କାର୍ତ୍ତିକ ଅମାବାସ୍ୟାରେ ସୂର୍ଯ୍ୟପରାଗ ! ଗର୍ଭବତୀ ମାନେ କିପରି ପାଳିବେ ? କେବେ ହାଣ୍ଡିଛାଡ କରିବେ ? କଣ ରହିଛି ସଂପୂର୍ଣ୍ଣ ନିୟମ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଚଳିତ ମାସ ୨୪ ତାରିଖରେ ଆଲୋକର ପର୍ବ ଦୀପାବଳୀ ପର୍ବ ପାଳିତ ହେବା ପାଇଁ ଯାଉଅଛି । ଦୀପାବଳୀ ଅମାବାସ୍ୟା ଏହି ମାସ ୨୫ ତାରିଖରେ ପାଳିତ ହେବା ପାଇଁ ଯାଉଛି । କାର୍ତ୍ତିକ ଅମବାସ୍ୟା ଦିନ ସୂର୍ଯ୍ୟ ପରାଗ ମଧ୍ୟ ଲାଗୁଛି । ଏଥିପାଇଁ ଆପଣଙ୍କୁ ପୂର୍ବ ସଜାଗ ପ୍ରସ୍ତୁତି କରି ରଖିବାକୁ ପଡିବ । ଆଜି ଆପଣ ମାନେ ସୂର୍ଯ୍ୟ ପରାଗର ସମୟ ସମ୍ବଦ୍ଧିତ ତଥ୍ୟ ତଥା ଅନ୍ୟାନ୍ୟ ନୀତିକାନ୍ତି ବିଷୟରେ ସବିଶେଷ ତଥ୍ୟ ପୋଷ୍ଟ ମାଧମରେ ଜାଣିବାକୁ ପାଇବେ ।

ଅକ୍ଟୋବର ୨୪ ତାରିଖରେ ଦୀପାବଳୀ ତଥା ଆଲୋକ ମୟ ପର୍ବକୁ ଯଥା ବିଧି ପୂର୍ବକ ପାଳନ କରିପାରିବେ । ପିତୃ ପୁରୁଷଙ୍କୁ ଦୀପ ଦାନ କରିବା ସହିତ ତାଙ୍କର ପୟା ଶ୍ରାଦ୍ଧ ମଧ୍ୟ ସେହି ଦିନ କରିପାରିବେ । ଘରକୁ ଦୀପ ଦ୍ଵାରା ସଜେଇ ଆଲୋକମୟ କରିବା ସହିତ ମା ଲକ୍ଷ୍ମୀ  ଓ ପ୍ରଭୁ ଗଣେଶଙ୍କର ପୂଜା ଅର୍ଚନା ମଧ୍ୟ କରିପାରିବେ ।

ଅକ୍ଟୋବର ୨୪ ତାରିଖ ରାତି ୪ ଟା  ୫୮ ମିନିଟ ଠାରୁ ସୂର୍ଯ୍ୟ ପରାଗ ପାଇଁ ପାକ କର୍ମ ଓ ଦେବ ନିତୀ ବନ୍ଦ କରାଯିବ। ସେହି ସମୟ ଠାରୁ ଘରେ ଚୂଲି ଜାଳି କୌଣସି ରୋଷେଇ କାର୍ଯ୍ୟ କରିବା ନିଷେଧ ଅଟେ । ପୂଜା ମଧ୍ୟ କରିବା ଅନୁଚିତ । ଅକ୍ଟୋବର ୨୫ ତାରିଖ ଦିନ ମାନ ସୂର୍ଯ୍ୟ ପରାଗ  ଲାଗି କରି ରହିବ । ତେଣୁ ଏହି ସମୟ ମଧ୍ୟରେ ଆପଣ ସୂର୍ଯ୍ୟ ପରାଗକୁ ନୀତି ନିୟମ ଅନୁଯାଇ ପାଳନ କରିବେ ।

କୌଣସି ନୀତି ବିରୁଦ୍ଧ କାର୍ଯ୍ୟ କରିବା ଅନୁଚିତ । ସୂର୍ଯ୍ୟ ପରାଗ ସମୟ ଅବଧି ମଧ୍ୟରେ ରୋଷେଇ ଜିନିଷ ଖାଇବା ବର୍ଜନ ଥିବାରୁ ଆପଣ ଶୁଖିଲା ଖାଦ୍ୟ ଯେପରି ଚୂଡା, ମୁଢି, ଫଳ ଆଦି ଖାଇ ରହିପାରିବେ । ଯେଉଁ ମାନେ ସେହି ଦିନ ଉପବାସ କରିବା ପାଇଁ ଇଛୁକ ସେମାନେ ଉପବାସ ମଧ୍ୟ କରିପାରିବେ । ବୃଦ୍ଧ ବ୍ୟକ୍ତି, ଛୋଟ ପିଲା ଓ ରୋଗୀ ମଣିଷଙ୍କର ସୂର୍ଯ୍ୟ ପରାଗ ସମୟରେ ଖାଇବାରେ କୌଣସି ଅସୁବିଧା ନଥାଏ ।

ଏହି ସମୟ ଅବଧି ମଧ୍ୟରେ ଗର୍ଭବତୀ ମହିଳା ମାନେ ନିଜର ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦେବା ଉଚିତ । ଯାହା ଦ୍ଵାରା ତାଙ୍କର ତଥା ତାଙ୍କ ଗର୍ଭସ୍ଥ ସନ୍ତାନଙ୍କର ଉପରେ କୌଣସି ବିପଦ ଆସିବ ନାହିଁ । ସୂର୍ଯ୍ୟ ପରାଗ ଲାଗିଥିବା ସମୟରେ ଗର୍ଭବତୀ ମହିଳା ମାନେ ଘର ବାହାରକୁ ଯିବା ଅନୁଚିତ । ଯଦି ଆବଶ୍ୟକ ସ୍ଥଳେ ଯାଉଛନ୍ତି ।

ତେବେ ନିଜ ଦେହକୁ ସଂପୂର୍ଣ୍ଣ କୌଣସି ବସ୍ତ୍ର ଦ୍ଵାରା ଆବରଣ କରିଯିବା ସହିତ ସୂର୍ଯ୍ୟ କିରଣ ନିଜ ଶରୀରରେ ପଡିବାକୁ ଦେବା ଉଚିତ ନୁହେଁ । ଅକ୍ଟୋବର ୨୬ ତାରିଖ ଭୋର ୫ ଟା  ୪୬ ମିନିଟ ୩୦ ସେକେଣ୍ଡରେ ସୂର୍ଯ୍ୟ ଉଦୟ ହୋଇବ । ସୂର୍ଯ୍ୟ ଉଦୟ ହେବା ଦେଖି ଆପଣ ନିଜର ଘର ତଥା ଠାକୁର ଘରକୁ ପାଣିରେ ଗୋମୟ ମିଶାଇ ପୋଛି ଶୁଦ୍ଧି କରିବା ସହିତ ନିଜର ସ୍ନାନାଦି କାର୍ଯ୍ୟ କରିପାରିବେ । ଯଦି ଏହି ପୋଷ୍ଟଟି ପସନ୍ଦ ଆସିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *