ବନ୍ଧୁଗଣ, କାଉ ଶୁଭ କି ଅବା ଅଶୁଭ ? ଜାଣନ୍ତୁ ଶାସ୍ତ୍ରରେ ବର୍ଣ୍ଣିତ କାଉ ର ରହସ୍ୟ ସମ୍ବନ୍ଧରେ । ଅଧିକାଂଶ ଲୋକେ କୁଆ କୁ ଅଶୁଭ ବୋଲି କହିଥାନ୍ତି । ହିନ୍ଦୁ ଧର୍ମ ରେ କାଉ କୁ ଅଶୁଭ ବୋଲି କୁହାଯାଇଥାଏ । କୁଆ ମନୁଷ୍ୟ କୁ ଅନେକ ବିଷୟରେ ଘଟୁଥିବା ଶୁଭ ଅଶୁଭ ଘଟଣା ସମ୍ବନ୍ଧରେ ସୂଚନା ଦେଇଥାଏ । କୁଆ ଅତିଥିର ଆଗମନ ର ସୂଚନା ଦେଇଥାଏ । ଅଗଣା ରେ ତଥା ଘରର ଚାଳ ଉପରେ ବସି କୁଆ ରାବ ଦେଲେ ଘରକୁ କୂଣିଆ ଆସିବେ ବୋଲି ଅନୁମାନ କରାଯାଇଥାଏ ।
ସେହିଭଳି କୁଆ ଙ୍କ ଶରୀରରେ ପିତୃ ପୁରୁଷ ଙ୍କ ଅବସ୍ଥାନ କରାଯାଇଥାଏ ବୋଲି ବିଚାର କରାଯାଇଥାଏ । ପିତୃ ପୁରୁଷ ଙ୍କୁ ଦିଆଯାଇଥିବା ପିଣ୍ଡ କୁ କୁଆ ଖାଇଲେ, ସେମାନଙ୍କ ଆତ୍ମା ଶାନ୍ତି ହେଲା ବୋଲି ବିଶ୍ଵାସ କରାଯାଇଥାଏ । ଧର୍ମଗ୍ରନ୍ଥ ଏବଂ ପୁରାଣ ଅନୁସାରେ ଏହି ପକ୍ଷୀ ଅମୃତ ର ସ୍ଵାଦ ଚାଖିଥିଲା । ଏଣୁ କୁଆ ର କେବେ ମଧ୍ୟ ସ୍ଵାଭାବିକ ମୃ-ତ୍ୟୁ ହୋଇନଥାଏ । ଏଭଳି ମଧ୍ୟ କୁହାଯାଇଥାଏ ଯେ କୁଆ କେବେ ମଧ୍ୟ ଏକୁଟିଆ ଭୋଜନ କରିନଥାଏ । କୁଆ ମଣିଷ କୁ ଅନେକ ସଙ୍କେତ ଦେଇଥାଏ । ତେବେ ଆସନ୍ତୁ ଜାଣିବା ଏହି ସଙ୍କେତ ଗୁଡିକ ବିଷୟରେ ।
୧;- ଯଦି ପାଣି ଭର୍ତ୍ତି ମାଠିଆ କିମ୍ବା ଅନ୍ୟ କୌଣସି ପଦାର୍ଥ ଉପରେ କାଉ ବସେ ତେବେ ତାହାକୁ ଅତ୍ୟନ୍ତ ଶୁଭ ବୋଲି ବିଶ୍ଵାସ କରାଯାଇଥାଏ । ପଣିଭର୍ତ୍ତି ଥିବା ମାଠିଆରେ କାଉ ବସିବା ଦ୍ଵାରା ଧନବର୍ଷା ହୋଇଥାଏ ବୋଲି ବିଶ୍ଵାସ କରାଯାଇଥାଏ ।
୨;- ଯଦି କାଉ ନିଜ ଥଣ୍ଟ ରେ ରୁଟି ଅଥବା ମାଂସ ଟୁକୁଡା ନେଇଯାଇଥାଏ ତେବେ ତାହାକୁ ମଧ୍ୟ ଶୁଭ ବୋଲି ବିଚାର କରାଯାଇଥାଏ । ସମସ୍ତ ମନୋଷ୍କାମନା ପୂରଣ ହେବ ବୋଲି ନେଇ କାଉ ଏହିଭଳି ସୂଚନା ଦେଇଥାଏ । ୩;- ଅନେକ ସମୟରେ ଆମ୍ଭେ ମାନେ ଦେଖିଥାଉ ଯେ ଅନେକ କାଉ ଏକାଠି ମିଶି ବହୁତ ଜୋର ରେ ରାବିଥାନ୍ତି, ବହୁତ ଗୁଡିଏ କାଉ ର ଏକା ସହିତ ରାବିବା ଅଶୁଭ ବୋଲି ଦର୍ଶାଇ ଥାଏ । ଯେଉଁ ଗ୍ରାମ କିମ୍ବା ସହରରେ କାଉ ମାନେ ଏଭଳି ଏକାଠି ବସି ରାବିଥାନ୍ତି ସେହି ଜାଗା ନିମନ୍ତେ ଅଶୁଭ ହୋଇଥାଏ ।
୪;- ଯଦି କାଉ କୌଣସି ବ୍ୟକ୍ତି ଙ୍କ ଉପରେ ଆସି ବସିଥାଏ, ତେବେ ସେହି ବ୍ୟକ୍ତି ର ଧନ ଏବଂ ସନ୍ନମାନ ର ହାନି ଘଟିଥାଏ । ତାହାକୁ ମୃ-ତ୍ୟୁ ତୁଲ୍ୟ କଷ୍ଟ ଭୋଗିବାକୁ ପଡିଥାଏ ।
୫;- ଯଦି ମହିଳା ଙ୍କ ଉପରେ କାଉ ବସିପଡେ ତେବେ ମହିଳାଙ୍କ ସ୍ଵାମୀ ଙ୍କୁ ଗମ୍ଭୀର ସମସ୍ୟା ହେବାର ସମ୍ଭାବନା ରହିଥାଏ ।
୬;- ଯଦି ଆପଣ ସକାଳେ କେଉଁଠାକୁ ଯାଉଛନ୍ତି ଏବଂ କାଉ ଆସି ଆପଣଙ୍କ ପାଦ ସ୍ପର୍ଶ କରି ଚାଲିଯାଉଅଛି ତେବେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ