ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଚଳିତ ମାସ ୨୫ ତାରିଖରେ ସୂର୍ଯ୍ୟ ପରାଗ ଲାଗୁଛି । ଅକ୍ଟୋବର ୨୪ ତାରିଖ ପ୍ରାତଃ ୪ ଟା ୫୮ ମିନିଟ ଠାରୁ ଦେବ ନୀତି ଓ ପାକ ନୀତି ବର୍ଜିତ କରଯାଉଛି । ଅକ୍ଟୋବର ୨୬ ତାରିଖ ଭୋର ୫ ତା ୪୬ ମିନିଟ ପରେ ସୂର୍ଯ୍ୟ ଦର୍ଶନ କରି ସ୍ନାନ କରିପାରିବେ । ତାପରେ ଆପଣ ଦେବନୀତି ଓ ପାକନୀତି ଆରମ୍ଭ କରିପାରିବେ । ଦୀର୍ଘ ୫୦୦ ବର୍ଷ ପରେ ଏପରି ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେବା ପାଇଁ ଯାଉଛି । ଏହା ସମଗ୍ର ବିଶ୍ଵ ପାଇଁ ଶୁଭ ସୂଚିତ କରୁନାହିଁ ।
ତେଣୁ ଏଥିପ୍ରତି ଲୋକ ମାନେ ଅଧିକ ସଚେତନ ହୋଇ ରହିବାକୁ ପଡିବ । ସୂର୍ଯ୍ୟ ପରାଗ ସମୟରେ ମୁଖତଃ ୨ ଟି କଥା ଉପରେ ଗୁରୁତ୍ଵ ଦିଆଯାଇଥାଏ । ଦେବନୀତି ଓ ପାକ ନୀତିକୁ ବାରଣ କରାଯାଇଥାଏ । ବହୁତ ଲୋକ ପାକନୀତିକୁ ପାଳନ ନକରି ରୋଷେଇ କରି ଖାଇଥାନ୍ତି । ଏହା କରିବା ଜମାରୁ ଶୁଭ ହୋଇନଥାଏ । ତେଣୁ ଆପଣ ଚାହିଁଲେ ସେହି ସମୟ ଅବଧି ମଧ୍ୟରେ ଫଳମୂଳ କିମ୍ବା ଶୁଖିଲା ଖାଦ୍ୟ ଖାଇପାରିବେ ।
ସୂର୍ଯ୍ୟ ପରାଗ ଲାଗିଥିବା ସମୟରେ ଛୋଟ ପିଲା ଓ ବୃଦ୍ଧ କିମ୍ବା ରୋଗୀ ବ୍ୟକ୍ତିଙ୍କୁ ଛାଡି ଅନ୍ୟ ମାନେ ଖାଦ୍ୟ ସେବନ କରିବା ଉଚିତ ହୋଇନଥାଏ । ଯଦି ଆମେ ନୀତି ବିରୁଦ୍ଧ କାର୍ଯ୍ୟ କରିଥାଉ । ତାହାର ପରିଣାମ ସମଗ୍ର ବିଶ୍ଵକୁ ଭୋଗିବାକୁ ପଡିଥାଏ । ଯାହା ଦ୍ଵାରା ଅସମୟରେ ବିଭିନ୍ନ ପ୍ରକାର ଦୁର୍ବିପାକ ତଥା ବହୁ ମୁଖ୍ୟ ଅସୁବିଧାର ସାମ୍ନା କରିବାକୁ ବିଶ୍ଵବାସିଙ୍କୁ ପଡିଥାଏ ।
ବିଶେଷ କରି ଗର୍ଭବତୀ ମହିଳା ମାନେ ଏହି ସମୟରେ ନିଜକୁ ଅଧିକ ସୁରକ୍ଷା ପ୍ରଦାନ କରିବା ଉଚିତ । କାରଣ ଏହି ସମୟରେ ସୂର୍ଯ୍ୟ ପରାଗର କୁପ୍ରଭାବ ଉଭୟ ମା ଓ ଗର୍ଭସ୍ଥ ସନ୍ତାନ ଉପରେ ପଡିବାର ଆଶଙ୍କା ରହିଥାଏ । ତେଣୁ ଏହି ସମୟ ମଧ୍ୟରେ କୌଣସି ପରିସ୍ଥିତିରେ ବି ବାହାରକୁ ଯିବାକୁ ବର୍ଜନ କରାଯାଇଛି ।
ଏହି ସମୟରେ ଛୁଞ୍ଚି ସୂତା ଦ୍ଵାରା ସିଲେଇ କରିବା କିମ୍ବା କୌଣସି ଧାରୁଆ ଅସ୍ତ୍ର ଧରି କିଛି ଜିନିଷ କଟାକଟି କରିବା ଜମାରୁ ଶୁଭଫଳ ପ୍ରଦାନ କରିନଥାଏ । ଏହି ସୂର୍ଯ୍ୟ ପରାଗ ୮ ଟି ରାଶି ପାଇଁ ଶୁଭ ବିବେଚିତ ହେଉଥିବା କାରଣରୁ ସେହି ରାଶିର ବ୍ୟକ୍ତିବିଶେଷ ମାନଙ୍କର ବହୁ ବିଧ ସମସ୍ଯାର ସମାଧାନ ହୋଇଯିବ ।
ଏହା ବ୍ଯତୀତ ୧୨ ଟି ରାଶି ମଧ୍ୟରୁ ୪ ଟି ରାଶି ଉପରେ ସୂର୍ଯ୍ୟ ପରାଗର ସମୟ ଅଶୁଭ ହେବା ପାଇଁ ଯାଉଛି । ମିଥୁନ, କର୍କଟ, କନ୍ୟା, କୁମ୍ଭ, ବୃଷ, ମେଷ, ଧନୁ ଓ ମୀନ ଏହି ୮ ଟି ରାଶି ପାଇଁ ଶୁଭ ରହିବା ବେଳେ ଅନ୍ୟ ୪ ଗୋଟି ରାଶିଙ୍କ ପାଇଁ ସୂର୍ଯ୍ୟ ପରାଗର ସମୟ ଭଲ ରହୁନାହିଁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ