ଅମାବାସ୍ୟା ରେ ଜନ୍ମ ହେବା ଶୁଭ ନା ଅଶୁଭ ? (Astrology)

ବନ୍ଧୁଗଣ, ଯଦି ଆପଣ ମାନଙ୍କ ମନ ଭିତରେ ଗୋଟିଏ ଧାରଣା ରହି ଯାଇଅଛି ଯେ ଅମାବାସ୍ୟା ରାତି ବହୁତ ଖରାପ । ଅନ୍ଧାର ରାତ୍ରି ହୋଇଥିବାରୁ ଏହି ରାତିରେ ଦେବତା ଙ୍କ ଶକ୍ତି ବହୁତ କମ ରହିଥାଏ । ଯେଉଁ ମାନେ ଦୁଷ୍ଟ ଶକ୍ତି ଅଟନ୍ତି ସେମାନେ ମୁଖ୍ୟତ ଏହି ରାତ୍ରି ରେ ଅଧିକ ଶକ୍ତିଶାଳି ଅଟନ୍ତି । ଏହି ରାତ୍ରି ରେ ଯେଉଁ ପୁଅ ଏବଂ ଝିଅ ଜନ୍ମ ନିଅନ୍ତି ସେମାନେ ମଧ୍ୟ ବହୁତ ଖରାପ ଅଟନ୍ତି ।

ସେମାନଙ୍କ ଜାତକ ମଧ୍ୟ ବହୁତ ଖରାପ ଅଟେ । ଏହିଭଳି ଯଦି କିଛି ଭାବନା ଆପଣଙ୍କ ମନରେ ରହିଅଛି ତେବେ ଆପଣଙ୍କୁ ଆମ୍ଭେ କେତେ ଗୁଡିଏ କଥା କହିବାକୁ ଯାଉଅଛୁ ଯାହା ଆପଣଙ୍କ ମନରୁ ସେହି ଭାବନା ଗୁଡିକୁ ଦୂର କରିନେବ । ଯେଉଁ ବ୍ୟକ୍ତି ମାନେ ଆପଣଙ୍କୁ ଏପରି କହୁଛନ୍ତି ଆପଣ ସେମାନଙ୍କୁ ଶାସ୍ତ୍ରୀୟ ପ୍ରମାଣ ମାଗନ୍ତୁ ଯେ କେଉଁଠାରେ ଉଲ୍ଲେଖ ହୋଇଅଛି ଯେ ଅମାବାସ୍ୟା ରେ ଜନ୍ମ ହେବା ସନ୍ତାନ ଅଶୁଭ ଅଥବା ଖରାପ ହୋଇଥାନ୍ତି ?

ସାଧାରଣତ ଲୋକ ମାନେ କହିଥାନ୍ତି ଯେ ଅମାବାସ୍ୟା ର ରାତି ବହୁତ ଖରାପ । ଏଥିପାଇଁ ବହୁତ ତାନ୍ତ୍ରିକ ମାନେ ଅମାବାସ୍ୟା ର ରାତ୍ରିରେ ବହୁତ ତନ୍ତ୍ର ର ପ୍ରୟୋଗ କରିଥାନ୍ତି । ମାତ୍ର ତାନ୍ତ୍ରିକ ମାନେ ତାଙ୍କ ପୂଜା ରାତ୍ରି ରେ କରିଥାନ୍ତି ସେ ଅମାବାସ୍ୟା ର ରାତ୍ରି ହେଉ ଅଥବା ଅନ୍ୟ କୌଣସି ରାତ୍ରି ହେଉ । ମାତ୍ର ସେମାନେ ଉଚିତ ସମୟ ଦେଖି କରିଥାନ୍ତି ।

ଯଦି ଅମାବାସ୍ୟା ର ଦିନ ଏବଂ ରାତି ଏତେ ଖରାପ ତେବେ କାହିଁକି ଅମାବାସ୍ୟା ର ଦିନରେ ମାହେନ୍ଦ୍ର ବେଳା ଏବଂ ଅମୃତ ବେଳା ରହିଅଛି ? ଆମ୍ଭ ଓଡିଆ କ୍ୟାଲେଣ୍ଡରରେ ଯଦି କୌଣସି ଦିନ ଅତ୍ୟନ୍ତ ଶୁଭ ଅର୍ଥାତ ଭଲ ରହିଥାଏ ତାହା ହେଉଛି ଅକ୍ଷୟ ତୃତୀୟା ଦିନ । ମାତ୍ର ଅମାବାସ୍ୟା ର ସଂପୂର୍ଣ୍ଣ ଦିନଟି ଖରାପ ନୁହେଁ, ବେଳ ଅନୁଯାୟୀ କୁହାଯାଏ ଯେ ସେ ଭଲ ବେଳାରେ ଜନ୍ମ ହୋଇଛନ୍ତି କିଅବା ଖରାପ ବେଳାରେ ଜନ୍ମ ହୋଇଛନ୍ତି ।

କେବଳ ଅମାବାସ୍ୟା ନୁହେଁ ପ୍ରତ୍ୟକ ଦିନରେ ଏହି କଥା ଲାଗୁ କରାଯାଏ । ପ୍ରତ୍ୟକ ଦିନରେ ଅମୃତ ବେଳା ରହିଅଛି ଏବଂ ବିସ ବେଳା ମଧ୍ୟ ରହିଅଛି । ଅମୃତ ବେଳାରେ ଯେଉଁମାନେ ଜନ୍ମ ହୁଅନ୍ତି ସେମାନେ ଅମୃତ ସନ୍ତାନ ଏବଂ ବିଷ ବେଳାରେ ଯେଉଁମାନେ ଜନ୍ମ ହୁଅନ୍ତି ତାହାଙ୍କର ଜନ୍ମ ସମୟ ଅନୁଯାୟୀ ସେ କର୍ମଫଳ ପାଇଥାନ୍ତି । ଅଥବା ସେହିଭଳି ସେମାନେ ତାଙ୍କର ଜୀବନ ଅତିବାହିତ କରିଥାନ୍ତି ।

ସେମାନଙ୍କ ଆଚରଣ ତଥା କଥାବାର୍ତ୍ତା ବ୍ୟବାହର ମଧ୍ୟ ସେହିଭାଲି ହୋଇଥାଏ । ଗୋଟିଏ ମାସରେ ସାଧାରଣତ ଆମ୍ଭର ୩୦ ଦିନ, ଅଥବା ୩୧ ଦିନ ରହିଥାଏ । ଏହି ଦିନ ମଧ୍ୟରୁ ୧୪ ଦିନ ଶୁକ୍ଲ ପକ୍ଷ ଏବଂ ୧୪ ଦିନ କୃଷ୍ଣ ପକ୍ଷ । ଆଉ ଯେଉଁ ୨ ଦିନ ରହିଥାଏ ତାହା ହେଉଛି ପୂର୍ଣ୍ଣିମା ଅଥବା ଅମାବାସ୍ୟା । ବନ୍ଧୁଗଣ ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *