ନାରୀ କେତେ ପ୍ରକାରର ଓ କେଉଁ ନାରୀକୁ ବିବାହ କଲେ ପୁରୁଷ ହୋଇଥାଏ ଧନବାନ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନାରୀ ମାନେ ସାକ୍ଷାତ ଦେବୀର ଏକ ଅଂଶ ବିଶେଷ ହୋଇଥାନ୍ତି । ତେଣୁ ନାରୀ ସର୍ବଦା ପୂଜନୀୟ ଓ ବନ୍ଦନୀୟା । ଦୁନିଆରେ ଅନେକ କିସମର ନାରୀ ଦେଖିବାକୁ ମିଳିଥାନ୍ତି । ଶାସ୍ତ୍ର ଅନୁସାରେ ନାରୀ ମାନଙ୍କୁ ସେମାନଙ୍କର ଗୁଣ, ବ୍ୟବହାର, ଆଚାର ଓ ବିଚାର ଲକ୍ଷ କରି ୪ ଭାଗରେ ବିଭକ୍ତ କରାଯାଇଛି । ଏହା ସହିତ କିପରି ଝିଅଙ୍କୁ ବିବାହ କରିବା ଦ୍ଵାରା ବୈବାହିକ ଜୀବନ ଭଲରେ କଟିଥାଏ ।

ନାରୀ ମାନଙ୍କର ୪ ଟି ରୂପ ହେଉଛି ପଦ୍ମିନୀ, ହସ୍ତିନୀ, ଚିତ୍ରିଣୀ ଓ ଶଙ୍ଖିନୀ । ନାରୀଙ୍କର ଏହି ୪ ଟି ରୂପରୁ ପଦ୍ମିନୀ ସ୍ଵଭାବର ନାରୀଙ୍କୁ ଶାସ୍ତ୍ରରେ ସର୍ବଶ୍ରେଷ୍ଟ ମାନ୍ୟତା ଦିଆଯାଇଛି । ଏପରି ନାରୀ ଦୁନିଆରେ ବହୁତ କମ୍ ସଂଖ୍ୟକ ଦେଖିବାକୁ ମିଳିଥାନ୍ତି । ଏପରି ଝିଅଙ୍କୁ ବିବାହ କରିବା  ଦ୍ଵାରା ପୁରୁଷଙ୍କର ଭାଗ୍ୟ ବଦଳି ଯାଇଥାଏ ।

ପଦ୍ମିନୀ ସ୍ଵଭାବର ନାରୀ ମାନେ ସରଳ, ବିଶ୍ଵାସୀ, ପରଉପକରୀ, ସଂସ୍କାରୀ ଓ ଧାର୍ମିକ ମନ ବୃତ୍ତି ଥିବା ନାରୀ ଅଟନ୍ତି । ଏପରି ନାରୀ ମାନେ ଉଭୟ ବାପ ଘର ଓ ଶାଶୁ ଘରର ହିତକାରିଣୀ ହୋଇଥାନ୍ତି । ଏହି ନାରୀ ମାନେ ଅତ୍ୟନ୍ତ ସୁନ୍ଦରୀ ଓ ଏମାନଙ୍କ ଶରୀରରୁ ପଦ୍ମ ଫୁଲର ମହକ ଆସୁଥାଏ  ତେଣୁ ଏମାନଙ୍କୁ ପଦ୍ମିନୀ ନାରୀର ଆକ୍ଷା ମିଳିଥାଏ ।

ଦିତୀୟରେ ଯେଉଁ ନାରୀ ମାନେ ଚିତ୍ରିଣୀ ସ୍ଵଭାବର ହୋଇଥାନ୍ତି । ସେମାନେ ପତିବ୍ରତା ନାରୀ ହୋଇଥାନ୍ତି । ଏମାନେ ନିଜ ସ୍ଵାମୀକୁ ବହୁତ ଅଧିକ ଭଲ ପାଇଥାନ୍ତି । ଏମାନେ ଅନ୍ୟକୁ ସ୍ନେହ ଆଦର କରିଥାନ୍ତି । ଏହି ଝିଅ ମାନେ ନିଜକୁ ସୁସଜ୍ଜିତ କରି ରଖିବାକୁ ଅଧିକ ରୁଚି ରଖିଥାନ୍ତି । ଏମାନଙ୍କର ଭୋଗବିଲାଶ କରିବାରେ ଅଧିକ ମନ ରଖିନଥାନ୍ତି । ଏହି ଝିଅ ମାନେ ପରିଶ୍ରମ କମ୍ କରିଥାନ୍ତି ସତ କିନ୍ତୁ ବିଚକ୍ଷଣ ବୁଦ୍ଧି ଏହି ଝିଅ ମାନଙ୍କ ପାଖରେ ଥାଏ ।

ତୃତୀୟରେ ଶଙ୍ଖିନୀ ଜାତିର ମାନେ ଲମ୍ବା ଶରୀର ଧାରୀ ହୋଇଥାନ୍ତି । ଏପରି ଝିଅ ମାନେ ରାଗୀ ସ୍ଵଭାବର ହୋଇଥାନ୍ତି । ଏମାନେ ଛୋଟ ଛୋଟ କଥାରେ ଚିଡିଚିଡି ସ୍ଵଭାବର ହୋଇଯାଇଥାନ୍ତି । ଏମାନେ ବହୁତ ଶୀଘ୍ର କୌଣସି କାର୍ଯ୍ୟରେ ସନ୍ତୁଷ୍ଟ ହୋଇନଥାନ୍ତି । ଏହି ଝିଅ ମାନେ ବହୁତ ସମୟ ଭୋଗ ବିଳାସରେ ବିତେଇଥାନ୍ତି । ଏହି ଝିଅମାନେ ଅନ୍ୟର ଚୁଗୁଲାମୀ କରିବାରେ ମାହିର ହୋଇଥାନ୍ତି ।

ଚତୁର୍ଥରେ ହସ୍ତିନୀ ଜାତିର ଲୋକମାନେ କୌଣସି ଏକ ପ୍ରକାର ସ୍ଵଭାବରେ ରହିନଥାନ୍ତି । ଏହି ନାରୀ ବିଭିନ୍ନ ସମୟରେ ନିଜର ରୂପ, ଗୁଣ ବଦଳାଇଥାନ୍ତି।ଏହି ଝିଅ ମାନେ ମିଳାପୀ ପ୍ରକୃତିର ହେବା ସହିତ କଥା କଥାରେ ହସିଥାନ୍ତି । ଏହି ଝିଅ ମାନଙ୍କୁ ସୁନ୍ଦର ଓ ଗୁଣବାନ ସ୍ଵାମୀ ମିଳିଥାନ୍ତି । ଏହି ଝିଅ ମାନେ ପୂଜାପାଠରେ ଏତେ ମାତ୍ରାରେ ବିଶ୍ବାସ କରିନଥାନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *