Ajira Anuchinta- ଅର୍ଥ ବୃଦ୍ଧି ପାଇଁ ପାଳନ କରନ୍ତୁ ଏହି ନିୟମ ! ଟଙ୍କାର ଅଭାବ ରହିବନି…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକଟି ମଣିଷଙ୍କ ଜୀବନରେ ଧନର ନିହାତି ଆବଶ୍ୟକତା ରହିଥାଏ । କାରଣ ଟଙ୍କା ଦ୍ଵାରା ମଣିଷ ତା’ ର ଦରକାରୀ ଜିନିଷ କିଣିବା ସହିତ ତା’ ର ସମସ୍ତ ଆବଶ୍ୟକତାକୁ ପୂରଣ କରିବା ସକ୍ଷମ ହୋଇପାରିଥାଏ । ଟଙ୍କା କମାଇବାକୁ ପ୍ରତ୍ଯେକଟି ବ୍ୟକ୍ତି କିଛି ନା କିଛି ରୋଜଗାରର ପନ୍ଥା ଅବଲମ୍ବନ କରିଥାଏ। ଆଜି ଆପଣ ମାନେ ଧନ କମାଇବା ସହ ଧନ ଅଧିକ ବଢାଇବାର ଉପାୟ ବିଷୟରେ ଜାଣିବାକୁ ପାଇବେ ।

ଟଙ୍କା ଗଣିବା ସମୟରେ ଏପରି କିଛି ବ୍ୟକ୍ତି ଥାଆନ୍ତି । ଯେଉଁ ମାନେ ଟଙ୍କାକୁ ଛେପ ଲଗାଇ ଗଣିଥାନ୍ତି । ସେପରି କାର୍ଯ୍ୟ ଭୁଲ୍ ରେ ମଧ୍ୟ କରିବା ଉଚିତ ନୁହେଁ । ଟଙ୍କା ଗଣିବା ସମୟରେ ସର୍ବଦା ବାହାର ପଟରୁ ଭିତର ଆଡକୁ କରି ଟଙ୍କା ଗଣିବା ଉଚିତ । ଏପରି କରିବା ଦ୍ଵାରା ମା ଲକ୍ଷ୍ମୀଙ୍କର ଆପଣଙ୍କ ଘର ପ୍ରତି ଆଗମନ ହୋଇଥାନ୍ତି ।

ଯଦି କୌଣସି ବ୍ୟକ୍ତି ପାଖରୁ ଚିରା ଫଟା ଟଙ୍କା ପାଇଥାନ୍ତି । ତାହାକୁ ସେହି ବ୍ୟକ୍ତିକୁ ପୁନଶ୍ଚ ଫେରାଇବା ଉଚିତ ନୁହେଁ । ଯଦି ସମ୍ଭବ ତେବେ ସେହି ଟଙ୍କା ଆଣି ବାଙ୍କରେ ଜମା କରିଦେବା ଉଚିତ । ଏପରି କରିବା ଦ୍ଵାରା ଟଙ୍କାର ଅପମାନ ହୋଇନଥାଏ । ଟଙ୍କା ରଖୁଥିବା ପର୍ସକୁ ସବୁବେଳେ ପରିଷ୍କାର କରି ରଖନ୍ତୁ । ସେଥିରେ କୌଣସି ପ୍ରକାର ଅଦରକାରୀ ଜିନିଷକୁ ରଖନ୍ତୁ ନାହିଁ ।

ପୁରୁଣା ପର୍ସ କିମ୍ବା ଚିରା ଫଟା ପର୍ସକୁ ବ୍ୟବହାର କରିବା ଅନୁଚିତ । କାରଣ ଗୋଟିଏ ପର୍ସକୁ ୧ ବର୍ଷରୁ ଅଧିକ ସମୟ ବ୍ୟବହାର କରିବା ଦ୍ଵାରା ଟଙ୍କା କମାଇବାରେ ବାଧା ଉପୁଜି ଥାଏ । ପୁରୁଣା ପର୍ସକୁ ଏଣେତେଣେ ନଫିଙ୍ଗୀ ତାକୁ ଓସ୍ତ ଗଛ କିମ୍ବା କୌଣସି ଗଛ ମୂଳେ ରଖିଦେବା ଉଚିତ । ଟଙ୍କାକୁ ପର୍ସରେ ମୋଡି କରି ରଖନ୍ତୁ ନାହିଁ ବଂର ଟଙ୍କାକୁ ସଜେଇ ରଖନ୍ତୁ ।

ଏପରି କରିବା ଦ୍ଵାରା ମା ଲକ୍ଷ୍ମୀ ସଦା ସର୍ବଦା ଆପଣଙ୍କ ଉପରେ ପ୍ରସନ୍ନ ରହିଥାନ୍ତି । ଟଙ୍କା ରଖୁଥିବା ବାକ୍ସ ବା ଆଲମାରୀକୁ ବର୍ଷକୁ ଥରେ ଗଙ୍ଗାଜଳରେ ଧୋଇ ପରିଷ୍କାର କରି ରଖିବା ଉଚିତ । କାରଣ ମା ଲକ୍ଷ୍ମୀ ସର୍ବଦା ପରିଷ୍କାର ସ୍ଥାନରେ ରହିବାକୁ ପସନ୍ଦ କରିଥାନ୍ତି । ଅର୍ଥକୁ ଏଠି ସେଠି ବା ସମସ୍ତଙ୍କ ନଜରରେ ରଖିବା ଅନୁଚିତ ।

ଟଙ୍କାକୁ ସର୍ବଦା କୌଣସି ନିର୍ଦ୍ଧିଷ୍ଟ ସ୍ଥାନରେ ରଖିବା ଉଚିତ । ବିନା ସୁଧରେ କାହାକୁ କେବେ ଟଙ୍କା ଦେବା ଉଚିତ ନୁହେଁ । ମଙ୍ଗଳବାର ଦିନ କେବେ ମଧ୍ୟ କାହା ଠାରୁ ଟଙ୍କା କରଜ କରନ୍ତୁ ନାହିଁ କିନ୍ତୁ କାହା ଠାରୁ ଆଣିଥିବା ଟଙ୍କାକୁ ମଙ୍ଗଳବାର ଦିନ ସୁଝିପାରିବେ । ଶ୍ରୀ ଜନ୍ତ୍ର ବା ନାଲି କପଡାରେ ଗୁଡାହୋଇଥିବା ନଡିଆ ମା ଲକ୍ଷ୍ମୀଙ୍କ ପାଖରେ ରଖିବା ଶୁଭ ଅଟେ। ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *