ବନ୍ଧୁଗଣ ପୁରୁଷ ହେଉ ଅବା ମହିଳା ସୁନ୍ଦର କେଶ ତାଙ୍କର ସୁନ୍ଦରତାରେ ଚାରଚାନ୍ଦ ଲଗାଇଦେଇଥାଏ । ହେଲେ ଆଜି କାଲି ଅନେକ ଲୋକଙ୍କର କେଶକୁ ନେଇ ଅନେକ ପ୍ରକାର ସମସ୍ଯା ଦେଖିବାକୁ ମିଳୁଛି । ଯେପରିକି ବୟସ ନହେଉଣୁ ଲୋକଙ୍କର କେଶ ପାଚିବା ଆରମ୍ଭ ହୋଇଯାଉଛି । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ କେଶକୁ ମୂଳରୁ କଳା କରିବାର ଉପାୟ କହିବୁ । ଯାହା ଆପଣ ସଂପୂର୍ଣ୍ଣ ଘରୋଇ ଉପଚାର ମାଧ୍ୟମରେ ନିଜ କେଶକୁ କଳା କରିପାରିବେ ।
ତେବେ ଏହି ଉପଚାର ପାଇଁ ଆପଣଙ୍କୁ ପ୍ରଥମେ ଚା’ ପତିର ଆବଶ୍ୟକତା ରହିଛି । ତେବେ ଚା’ ପତି କେଶକୁ ଧଳାରୁ କଳା କରିବାରେ ବହୁତ ସାହାଜ୍ଯ କରିଥାଏ । ଏଥିରୁ ମିଳୁଥିବା କେଫିନ ନାମକ ଏକ ପଦାର୍ଥ କେଶ ପାଇଁ ବହୁତ ଲାଭଦାୟକ ହୋଇଥାଏ । ତେବେ ଦିତୀୟ ସମଗ୍ରୀ ହେଉଛି ତେଜପତ୍ର । ତେଜପତ୍ର କେଶକୁ ଶୀଘ୍ର ବଢାଇବା ସହ କେଶ ସାଇନିଙ୍ଗ କରିବାରେ ମଧ୍ୟ ସାହାଜ୍ଯ କରିଥାଏ । ତୃତୀୟ ସମଗ୍ରୀଟି ହେଉଛି ରଶୁଣ ।
କେଶରେ ଥିବା ରୂପୀ, ମଇଳା ଭଳି ଅପରିଷ୍କାର ଜିନିଷକୁ କାଡି ମୂଳରୁ କେଶକୁ ପରିଷ୍କାର କରିଦେଇଥାଏ । ପ୍ରଥମେ ଏକ ପତ୍ରରେ 2 ଚାମଚ ଚା’ ପତି ପକାନ୍ତୁ । ତାପରେ 2 ରୁ 3 ଟି ତେଜପତ୍ର ସେଥିରେ ମିଶାନ୍ତୁ । ତାପରେ ସେଥିରେ 1 ପାଖୁଡା ରଶୁଣ ପକାଇ ଦିଅନ୍ତୁ । ତାପରେ ସେଥିରେ 1 ଗ୍ଳାସ ପାଣି ପାତ୍ରରେ ଦେଇ ଦିଅନ୍ତୁ । ତାପରେ 10 ମିନିଟ ପର୍ଯ୍ୟନ୍ତ ଧିମା ଆଞ୍ଚରେ ଏହାକୁ ଗରମ କରନ୍ତୁ ।
ଯେପରିକି ସମସ୍ତ ପୋଷକ ତତ୍ଵ ପାଣି ମଧ୍ୟକୁ ଚାଲି ଆସିବ । ଏହି ଉପଚାରକୁ ଉଭୟ ମହିଳା ଓ ପୁରୁଷ ନିଜ କେଶରେ ବ୍ୟବହାର କରିପାରିବେ । ତେବେ ଆପଣ ଏହି ପ୍ରସ୍ତୁତ କରିଥିବା ରେମିଡିକୁ ଗରମ କରିସାରି ଏକ ପାତ୍ର ମଧ୍ୟକୁ ଛଣା ସାହାଜ୍ଯରେ ଛାଣି କରି ନେଇ ଆସନ୍ତୁ ।
ତେବେ ଆପଣ ଏକ ପାତ୍ରରେ 1 ଚାମଚ କଫି ପାଉଡର ସହ ପ୍ରସ୍ତୁତ କରିଥିବା ରେମିଡି ପାଣିରୁ 2 ରୁ 3 ଚାମଚ ମିଶ୍ରଣ କରିଦିଅନ୍ତୁ । ଏହାପରେ ତାହାକୁ ଗୋଳାଇ ନିଜ କେଶରେ ତୁଳା ବ ବ୍ରଶ ଦ୍ଵାରା ଲଗାଇ ଲଗାନ୍ତୁ । କେଶରେ ଏହାକୁ ଲଗାଇବାର 2 ଘଣ୍ଟା ପରେ କେଶକୁ ୱାଶ କରି ନିଅନ୍ତୁ । ସପ୍ତାହକୁ 2 ରୁ 3 ଥର ଏହାକୁ ନିଜ କେଶରେ ଲଗାଇ ଏହାର ରେଜଲ୍ଟ ନିଜ ଆଖିରେ ଦେଖନ୍ତୁ ।
ଏହା ଆପଣଙ୍କ କେଶକୁ ଘନ, ଲମ୍ବା ଓ କଳା କରିବାରେ ବହୁ ଅଧିକ ଲାଭଦାୟକ ହେବ । ଏହା ଏକ ପ୍ରାକୃତିକ ଘରୋଇ ଉପଚାର ହେତୁ ଆପଣଙ୍କର କେଶରେ କୌଣସି ପ୍ରକାର ସାଇଡଫେକ୍ଟ ଦେଖାଦେବ ନହିଁ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ