ଶୋକ ସନ୍ତପ୍ତ ହେଲା ଅଜୟ ଦେବଗନଙ୍କ ପରିବାର, ଆଉ ନାହାଁନ୍ତି ଏହି bollywood କଳାକାର

ବନ୍ଧୁଗଣ, ଆମ ନ୍ୟୁଜ ପୋର୍ଟାଲ କୁ ଆପଣ ମାନଙ୍କୁ ସ୍ୱାଗତ । ସତେ ଯେପରି 2020 ମସିହା ଟି ଭୟଙ୍କର ଅଶୁଭ ହେବାକୁ ଯାଉଛି । ଜଣେ ପରେ ଜଣେ ବଡ ତାରକା ଏହି ଦୁନିଆକୁ ବିଦାୟ ଦେଇ ସାରିଲେଣି ଏହି ଗୋଟିଏ ବର୍ଷ ମଧ୍ୟରେ । ପୁଣି ଆସିଲା ସିନେ ଜଗତରୁ ଦୁଃଖ ଖବର, ଆଉ ନାହାଁନ୍ତି ଏହି ବଡ଼ କଳାକାର, ଚାରିଆଡେ ଶୋକର ଲହରୀ । ଏହି ବର୍ଷ 2020 କୌଣସି କଳା ବର୍ଷ ଠାରୁ କମ ନୁହେଁ । 2020 ଆରମ୍ଭରୁ ଅଷ୍ଟ୍ରେଲିଆ ରେ ନିଆଁ ଲାଗିବା ହେଉ କି କରୋନା ରେ ଲକ୍ଷ ଲକ୍ଷ ଲୋକ ମାନଙ୍କର ଜୀବନ ଯାଉ ।

ଏହି ବର୍ଷ ବହୁତ ଅଶୁଭ ପରିଣୀତି ଆମକୁ ଦେଖେଇ ସାରିଲାଣି । ଯଦି ଆମେ ସିନେମା ଜଗତ କଥା କହିବାକୁ ଯିବା । ସୁଶାନ୍ତ ସିଂ ରାଜପୁତ, ଋଷି କପୁର, ଇରଫାନ୍ ଖାନ ଙ୍କ ବଳି ବଡ଼ କଳାକାର ଆମ ଗହଣରେ ଆଉ ନାହାଁନ୍ତି । ସେହି ଭଳି ଓଡ଼ିଶାରେ ମଧ୍ୟ ଅନେକ ବଡ଼ ବଡ଼ କଳାକାର ଙ୍କ ମୃତ୍ୟୁ ଘଟିଛି ଏହି ବର୍ଷ 2020 ରେ । ବିଜୟ ମହାନ୍ତି, ଅଜିତ ଦାସ । ପ୍ରଦୀପ ମହାରଥୀ (ବିଧାୟକ, ମନ୍ତ୍ରୀ ତଥା ଯାତ୍ରା କଳାକାର) । ଏବେ ଆହୁରି ଜଣେ ବଡ଼ ଏବଂ ସଫଳ ଅଭିନେତାଙ୍କର ମୃତ୍ୟୁ ଘଟିଛି ।

ଚଳଚ୍ଚିତ୍ର ଜଗତର ସିଙ୍ଗମ୍ ଅଜୟ ଦେବଗନ୍ ଏବେ ଦୁଃଖରେ ଭାଙ୍ଗି ପଡି ଛନ୍ତି । ବାସ୍ତବରେ ଅଭିନେତାଙ୍କ ସାନଭାଇ ଅନିଲ ଦେବଗନଙ୍କ ଦୁଖଦ ପରଲୋକ ହୋଇଛି । ଏହି ଖବର ବଲିଉଡ ଦୁନିଆରେ ଶୋକର ଲହରୀ ଖେଳିଯାଇଛି । ଏହା ସହିତ ଅଜୟ ଦେବଗାନ୍ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଏ ବିଷୟରେ ସୂଚନା ଦେଇ ଏକ ପୋଷ୍ଟ କରିଛନ୍ତି, ଯାହା ମାଧ୍ୟମରେ ସେ ତାଙ୍କ ଭାଇଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଅଜୟ ଏହି ଦୁଖଦ ଖବରକୁ ନିଜ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ସେୟାର କରିଛନ୍ତି । ଏହି ପୋଷ୍ଟରେ ଅଜୟ ଲେଖିଛନ୍ତି, ‘ଗତକାଲି ରାତିରେ ମୁଁ ମୋର ଭାଇ ଅନିଲ ଦେବଗନଙ୍କୁ ହରାଇଦେଲି । ତାଙ୍କର ଅକାଳ ମୃତ୍ୟୁରେ ପରିବାର ଗଭୀର ଦୁଖିତ । ଅଜୟ ଆହୁରି ଲେଖିଛନ୍ତି ଯେ ‘ଅଜୟ ଦେବଗନ୍ ଫିଲ୍ମସ୍ ଏବଂ ସେ ଅନିଲଙ୍କୁ ସବୁବେଳେ ମିସ୍ କରିବେ । ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରୁଛି । କରୋନା ଭାଇରସ ମହାମାରୀ ଯୋଗୁଁ କୌଣସି ବ୍ୟକ୍ତିଗତ ଶୋକ ସଭା ଅନୁଷ୍ଠିତ ହେବ ନାହିଁ । ଜନ ସମାଗମ ମଧ୍ୟ ହେବନାହିଁ ।

ଆସନ୍ତୁ ଆପଣଙ୍କୁ କହିବା ଯେ ରାଜୁ ଚାଚା, ବ୍ଲାକମେଲ ଏବଂ ହାଲ-ଇ-ଦିଲ ଭଳି ଚଳଚ୍ଚିତ୍ରର ନିର୍ଦ୍ଦେଶନା ପାଇଁ ଅନିଲ ଦେବଗନ ଜଣାଶୁଣା । ସେ ଅଜୟ ଦେବଗନ-ଷ୍ଟାରର ସୋର୍ଡାର ସୃଜନ ନିର୍ଦ୍ଦେଶକ ମଧ୍ୟ ଥିଲେ । ଅନିଲ, ଫୁଲ ଅର କାଣ୍ଟେ, ଜାନ, ଇତିହାସ ଏବଂ ପ୍ୟାର ତୋ ହୋନା ହି ଥା ଭଳି ଚଳଚ୍ଚିତ୍ରରେ ସହକାରୀ ନିର୍ଦ୍ଦେଶକ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ଆପଣଙ୍କ ପାଇଁ ସଦା ସର୍ବଦା ତତ୍ପର ରହୁଛୁ, ସବୁ ଭଲ ଭଲ ତଥ୍ୟ ଆମେ ଆପଣଙ୍କ ପାଖକୁ ନେଇକି ଆସୁଛୁ । ଏଠି ଆପଣ ବିଭିନ୍ନ ପ୍ରକାରର ଜ୍ଞାନ ଆହରଣ କରିପାରିବେ । ଆମେ ଆପଣଙ୍କୁ ଜଣା ଅଜଣା କିଛି ନୂଆ କଥା ବିଷୟରେ ଜଣେଇବୁ । ସେଥିପାଇଁ ଆମ ସହିତ ଯୋଡି ହେଇ ରହିବା ପାଇଁ ଧନ୍ୟବାଦ । ଯଦି କିଛି ଭୁଲ ରହୁଛି ତେବେ ନିଶ୍ଚିତ କହିବେ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *