ପିରିୟଡ୍ସର କେତେ ଦିନ ପରେ ଜଣେ ମହିଳା ପ୍ରେଗନେଣ୍ଟ ହୁଅନ୍ତି (Pregnancy after Periods)

ନମସ୍କାର ବନ୍ଧୁଗଣ, ଗର୍ଭବତୀ ହେବା ପାଇଁ ସବୁଠାରୁ ମୁଖ୍ୟ ହୋଇଥାଏ ମହିଳାଙ୍କ ପିରିଅଡ ଏହି ପିରିଅଡ ପାଇଁ ହିଁ ମହିଳାଙ୍କ ଠାରେ ଗର୍ଭଧାରଣ କ୍ଷମତା ଆସିଥାଏ । ଏହି କଥା ହୁଏତ କିଛି ଜଣଙ୍କୁ ଜଣା ଥିବ ସେଥିପାଇଁ ଆଜି ଆମେ ଆପଣ ମାନଙ୍କୁ ସମ୍ପୂର୍ଣ ଭାବରେ ଜଣାଇବା ପାଇଁ ଯାଉଛୁ କି ପିରିଅଡର କେତେଦିନ ପରେ ଆପଣ ପ୍ରେଗନେଣ୍ଟ ହୋଇଥାନ୍ତି ବା ସମ୍ପର୍କ ରଖିବା ଦ୍ଵାରା ଗର୍ଭଧାରଣ ହୋଇଥାଏ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଆପଣଙ୍କ ମନରେ ଗର୍ଭଧାରଣକୁ ନେଇ ଉଠୁଥିବା ପ୍ରଶ୍ନର ଉତ୍ତର ସମ୍ପର୍କରେ ।

ମହିଳାଙ୍କ ମାସିକ ଋତୁଚକ୍ର ମଧ୍ୟରେ ଫରଟାଇଲ ସମୟ ଆସିଥାଏ । ଯଦି ଆପଣ ଏହି ସମୟରେ ସମ୍ପର୍କ ରଖିବେ ତେବେ ଗର୍ଭଧାରଣ ହେବାର ବହୁତ ଅଧିକ ସମ୍ଭାବନା ରହିଥାଏ । ଏହି ଫରଟାଇଲ ସମୟର ପୂର୍ବରୁ କିମ୍ବା ପରେ ସମ୍ପର୍କ ରଖିଲେ ଗର୍ଭଧାରଣ ହୋଇନଥାଏ । ପ୍ରତ୍ୟକ ମାସ ଋତୁସ୍ରାବ ସମୟରେ ଓଭାରି ତଥା ଅଣ୍ଡାଶୟରୁ ଏକ ଅଣ୍ଡା ବାହାରିଥାଏ ।

ଏହି ଅଣ୍ଡା ବାହାରିବାର ଦୁଇ ଦିନ ପୂର୍ବରୁ କିମ୍ବା ଅଣ୍ଡା ବାହାରିବାର ସମୟରେ ଯଦି ସମ୍ପର୍କ ଆପଣ ରଖିବେ ତେବେ ଗର୍ଭଧାରଣ ହେବାର ସମ୍ଭାବନା ଶତ ପ୍ରତିଶତ ହୋଇଥାଏ । ଏହି ସମୟକୁ ଫରଟାଇଲ ପିରିଅଡ ବୋଲି କୁହାଯାଏ । ଅଣ୍ଡା ବାହାରିବାର ପ୍ରକ୍ରିୟାକୁ ଓଭୁଲେସନ ବୋଲି କୁହାଯାଏ । ଯଦି ଆପଣଙ୍କ ପିରିଅଡ 28 ରୁ 30 ଦିନ ବ୍ୟବଧାନ ଭିତରେ ହେଉଥାଏ ତେବେ ଆପଣଙ୍କ ଅଣ୍ଡାଶୟ ରୁ ଅଣ୍ଡା ବାହାରିବାର ସମୟ ହୋଇଥାଏ ଆପଣଙ୍କ ପିରିଅଡ ହେବାର 14 କିମ୍ବା 15 ଦିନରେ ।

ଆପଣ ଗର୍ଭବତୀ ହେବାକୁ ଚାହୁଁଥିଲେ ପିରିଅଡ ହେବାର ୧୧ ଦିନ ପରଠାରୁ ୧୮ ଦିନ ଭିତରେ ଲଗାତାର ସମ୍ପର୍କ ରଖିବା ପାଇଁ ଚେଷ୍ଟା କରିବେ । କାରଣ ଏହି ସମୟରେ ପ୍ରେଗନେଣ୍ଟ ହେବାର ସମ୍ଭାବନା ବହୁତ ଅଧିକ ରହିଥାଏ । ଆପଣ ଧ୍ୟାନ ରଖିବେ ଆପଣଙ୍କୁ ଏହି ସମୟରେ ଦିନେ ଛାଡି ଦିନେ ସମ୍ପର୍କ ରଖିବା ଆବଶ୍ୟକ । ଅଣ୍ଡା ବାହାରିବା ସମୟରେ ସମ୍ପର୍କ ର୍ରଖିବା ଦ୍ଵାରା ପୁରୁଷ ମାନଙ୍କ ସ୍ପର୍ଶ ଯାଇ ବାହାରୁଥିବା ଅଣ୍ଡା ସଂସ୍ପର୍ଶରେ ଆସିଥାଏ ।

ପୁରୁଷ ମାନଙ୍କ ଲକ୍ଷ ଲକ୍ଷ ସ୍ପର୍ମ ଭିତରୁ ସଂଘର୍ଷ କରି ଅଣ୍ଡା ପାଖରେ ସବୁଠାରୁ ସୁସ୍ଥ ଏବଂ ମଜବୁତ ସ୍ପର୍ମ ପହଞ୍ଚିଥାଏ । ଯାହା ଅଣ୍ଡା ଭିତରକୁ ପ୍ରବେଶ କରିଯାଏ । ଆଉ ଏହା ପରେ ଆରମ୍ଭ ହୋଇଯାଏ ଗର୍ଭଧାରଣ ହେବାର ପ୍ରକ୍ରିୟା । ଗର୍ଭ ଧାରଣ ହେବାର କିଛି ସପ୍ତାହ ପରେ ଆପଣଙ୍କ ଠାରେ ଅନେକ ଲକ୍ଷଣ ଦେଖା ଯିବ ଯେଭଳି ବାନ୍ତି ଲାଗିବ, ମୁଣ୍ଡ ବୁଲାଇବ, ଭୋକ ହେବନି ଇତ୍ୟାଦି ।

ଆଉ ଯଦି ଆପଣ ଏଥିରୁ ମଧ୍ୟ ଜାଣିପାରିବେ ନାହିଁ ତେବେ ଆପଣଙ୍କ ସେହି ମାସରେ ହେବାକୁ ଥିବା ପିରିଅଡ ଆଉ ହୋଇନଥାଏ ସମୟରେ ଆଉ ତାହା ପରେ ଯାଇ ଆପଣ ଏକ ମାସ ପରେ ଜାଣିଥାନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *