶ୍ଚିତ ଭାବରେ ଆମ୍ଭର ସମସ୍ତ ପ୍ରକାର ପାପ ସେହିଠାରେ ରହି ଯାଇଥାଏ ।

ମହାପ୍ରଭୁ ସମସ୍ତଙ୍କର ପାପ ହରଣ କରି ଦିଅନ୍ତି । ଯେଉଁମାନେ ସେହି ଯମ ଶିଳା ଉପରେ ପାଦ ରଖି ମହାପ୍ରଭୁଙ୍କୁ ଡ଼ାକିଥାଏ ତାକୁ ମହାପ୍ରଭୁ ସମସ୍ତ ପାପରୁ ମୁକ୍ତ କରି ଦିଅନ୍ତି ଓ ପୁଣ୍ୟାତ୍ମା ରେ ପ୍ରବେଶ କରି ଦିଅନ୍ତି । ସେଥିପାଇଁ ଯମ ମଧ୍ୟ ଏହି ପ୍ରବେଶ ପଥକୁ ଆବରଣ କରିଥାଏ ।

ପିତୃ ପୁରୁଷ ମଧ୍ୟ ପ୍ରବେଶ କରି ପାରି ନଥାନ୍ତି ସେହି ଯମ ଶିଳା ପାଇଁ । ଯମ ସେହିଠାରୁ ତାଙ୍କୁ ଭିଡ଼ି ନେଇଥାଏ । ରାକ୍ଷସ ମାନେ ମଧ୍ୟ ବାଇଶି ପାହାଚ କୁ ଉଠି ପାରନ୍ତି ନାହିଁ କେବଳ ଏହି ଯମ ଶିଳା ପାଇଁ । ଏହିଭଳି ଭାବରେ ବହୁତ ପ୍ରକାର ଯମ ଶିଳା ର ମହତ୍ତ୍ଵ ରହିଛି । ଯିଏ ଏହି ଯମଶିଳା କୁ ଦର୍ଶନ କରି ମୁଣ୍ଡିଆ ମାରିଛି ସେହି କେବେବି ଯମ ଦ୍ଵାରା କୁ ଯାଇ ନଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *