Hair Care Tips- ଆଲୋବେରାକୁ ଏହି ଉପାୟରେ ଲଗାନ୍ତୁ 4 ଦିନରେ ବାଳ ଝଡିବା ବନ୍ଦ, ବାଳ ହେବ ମୂଳରୁ ମଝବୁତ, ମୋଟା ଓ ଲମ୍ବା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କେଶ ମହିଳା ମାନଙ୍କର ସୁନ୍ଦରତା ବୃଦ୍ଧି କରିବାରେ ଅନ୍ୟତମ ବୈଶିଷ୍ଟ ହୋଇଥାଏ । ପ୍ରାୟତଃ ମହିଳା ମାନଙ୍କର କେଶ ଝଡିବାକୁ ନେଇ ତଥା ଅନ୍ୟ ସବୁ କେଶ ସମ୍ବଦ୍ଧିତ ସମସ୍ଯାକୁ ନେଇ ଚିନ୍ତିତ ରହୁଛନ୍ତି । ଖରାପ ଖାଦ୍ୟର ସେବନ, ଶରୀରରେ କିଛି ଭିଟାମିନର ଅଭାବ, ଅସନ୍ତୁଳିତ ହରମୋନ ତଥା କେମିକାଲ୍ ଜିନିଷର କେଶରେ ପ୍ରୟୋଗ କରିବା ପରି ଅନେକ କାରଣକୁ ନେଇ କେଶ ସମସ୍ଯା ଦେଖା ଯାଉଛି ।

ତେଣୁ କେଶ ଝଡିବା ପାଇଁ ଘରୋଇ ଉପାୟରେ ଏହି ଉପାୟକୁ ନିଶ୍ଚୟ କରି ଦେଖନ୍ତୁ । ଏହି ରେମିଡିକୁ ପ୍ରସ୍ତୁତ କରିବା ପାଇଁ ୩ ଟି ଜିନିଷର ଆବଶ୍ୟକତା ରହିଛି । ସେହି ୩ ଟି ସାମଗ୍ରୀ ହେଉଛି ଆଲୋଭେରା, ସିକାକାଇ ଓ ଭିଟାମିନ – E କାପସୂଲ । ଏହି  ୩ ଟି  ସାମଗ୍ରୀ କେଶ ପାଇଁ ବହୁତ ହିଁ ଉପକାରୀ ହୋଇଥାଏ । ଆଲୋଭେରା ଜେଲ୍ ରେ ଅନେକ ପ୍ରକାର ଭିଟାମିନ ଓ ମିନେରାଲ୍ ରହିଥାଏ ।

ଯାହା ନିର୍ଜୀବ କେଶରେ ମଧ୍ୟ ପ୍ରାଣ ଭରି ଥାଏ । ଆପଣ ଗୋଟିଏ ବଡ ଆଲୋଭେରା ଖଣ୍ଡ ଆଣି ତା’ ର ଉପର ଚୋପା ଛଡାଇ ଭିତର ଜେଲ୍ କୁ ଏକ ପାତ୍ରରେ ରଖନ୍ତୁ । ଆପଣ ନିଜ କେଶ ଅନୁସାରେ ଆଲୋଭେରା ଆଣିବେ । ତାପରେ ଗୋଟିଏ ପାତ୍ରରେ ସିକାକାଇଫଳରୁ ପ୍ରସ୍ତୁତ ଶିକାକାଇ ପାଉଡର ୨ ଚାମଚ ଆଣି ପାତ୍ରରେ ରଖିବେ ।

ଏହି ଶିକାକାଇ ପାଉଡର ଚୁଟି ପାଇ ପ୍ରାକୃତିକ ସାମ୍ପୁ ଭଳି କାର୍ଯ୍ୟ କରିଥାଏ । ଏହା କେଶରେ ଥିବା ଧୁଳି, ମଇଳା ଓ ରୂପୀ ଭଳି ଅଦରକାରୀ ଜିନିଷକୁ କେଶରୁ କାଢି କେଶର ମୂଳକୁ ସଫା କରିଥାଏ । କାରଣ କେଶର ମୂଳରେ ଯେତେ ମଇଳା ଜମା ହେବେ । ସେତେ ଅଧିକ ପରିମାଣରେ କେଶ ଉପୁଡିଥାଏ ।

ତାପରେ ଆପଣ ଏକ ଭିଟାମିନ – E କାପ୍ସୁଲ୍ ଆଣି ଶିକାକାଇ ପାଉଡରରେ ମିଶାଇବେ । ତାପରେ ଆଗରୁ ଛେଲିକି ରଖିଥିବା ଆଲୋଭେରା ଜେଲ୍ କୁ ମଧ୍ୟ ସେଥିରେ ମିଶାଇ ତାହାକୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରିଦେବେ । ଗ୍ରାଇଣ୍ଡିଙ୍ଗ କରିବା ବେଳେ ସେଥିରେ ପାଣିଦେବାର କୌଣସି ଆବଶ୍ୟକତା ନାହିଁ । କାରଣ ଆଲୋଭେରାରେ ପୂର୍ବରୁ ପାଣି ମହଜୁଦ ରହିଥିବ ।

ତାପରେ ଆପଣଙ୍କର ହେୟାର ମାସ୍କ ବନି ପ୍ରସ୍ତୁତ ହୋଇଯିବ । ତାପରେ ଏହି ହେୟାର ମାସ୍କକୁ ଆଣି କେଶର ମୂଳରେ ଭଲ ଭାବରେ ଲଗାଇବା ସହ ସଂପୂର୍ଣ୍ଣ କେଶରେ ମଧ୍ୟ ଲଗାଇପାରିବେ । ଆପଣ ଚାହିଁଲେ ଡ୍ରପର କିମ୍ବା ତୁଳା ସାହାଜ୍ଯରେ କେଶର ମୂଳରେ ଭଲ ଭାବରେ ଲଗାଇପାରିବେ । ଏହାକୁ ଲଗାଇ ଅଧ ଘଣ୍ଟାପରେ ବିନା ସାମ୍ପୁରେ କେବଳ ପାଣି ସାହାଜ୍ଯରେ ଧୋଇଦେବେ ।

ଏହିପରି କିଛି ଦିନ କରିବା ପରେ ଆପଣଙ୍କୁ ନିହାତି ଭାବରେ କେଶରେ ବହୁତ ଭଲ ରେଜଲ୍ଟ ଦେଖିବାକୁ ମିଳିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *