Jyotish Shastra- ଗଙ୍ଗା ପରି ପବିତ୍ର ହୋଇଥାନ୍ତି ଏହି 5 ଟି ରାଶିର ଝିଅ, ଆପଣଙ୍କ ରାଶି ବି ଏଥିରେ ଥାଇପାରେ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନାରୀ ମାନେ ଦେବୀ ସ୍ଵରୁପା ହୋଇଥାନ୍ତି । ନାରୀ ମାନଙ୍କର ବିଭିନ୍ନ ପ୍ରକାର ରୂପ ରହିଥାଏ । କେତେବେଳେ ସେ ଜଣଙ୍କ ଘରର ଝିଅ, ଭଉଣୀ ହୋଇଥିବା ବେଳେ ଅନ୍ୟ କାହା ଘରେ ବୋହୁ, ଭାଉଜ ହୋଇଥାନ୍ତି । ଏହା ସହିତ ଦୁନିଆର ସର୍ବଶ୍ରେଷ୍ଟ ପଦବୀ ମା’ ର ସ୍ଥାନ ମଧ୍ୟ ଝିଅ ମାନେ ପାଇଥାନ୍ତି । ଆଜି ଆପଣ ମାନେ ଜାଣିବାକୁ ପାଇବେ । କେଉଁ ରାଶିର ଝିଅ ମାନେ ଗଙ୍ଗା ଭଳି ପବିତ୍ର ହୋଇଥାନ୍ତି ।

ମେଶ ରାଶି ;- ଏହି ରାଶିର ଝିଅ ମାନେ ସତ କହିବାକୁ ପସନ୍ଦ କରିଥାନ୍ତି । ମିଛ କହିବାକୁ ସଦା ସର୍ବଦା ଡରିଥାନ୍ତି । ସବୁ କାମକୁ ସଚୋଟ ପଣିଆ ସହ କରିଥାନ୍ତି । ଏମାନଙ୍କର ଚରିତ୍ର ବହୁତ ହିଁ ଉତ୍ତମ ହୋଇଥାଏ । ଏମାନେ ଅନ୍ୟର ଭାବନାକୁ ସମ୍ମାନ କରିବା ବହୁତ ଭଲ ଭାବରେ ଜାଣିଥାନ୍ତି ।

ମିଥୁନ ରାଶି ;- ଏହି ରାଶିର ଝିଅ ମାନେ ଅନ୍ୟ କାହାର ଦୁଃଖ ଦେଖି ପାରିନଥାନ୍ତି । ଏହି ମିଥୁନ ରାଶିର ଝିଅ ମାନେ ଥରେ ଯାହାକୁ ଭଲ ପାଇଥାନ୍ତି । ନିଜ ସାରା ସେହି ବ୍ୟକ୍ତିର ହାତ କେବେ ମଧ୍ୟ ଛାଡି ନଥାନ୍ତି । ତାଙ୍କ ଜୀବନସାଥିକୁ ନିଜ ଠାରୁ ବହୁତ ଅଧିକ ଭଲ ପାଇଥାନ୍ତି ।

ସିଂହ ରାଶି ;- ସିଂହ ରାଶିର ଝିଅ ନିଜକୁ ଅଧିକ ଭଲ ପାଇବା ସହ ଅନ୍ୟ ପ୍ରତି ମଧ୍ୟ ସ୍ନେହ, ଆଦର ଓ ସମ୍ମାନ ରଖିଥାନ୍ତି । ଏହି ସିଂହ ରାଶିର ଝିଅ ମାନଙ୍କର ଚରିତ୍ର ଗଙ୍ଗା ଭଳି ପବିତ୍ର ହୋଇଥାଏ । ଏମାନେ ନିଜ ପାର୍ଟନରକୁ ସବୁ ବେଳେ ଖୁସିରେ ରଖିଥାନ୍ତି । ଏହା ସହିତ ତାଙ୍କର ଦାମ୍ପତ୍ୟ ଜୀବନ ବହୁତ ପ୍ରେମମୟ ରହିଥାଏ । ନିଜ ପାର୍ଟନର ଛଡା ଅନ୍ୟ କେଉଁ ପୁରୁଷ ପ୍ରତି ଆସକ୍ତ ହୁଅନ୍ତି ନାହିଁ ।

ମକର ରାଶି ;- ଏହି ରାଶିର ଝିଅ ମାନେ ନିଜ ଘର ପରିବାର ତଥା ବିବାହ ପରେ ଶାଶୁ ଘର ଲୋକଙ୍କର ଅନେକ ଯତ୍ନ କରିଥାନ୍ତି । ସମସ୍ତଙ୍କ ମନ ଜାଣି କାମ କରିବାକୁ ରୁଚି ରଖିଥାନ୍ତି । କାହାର ଭାବନାକୁ ଆଘାତ ଦେଇନଥାନ୍ତି। ଏମାନଙ୍କର ଚରିତ୍ର ପବିତ୍ର ଜଳ ଭଳି ସ୍ବଚ୍ଛ ହୋଇଥାଏ । ନିଜ ସ୍ଵାମୀର ଆଦେଶକୁ ସଠିକ ଢଙ୍ଗରେ ପାଳନ କରିଥାନ୍ତି ।

କୁମ୍ଭ ରାଶି ;- କୁମ୍ଭ ରାଶିର ଝିଅ ମାନେ ଅଧିକ ପରିଶ୍ରମୀ ହୋଇଥାନ୍ତି । ଏହା ସହିତ ଏହି ଝିଅ ମାନଙ୍କର ସବୁଠାରୁ ବଡ ବୈଶିଷ୍ଠ ହେଉଛି ଏହି ଝିଅ ମାନେ ରୋମାଣ୍ଟିକ ପ୍ରକୃତିର ହୋଇଥାନ୍ତି । ସେଥିପାଇଁ ଏମାନେ ନିଜ ଲଭର ତଥା ସ୍ଵାମୀକୁ ସବୁବେଳେ ନିଜ ପ୍ରତି ଆକର୍ଷିତ କରି ରଖିପାରିଥାନ୍ତି । ଏମାନଙ୍କ ହୃଦୟ ବହୁତ ସଫା ହୋଇଥାଏ । ଯଦି ଏହି ପୋଷ୍ଟଟି ପସନ୍ଦ ଆସିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *