ଆପଣଙ୍କର ସକାଳରୁ ନେଇ ରାତି ପର୍ଯ୍ୟନ୍ତ Perfect Daet! ପୁରା ଦିନ କ’ ଣ କ’ ଣ ସବୁ ଖାଇବେ ? Dr Satish Gupta

ନମସ୍କାର ବନ୍ଧୁଗଣ, ସୁସ୍ଥ ଜୀବନ ସବୁଠାରୁ ଅଧିକ ମୂଲ୍ୟବାନ ଅଟେ । ତେବେ ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ହେଲେ ସବୁଠାରୁ ଅଧିକ ଗୁରୁତ୍ଵ ଆମକୁ ଆମ ଖାଇବା ପ୍ରତି ଦେବା ଉଚିତ । ଯଦି ଆପଣଙ୍କ ଖାଦ୍ୟ ସ୍ଵାସ୍ଥ୍ୟକର ଥିବ ସକାଳୁ ରାତି ପର୍ଯ୍ୟନ୍ତ ଯଦି ଆପଣ ସଠିକ ଖାଦ୍ୟ ଖାଉଥିବେ ଏବଂ ସଠିକ ଉପାୟରେ ଖାଉଥିବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ସର୍ବଦା ନିରୋଗୀ ରହିବ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଆପଣ ସକାଳୁ ରାତି ପର୍ଯ୍ୟନ୍ତ କଣ ଖାଇ ନିଜର ଡାଏଟକୁ ସବୁଠାରୁ ଉତ୍ତମ ବନାଇପାରିବେ ।

ଆପଣ ସକାଳୁ ଖାଲି ପେଟରେ ଏକ ଗ୍ଳାସ ପାଣିରେ ସତେଜ ଅଧା ଲେମ୍ବୁ ରସ ପକାଇ ଚାହା ଭଳି ସିପ ସିପ କରି ପିଇବା ଉଚିତ । ସବୁବେଳେ ଆପଣଙ୍କୁ ବସିକି ପାଣି ପିଇବା ଉଚିତ । ଏକ ଗ୍ଳାସ ଲେମ୍ବୁ ପଣି ପିଇବା ପରେ ଆପଣ ପୁଣି ଆଉ ଏକ ଗ୍ଳାସ ଲେମ୍ବୁପାଣି ପିଅନ୍ତୁ । ଆପଣଙ୍କୁ ଗୋଟିଏ ଲେମ୍ବୁର ରସ ସକାଳୁ ଆପଣକ ପେଟ ଭିତରକୁ ନେବା ଉଚିତ ।

ଏହା ଆପଣଙ୍କ ଶରୀର ଭିତରେ ଥିବା ସବୁ ଟକସିକକୁ ବାହାର କରିଦେଇଥାଏ । ଆଶିରିଟି ଭଳି ସମସ୍ୟାକୁ ମଧ୍ୟ ଦୂର କରିଦେଇଥାଏ । ଏହାପରେ ଆପଣ ବ୍ରେକଫାଷ୍ଟରେ ଋତୁ ଅନୁଯାୟୀ ହେଉଥିବା ଫଳର ସାଲାଡ ଖାଆନ୍ତୁ ଏକ ପ୍ଳେଟ । ଏଥିରେ ଆପଣ କାକୁଡି, ବିଲାତି, ଗାଜର, ବିଟ, ପାଲକ ପତ୍ର, ମେଥି ପତ୍ର ମଧ୍ୟ ଆପଣ ନେଇପାରିବେ ।

ଶିମଲା ଲଙ୍କା ମଧ୍ୟ ଆପଣ ସକାଳୁ ଖାଇପାରିବେ । ଆପଣ ଫଳ ମଧ୍ୟ ଖାଇପାରିବେ । ଦଲିଆ ଖାଇବା ଆପଣଙ୍କ ଅଧିକ ସ୍ଵାସ୍ଥ୍ୟକର ହୋଇଥାଏ । ଆପଣ ବିନ ଖାଇବା ଉଚିତ । ଖାଇବା ସମୟରେ ଆପଣ ଭଲ ଭାବରେ ଚୋବାଇ ଖାଇବା ଦ୍ଵାରା ଆପଣଙ୍କୁ ସଠିକ ମାତ୍ରାରେ ଗ୍ଳୁକୋଜ ମିଳିଥାଏ । ଶୀଘ୍ର ତରବର ହୋଇ ନ ଖାଇ ଶାନ୍ତିରେ ବସି ଖାଇବା ଆବଶ୍ୟକ ।

ଖାଇବାର ଦୁଇ ଘଣ୍ଟା ପରେ ପାଣି ପିଇବା ଉଚିତ । ଆପଣ ବ୍ରେକଫାଷ୍ଟରେ ଦହି ମଧ୍ୟ ଖାଇପାରିବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ । ରୁଟି ଆପଣ ସକାଳ ସମୟରେ ଖାଇପାରିବେ । ଖାଇବା ସମୟରେ କେବେ କଥା ହୁଅନ୍ତୁ ନାହିଁ । ଏହାଦ୍ୱାରା ଖାଦ୍ୟ ହଜମ ହୋଇନଥାଏ । କଥା ହେବା ଦ୍ଵାରା ବାୟୁ ଖାଇବା ସହ ଆପଣଙ୍କ ପେଟ ଭିତରକୁ ଯାଇଥାଏ ।

ଆଉ ଖାଇବା ମଝିରେ ଏୟାର ରାହିଜାଏ ଯାହା ଫଳରେ ଖାଇବା ହଜମ ହୁଏ ନାହିଁ । ଚାରି ଚାମଚ ମୁଗ, ଏକ ଚଣା, ଏକ ଚାମଚ ମେଥି କୁ ର୍ରଅତିରେ ପାଣିରେ ବତୁରାଇ ସକାଳେ ଏହାକୁ ଗରମ ପାଣିରେ ଧୋଇ ସକାଳୁ ଉଠି ଚୋବାଇ ଖାଇବା ଆପଣଙ୍କ ପାଇଁ ସ୍ଵାସ୍ଥ୍ୟକର ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *