ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ଯେ, ଠିକ ଆଉ ମାତ୍ର ଗୋଟିଏ ଦିନ ପରେ ସେପ୍ଟେମ୍ବର ମାସର ଆରମ୍ଭ ହୋଇଯିବ। ଏହି ମାସ ର ପ୍ରଥମ ସପ୍ତାହ ରେ କିଛି ରାଶି ମାନଙ୍କ ସହିତ ଶୁଭ ସଂଯୋଗ ଘଟିବାକୁ ଯାଉଛି ଏବଂ ଏହାର ଠିକ ଦ୍ଵିତୀୟ ସପ୍ତାହ ରେ ହିଁ କିଛି ରାଶି ମାନେ ଅସୁବିଧା ର ସମ୍ମୁଖୀନ ହେବେ। ତେବେ ଆଜି ଆମେ ଆପଣ ମାନଙ୍କୁ ରାଶିଚକ୍ର ର ୧୨ ଟି ରାଶି ଙ୍କ ରାଶିଫଳ ସମ୍ବନ୍ଧରେ କହିବୁ। ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।
୧. ମେଷ ରାଶି- ଏହି ରାଶି ହେଉଛି ରାଶିଚକ୍ର ର ପ୍ରଥମ ରାଶି। ଏହି ରାଶି ଅନ୍ତର୍ଗତ ବ୍ୟକ୍ତି ମାନଙ୍କ ର ପୈତୃକ ସଂପତ୍ତିକୁ ନେଇ କିଛି ଗଣ୍ଡଗୋଳ ହୋଇପାରେ। ହଜି ଯାଇଥିବା ଧନ ପ୍ରାପ୍ତ ହେବ। ଶାରୀରିକ ଅସୁସ୍ଥତା ଦେଖା ଯାଇପାରେ। କିନ୍ତୁ ସେହି ସମସ୍ୟା ଏତେ ଗମ୍ଭୀର ହୋଇନଥାଏ। ଏମାନଙ୍କୁ କର୍ମ କ୍ଷେତ୍ରରେ ଅସୁବିଧା ର ସମ୍ମୁଖୀନ ହେବାର ସମ୍ଭାବନା ରହିଛି। କିନ୍ତୁ ମହିଳା ମାନଙ୍କ ପାଇଁ ଆସନ୍ତା ସମୟ ଶୁଭଦାୟକ ଅଟେ।
୨. ବୃଷ ରାଶି- ଲକ୍ଷ୍ୟ ହାସଲ କରିବା ନିମନ୍ତେ ଚେଷ୍ଟା ଏବଂ ଯଥା ସମ୍ଭବ ପରିଶ୍ରମ କରିବାକୁ ପଡ଼ିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। କୌଣସି କ୍ଷେତ୍ର ରେ ସମସ୍ୟା ର ସମ୍ମୁଖୀନ ହେବାକୁ ପଡ଼ିବ। ଚାକିରୀ ଏବଂ ବ୍ୟାପାର କ୍ଷେତ୍ରରେ ଉନ୍ନତି ହାସଲ ହେବ।
୩. ମିଥୁନ ରାଶି- ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଆସନ୍ତା ସମୟ ଅନୁକୂଳ ରହିବ। ଏହି ରାଶିର ବ୍ୟକ୍ତି ମାନେ ସମସ୍ତ କ୍ଷେତ୍ରରେ ସଫଳତା ହାସଲ କରିବେ। ପରିବାର ରେ ସୁଖ ଶାନ୍ତି ସ୍ଥାପନ ହେବ।
୪. କର୍କଟ ରାଶି- ଏହି ରାଶିର ବ୍ୟକ୍ତି ଙ୍କ ବୈବାହିକ ଜୀବନ ରେ ସମସ୍ୟା ଆସିବ ଏବଂ ସମସ୍ୟା ର ସମୁଖୀନ୍ନ ହେବାକୁ ପଡ଼ିବ ଏବଂ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ।
୫. ସିଂହ ରାଶି- ଏହି ରାଶି ର ବ୍ୟକ୍ତି ମାନଙ୍କ ଉପରେ ବିଭିନ୍ନ ପ୍ରକାର ସମସ୍ୟା ଆସିବାର ସମ୍ଭାବନା ଅଛି ଏଥିପ୍ରତି ସତର୍କ ହେବେ।ଛାତ୍ରଛାତ୍ରୀ ମାନେ ପରୀକ୍ଷା ରେ ସଫଳତା ପାଇବେ।
୬. କନ୍ୟା ରାଶି- ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଏକ ଉତ୍କୃଷ୍ଟ ସମୟ ଚାହିଁ ରହିଛି। ଏମାନେ ସବୁ କ୍ଷେତ୍ରରୁ ସଫଳତା ଲାଭ କରିବେ। ଶତ୍ରୁ ମାନେ କିଛି କ୍ଷତି କରି ପାରନ୍ତି।ଏଥିପ୍ରତି ସଜାଗ ରୁହନ୍ତି।
୭. ତୁଳା ରାଶି- ଏହି ରାଶିର ବ୍ୟକ୍ତି ମାନେ ସବୁ କ୍ଷେତ୍ରରେ ସତର୍କତା ର ସହ କାର୍ଯ୍ୟ କରନ୍ତୁ ସଫଳତା ଲାଭ କରିବେ। ବ୍ୟବସାୟ କ୍ଷେତ୍ରରେ ଲାଭ ହେବ।
୮. ବିଚ୍ଛା ରାଶି- ଏହି ରାଶିର ବ୍ୟକ୍ତି ମାନଙ୍କୁ ନୂଆ ଚାକିରୀ ର ସଂଯୋଗ ରହିଛି। ଛାତ୍ରଛାତ୍ରୀ ମାନେ ସଫଳତା ପାଇବେ।
୯. ଧନୁ ରାଶି- ଏମାନଙ୍କ ଜୀବନ ସୁଖ ଶାନ୍ତି ରେ ପରିପୂର୍ଣ୍ଣ ରହିବ ଏବଂ ଯୁବକ ଯୁବତୀ ମାନଙ୍କର ବିବାହ ଯୋଗ ରହିଛି।
୧୦. ମକର ରାଶି- ଏହି ରାଶି ର ବ୍ୟକ୍ତି ମାନଙ୍କ ପାରିବାରିକ ଜୀବନ ରେ ସୁଖ ସମୃଦ୍ଧି ସ୍ଥାପନ ହେବ ଏବଂ ନୂତନ କାର୍ଯ୍ୟ ଆରମ୍ଭ କରିବେ ଏବଂ ସଫଳତା ମଧ୍ୟ ଲାଭ କରିବେ।
୧୧. କୁମ୍ଭ ରାଶି- ଆସନ୍ତା ସମୟ ରେ ଏହି ରାଶିର ବ୍ୟକ୍ତି ମାନଙ୍କ ଜୀବନ ରେ ଏଭଳି ଜଣେ ଆସିବେ ଯାହା ସହାୟତାରେ ସବୁ କ୍ଷେତ୍ରରେ ସଫଳତା ଲାଭ କରିବେ। ଏହି ରାଶିର ଆସନ୍ତା ବର୍ଷ ରେ ଯାତ୍ରା ଯୋଗ ମଧ୍ୟ ରହିଛି।
୧୨. ମୀନ ରାଶି- ଏହି ରାଶି ର ବ୍ୟକ୍ତି ମାନେ ବ୍ୟବସାୟ କ୍ଷେତ୍ରରେ ଆଶା ଅନୁଯାୟୀ ସଫଳତା ହାସଲ କରି ପାରିବେ ନାହିଁ। କିନ୍ତୁ ସମାଜରେ ଏହି ରାଶିର ବ୍ୟକ୍ତି ମାନଙ୍କ ମାନ ସମ୍ମାନ ପ୍ରତିଷ୍ଠା ହେବ।
ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।