ଏହି 7 ଟି କଥା ସବୁବେଳେ ଗୁପ୍ତ ରଖିବେ ଅନ୍ଯଥା ବହୁତ ପସ୍ତେଇବେ… (Buddha Story)

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମନୁଷ୍ୟ ସମାଜରେ ବାସ କରିଥାଏ । ଯେହେତୁ ସେ ଏକ ସାମାଜିକ ପ୍ରାଣୀ ତେବେ ସେ ସମସ୍ତଙ୍କ ସହିତ ମିଳାମିଶା କରିବାକୁ ପସନ୍ଦ କରିଥାଏ । ସମସ୍ତଙ୍କ ସହିତ ମିଶିକି ଚଳିବା ସହିତ ଦରକାର ପଡିଲେ । ନିଜର ମନର କଥାକୁ ମଧ୍ୟ ସେ ଅନ୍ୟ କାହାରି ଆଗରେ ମଧ୍ୟ ପ୍ରକାଶ କାରୋଦେଇଥାଏ । ତେବେ ଜୀବନରେ ଅନ୍ୟ ଆଗରେ ଏହି ୭ ଟି କଥାକୁ କେବେ ମଧ୍ୟ ପ୍ରକାଶ କରିବା ଉଚିତ ନୁହେଁ ।

ତେବେ ଚାଲନ୍ତୁ କଣ ସେହି ୭ ଟି ଗୁରୁତ୍ଵପୂର୍ଣ୍ଣ କଥା ସେହି ବିଷୟରେ ଆଲୋଚନା କରିବା । ପ୍ରଥମେ ନିଜର ଆର୍ଥିକ ସମସ୍ଯା ବିଷୟରେ କାହା ନିକଟରେ ପ୍ରକାଶ କରିବା ଅନୁଚିତ । ଦିତୀୟରେ ଆପଣଙ୍କର ରୋଜଗାର, ଧନ ଓ ସମ୍ପତ୍ତି ଗତ ତଥ୍ୟ ଯେକୌଣସି ଲୋକ ଆଗରେ ଜଣାଇବା ଠିକ ହୋଇନଥାଏ । କାରଣ ନିଜର ଆର୍ଥିକ ଅବସ୍ତା ଖରାପ ଥିଲେ ।

କିଛି ଲୋକ ତୁମ ଅସହାୟତାର ଫାଇଦା ନେବାକୁ ଚାହିଁଥାନ୍ତି । ଅପର ପକ୍ଷରେ ଯଦି ଆର୍ଥିକ ସ୍ଥିତି ଭଲ ରହିଥାଏ । ତେବେ ଲୋକ ତା’ କୁ ଦେଖି ମଧ୍ୟ ଈର୍ଷା କରିଥାନ୍ତି । ତୃତୀୟରେ ବ୍ୟକ୍ତି ଭାବିଥିବା ନିଜର ସ୍ଵପ୍ନ ବିଷୟରେ ସ୍ଵପ୍ନ ପୂରଣ ହେବା ପୂର୍ବରୁ କାହାକୁ ଜଣାଇବା ଉଚିତ ନୁହେଁ । ସ୍ଵପ୍ନକୁ ସାକାର କରିସାରିବା ପରେ  ତ ସବୁ ଲୋକ ଧୀରେ ଧୀରେ କରି ଏହି କଥା ବିଷୟରେ ଜାଣିଯିବେ । ତେବେ ଆଗରୁ ସ୍ଵପ୍ନ ବିଷୟରେ କହିବା ଉଚିତ ହୋଇନଥାଏ।

ଚତୁର୍ଥରେ ଘର ପରିବାର କୌଣସି ସମସ୍ଯା ଅନ୍ୟ ଆଗରେ ପ୍ରକାଶ କରିବା ଉଚିତ ହୋଇନଥାଏ । କାରଣ ନିଜ ଘର କଥା ନିଜ ଘରେ ହିଁ ସମାଧାନ କରିଦେବା ସବୁଠାରୁ ଉତ୍ତମ କଥା ହୋଇଥାଏ । ଅନ୍ୟ ଆଗରେ ନିଜର ସମସ୍ଯା ଜଣାଇବା ଦ୍ଵାରା କିଛି ଲୋକ ଏହି କଥାର ଫାଇଦା ଉଠାଇବାକୁ ଚାହିଁ ଘରର କ୍ଷତି ମଧ୍ୟ କରିଥାନ୍ତି ।

ପଞ୍ଚମରେ ବ୍ୟକ୍ତିର ଦୁର୍ବଳତା ଅନ୍ୟ ଆଗରେ କହିବା ଉଚିତ ହୋଇନଥାଏ । କାରଣ ସମସ୍ତ ବ୍ୟକ୍ତି ବିଶେଷଙ୍କ ପାଖରେ କିଛି ନା କିଛି ଦୋଷ ଦୁର୍ବଳତା ରହିଥାଏ । କାରଣ କୌଣସି ମନୁଷ୍ୟ ବି ସଂପୂର୍ଣ୍ଣ ରୂପେ ସଂପୂର୍ଣ୍ଣ ହୋଇନଥାଏ । ତେବେ ଯଦି ଜଣେ ବ୍ୟକ୍ତି ଆଣି ଆଗରେ ନିଜର ଦୁର୍ବଳତା କହିଥାଏ । ତେବେ ତା’ ର ଦୁର୍ବଳତାକୁ କିଛି ଲୋକେ ଅନ୍ୟ ଆଗରେ ମଜାକ ଉଡାଇଥାନ୍ତି ।

ଷଷ୍ଠରେ ନିଜର ଅଧିକ ପ୍ରଶଂସା ମଧ୍ୟ କାହା ଆଗରେ କରିବା ଉଚିତ ହୋଇନଥାଏ । ଯଦି ଜଣେ ବ୍ୟକ୍ତି ସତରେ ବୁଦ୍ଧିମାନ ଓ ଗୁଣବାନ ହୋଇଥାଏ । ତେବେ ଲୋକେ ଧୀରେ ଧୀରେ ତାକୁ ଜାଣିବା ପରେ ତାକୁ ପ୍ରସଂଶା କରିବେ । ସେଥିପାଇଁ ନିଜେ ନିଜର ପ୍ରଶଂଷା ଅନ୍ୟ ଆଗରେ କରିଦେବା ଉଚିତ ନୁହେଁ ।

ସପ୍ତମରେ ବ୍ୟକ୍ତି କରିଥିବା କୌଣସି ଭଲ କାର୍ଯ୍ୟ କାହାକୁ କରିଥିବା ସାହାଜ୍ଯ ସହଯୋଗ ବିଷୟରେ ଅନ୍ୟ ଆଗରେ କୁହନ୍ତୁ ନାହିଁ । କାରଣ ଯଦି ନିଜେ କାହାର ଭଲ କରିକି ଅନ୍ୟ ଆଗରେ ଜଣାଇଦେବେ । ତେବେ ବ୍ୟକ୍ତି ଯେଉଁ ଭଲ କାର୍ଯ୍ୟ କରିଥାଏ । ତାହାର ମୂଲ୍ୟ ନିଷ୍ଫଳ ହୋଇଯାଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *