ଆପଣଙ୍କ ଘରର ରାସ୍ତା ଭୁଲିଯିବେ ମୂଷା, କରନ୍ତୁ ଏହି ସହଜ ଉପାୟ

ନମସ୍କାର ବନ୍ଧୁଗଣ, ମୂଷା ଘରେ ମଇଳା ଏବଂ ଦରିଦ୍ରତା ଆସିବାର କାରଣ ହୋଇଥାଏ । ଏହି କାରଣ ପାଇଁ ଘରେ ଅନେକ ପ୍ରକାରର ରୋଗ ଆସିଥାଏ । ମୂଷା ମାନେ ଘରର ସବୁ ଜିନିଷ ଏବଂ ଖାଦ୍ୟକୁ ନଷ୍ଟ କରିଦେଇଥାନ୍ତି । ଘରେ ମୂଷା ରହିବା ଦ୍ଵାରା ଛୋଟ ପିଲା ମାନଙ୍କୁ ଅନେକ ବିମାରି ହୋଇଥାଏ । ପ୍ରାୟ ଲୋକମାନେ ମୂଷା ମାନଙ୍କୁ ଘରୁ ବାହାର କରିବା ପାଇଁ ଅନେକ ଉପାୟ କରିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ମାଧ୍ୟମରେ ଘରୁ ମୂଷା ବାହାର କରିବାର ଆୟୁର୍ବେଦିକ ଉପାୟ କହିବା ପାଇଁ ଯାଉଛୁ ।

ପ୍ରଥମ: ପେପରମିଣ୍ଟ ତେଲର ବ୍ୟବହାରରେ ଆପଣ ବହୁତ ସହଜରେ ମୂଷାକୁ ବାହାର କରିପାରିବେ । ଏହି ତେଲେର ଗନ୍ଧ ବହୁତ ଅଧିକ ହାର୍ଡ ହୋଇଥାଏ । ଆଉ ଏହାକୁ ମୂଷା ମାନେ ସହନ କରିପାରନ୍ତି ନାହିଁ । ତୁଳାକୁ ଆପଣ ଛୋଟ ଛୋଟ ଗୁଲା କରି ସେଥିରେ ପେପରମିଣ୍ଟ ତେଲକୁ ଲଗାଇ ଦିଅନ୍ତୁ ।

ଆଊ ଏହି ତୁଳାର ଗୁଲାକୁ ମୂଷା ମାନେ ରହୁଥିବା ସ୍ଥାନରେ ରଖିଦିଅନ୍ତୁ । ଏହାର ଗନ୍ଧ ମୂଷା ମାନେ ସୁଙ୍ଘିବା ମାତ୍ରେ ସେଠାରୁ ବାହାରି ଯିବେ । ଦିତୀୟ: ଆପଣ ଅଳ୍ପ ଲଙ୍କା ଗୁଣ୍ଡ ନିଅନ୍ତୁ ଏବଂ ତାହାକୁ ଶୁଖିଲା ଅଟାରେ ମିଶାଇ ଦିଅନ୍ତୁ । ଏବଂ ଏହାକୁ ମୂଷା ରହୁଥିବା ଏବଂ ଯାଉଥିବା ସ୍ଥାନରେ ରଖି ଦିଅନ୍ତୁ । ମୂଷାର ନାକ ବହୁତ ସଂବେଦନଶୀଳ ହୋଇଥାଏ ।

ସେମାନେ ଯେତେବେଳେ ଏହି ଅଟାକୁ ଖାଇବାକୁ ଯିବେ ସେମାନଙ୍କୁ ଏହି ନାଲି ଲଙ୍କା ଗୁଣ୍ଡର ପାଉଡର ମୂଷା ମାନଙ୍କୁ ବିତାଡିତ କରିବ ଆଉ ମୂଷା ମାନେ ସେହି ଘରୁ ପଳାଇବେ । ଧ୍ୟାନ ରଖିବେ ପିଲାମାନେ ଜେଭଳି ଏହି ମିଶ୍ରଣ ପାଖକୁ ନ ଯାଆନ୍ତି । ତୃତୀୟ: ଆପଣ ୪ ରୁ ୫ ଟି ତେଜପତ୍ର ନିଅନ୍ତୁ । ରାତିରେ ଶୋଇବା ସମୟରେ ଆପଣ ଏହାକୁ ଜଳାଇ ଦିଅନ୍ତୁ ଏବଂ କିଛି ସମୟ ପାଇଁ କବାଟ ଝରକା ବନ୍ଦ କରିଦିଅନ୍ତୁ ।

ତେଜପତ୍ରର ଗନ୍ଧ ପାଇଁ ମୂଷାମାନେ ଘର ବାହାରକୁ ପଳାଇବେ । ତେଜପତ୍ରର ଏହି ଉପାୟ ଦ୍ଵାରା କେବଳ ମୂଷା ନୁହେଁ ବରଂ ମଶା ମାଛି ବି ଘରୁ ବାହାରକୁ ପଳାଇବେ । ଏହା ଥିଲା କିଛି ସହଜ ଏବଂ ସରଳ ଉପାୟ ଯାହାକୁ ଆପଣ ବ୍ୟବହାର କରି ଆପଣଙ୍କ ଘରୁ ମୂଷା ମାନଙ୍କୁ ବାହାର କରିପାରିବେ ।

ମୂଷା ମାନଙ୍କୁ ବାହାର କରିବା ପାଇଁ ଆପଣଙ୍କୁ ଏହି ଉପାୟ ପାଇଁ ବେଶି କିଛି ଖର୍ଚ୍ଚ କରିବା ପାଇଁ ପଡିବନି ବହୁତ କମ ପଇସାରେ ଆପଣ ନିଜର ଘରକୁ ମୂଷା ମାନଙ୍କ କବଳରୁ ରକ୍ଷା କରିପାରିବେ ଏବଂ ଆପଣଙ୍କ ଘରକୁ ସଫା ସୁତୁରା ମଧ୍ୟ କରିପାରିବେ ମୂଷାଙ୍କ ମଇଳାରୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *